ଭୁବନେଶ୍ବର: ଦେଶର ସର୍ବବୃହତ ଷ୍ଟିଲ ପ୍ରକଳ୍ପକୁ ମିଳିଛି ଗ୍ରୀନ ସିଗନାଲ । ପରିବେଶ ମଞ୍ଜୁରୀ ମିଳିନଥିବାରୁ ଅଟକି ରହିଥିଲା JSWର ଉତ୍କଳ ଷ୍ଟିଲ ପ୍ରକଳ୍ପ କାର୍ଯ୍ୟ । ଉତ୍କଳ ଷ୍ଟିଲ-ଗ୍ରୀନଫିଲ୍ଡ ଇଣ୍ଟିଗ୍ରେଟେଡ ଷ୍ଟିଲ ପ୍ଲାଣ୍ଟ ପିକଳ୍ପକୁ ମିଳିଛି ପରିବେଶ ମଞ୍ଜୁରୀ । ବାର୍ଷିକ ୧୩.୨ ମିଲିୟନ କ୍ରୁଡ ଷ୍ଟିଲ୍ କ୍ଷମତା ବିଶିଷ୍ଟ ପ୍ଲାଣ୍ଟକୁ ମିଳିଛି କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଣାଳୟର ମଞ୍ଜୁରୀ ।
ପ୍ରାଥମିକ ଭାବେ ଏହି ପ୍ରକଳ୍ପରେ ୬୫ହଜାର କୋଟି ଟଙ୍କା ବିନିଯୋଗ ହେବାକୁ ଥିବାବେଳେ ୭୨ହଜାର ଲୋକ ପାଇବେ ନିଯୁକ୍ତି । ପ୍ରକଳ୍ପ ଲାଗି ଆବଶ୍ୟକ ଥିବା ୨ ହଜାର ୯୫୦ ଏକର ଜମି ରାଜ୍ୟ ସରକାର ପ୍ରଦାନ କରିବେ । ଏଥିରେ ମାତ୍ର ୨.୬ ଏକର ଘରୋଇ ଜମି ଆବଶ୍ୟକ ରହିଛି । ଏହି ମେଗା ପ୍ରକଳ୍ପ ହେଲେ ପ୍ରଚୁର ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ରାଜ୍ୟର ଅର୍ଥନୀତିରେ ସୁଧାର ଆସିବ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ