ETV Bharat / city

Cyclone Jawad: ବାତ୍ୟା ମୁକାବିଲା, ସଜାଗ ରହିବାକୁ ବିଭାଗକୁ ଶକ୍ତିମନ୍ତ୍ରୀଙ୍କ ପରାମର୍ଶ - ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ଶକ୍ତି ବିଭାଗ

ଶକ୍ତି ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ସମ୍ଭାବ୍ୟ ବାତ୍ୟା ‘ଜୱାଦ୍‌’ର ମୁକାବିଲା ପାଇଁ ଶକ୍ତି ବିଭାଗର ପ୍ରସ୍ତୁତିକୁ ନେଇ ଏକ ସମୀକ୍ଷା କରିଛନ୍ତି । ଅଧିକ ପଢ଼ନ୍ତୁ

energy minister directed to stay alert regarding jawad cyclone
ଜୱାଦ୍‌ ମୁକାବିଲା ପାଇଁ ଶକ୍ତି ବିଭାଗର ପ୍ରସ୍ତୁତି, ସଜାଗ ରହିବାକୁ ବିଭାଗକୁ ଶକ୍ତିମନ୍ତ୍ରୀଙ୍କ ପରାମର୍
author img

By

Published : Dec 4, 2021, 5:15 PM IST

ଭୁବନେଶ୍ବର: ଶକ୍ତି ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ସମ୍ଭାବ୍ୟ ବାତ୍ୟା ‘ଜୱାଦ୍‌’ର ମୁକାବିଲା ପାଇଁ ଶକ୍ତି ବିଭାଗର ପ୍ରସ୍ତୁତିକୁ ନେଇ ଏକ ସମୀକ୍ଷା କରିଛନ୍ତି । ପ୍ରାରମ୍ଭରେ ବିଭାଗ ଗତ ବାତ୍ୟା ‘ୟାସ୍‌’ରେ କ୍ଷତିଗ୍ରସ୍ତ ବିଦ୍ୟୁତ ବ୍ୟବସ୍ଥାକୁ ୪୮ ଘଣ୍ଟା ମଧ୍ୟରେ ସ୍ୱାଭାବିକ କରିଥିବା ସମସ୍ତ ବିଦ୍ୟୁତ ଯୋଦ୍ଧାଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ଏହି ବାତ୍ୟାରେ ଅନୁରୂପ ନିଷ୍ଠା, କର୍ମତତ୍ପରତା ଏବଂ ସମର୍ପିତ କାର୍ଯ୍ୟ ପାଇଁ ସେ ଆଶା ରଖିଥିବା କହିଛନ୍ତି ।

energy minister directed to stay alert regarding jawad cyclone
ଜୱାଦ୍‌ ମୁକାବିଲା ପାଇଁ ଶକ୍ତି ବିଭାଗର ପ୍ରସ୍ତୁତି, ସଜାଗ ରହିବାକୁ ବିଭାଗକୁ ଶକ୍ତିମନ୍ତ୍ରୀଙ୍କ ପରାମର୍
energy minister directed to stay alert regarding jawad cyclone
ଜୱାଦ୍‌ ମୁକାବିଲା ପାଇଁ ଶକ୍ତି ବିଭାଗର ପ୍ରସ୍ତୁତି, ସଜାଗ ରହିବାକୁ ବିଭାଗକୁ ଶକ୍ତିମନ୍ତ୍ରୀଙ୍କ ପରାମର୍

ବିଶେଷ ଭାବେ ପୁନରୁଦ୍ଧାର ବେଳେ ସମସ୍ତ କର୍ମଚାରୀ ନିଜକୁ ସୁରକ୍ଷିତ ରଖି କାର୍ଯ୍ୟକରିବା, ସୁରକ୍ଷା ପ୍ରବନ୍ଧନ ପ୍ରତି ସଚେତନ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପ୍ରତିଟି ଜୀବନ ମୂଲ୍ୟବାନ ଏହି ଉକ୍ତିର ମର୍ମକୁ ଉପଲବ୍ଧି କରିବା ସହିତ ଏ ଦିଗରେ ସମସ୍ତେ କାର୍ଯ୍ୟ କରିବାକୁ ସେ କହିଛନ୍ତି । ଏଥିପାଇଁ ସେ ଦାୟିତ୍ୱରେ ଥିବା ଅଧିକାରୀ ଅଧିକ ଯତ୍ନଶୀଳ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । କର୍ମଚାରୀଙ୍କୁ ପ୍ରସ୍ତୁତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସମୀକ୍ଷା ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ସମସ୍ତ ବିଦ୍ୟୁତ ବିତରଣ କମ୍ପାନୀଗୁଡ଼ିକ କିଧରଣର ପ୍ରସ୍ତୁତି କରିଛନ୍ତି ସେ ସଂପର୍କରେ ତଥ୍ୟ ଉପସ୍ଥାପନ ପାଇଁ କହିଥିଲେ । ପାଣିପାଗ ବିଭାଗର ସଦ୍ୟତମ ତଥ୍ୟ ଉପରେ ସର୍ବଦା ନଜର ରଖିବାକୁ କହିଛନ୍ତି ।

ପୁରୀ ନିକଟ ଦେଇ ବାତ୍ୟା ଅତିକ୍ରମ କରିବାକୁ ଅନୁମାନ କରାଯାଉଥିବାରୁ ପୁରୀରେ ବିଦ୍ୟୁତ ବ୍ୟବସ୍ଥା କ୍ଷତିଗ୍ରସ୍ତ ଆଶଙ୍କା ଥିଲେ ହେଁ ଗତ ‘ୟସ୍‌’ ବାତ୍ୟା ପରେ ବିଦ୍ୟୁତ ବ୍ୟବସ୍ଥାର ସୁଦୃଢ଼ୀକରଣ କରାଯାଇଥିବା ହେତୁ ଅତି କମ୍‌ କ୍ଷତି ହେବାର ଅନୁମାନ କରାଯାଉଛି । ତା ଛଡ଼ା ଇତି ମଧ୍ୟରେ ପ୍ରାୟ ସମସ୍ତ ଏଲ୍‌ଇଟି ଲାଇନ୍‌ଗୁଡ଼ିକର ସୁଦୃଢ଼ୀକରଣ କରାଯାଇସାରିଛି । ଏହା ଆମ ପାଇଁ ଏକ ପରୀକ୍ଷା ହେବ ବୋଲି କହିଥିଲେ । ଖାଲୁଆ ଅଞ୍ଚଳ ପାଇଁ ଆଗୁଆ ଭାବେ ପାଣିପମ୍ପ ବ୍ୟବସ୍ଥା କରିବା, ଡିଜି ସେଟ୍‌ ଏବଂ ଆସ୍କା ଲାଇଟ୍‌ ଠୁଳ କରିବା ସହିତ ପୁନଃରୁଦ୍ଧାର କାର୍ଯ୍ୟରେ ନିୟୋଜନ ସକାଶେ ଟିମ୍‌ ଗଠନ, ଯାନ ପ୍ରସ୍ତୁତି ମୋବାଇଲ୍‌ ଚାର୍ଜର, ସାଟେଲାଇଟ୍‌ ଫୋନ୍‌ ଭଳି ବ୍ୟବସ୍ଥା ଉପଲବ୍ଧ କରିବା ଉପରେ ଗୁରୁତ୍ୱ ଦିଆଯାଇଛି ।

ଏଥି ସହିତ ଗ୍ରୀଡ଼୍‌କୋ ଠାରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ସ୍ଥାପନ କରାଯାଇଛି । ଅନୁରୂପ ଭାବେ ସମସ୍ତ ବିତରଣ କମ୍ପାନୀ ନିଜ ଅଧିନରେ ନିୟନ୍ତ୍ରଣ କକ୍ଷ ଖୋଲିଥିବା ବିଷୟ ସେ ଜଣାଇଛନ୍ତି । ବାତ୍ୟାକୁ ଆଖିରେ ରଖି ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଆଜିର ଏହି ପ୍ରସ୍ତୁତି ସମୀକ୍ଷା ବୈଠକରେ ସମସ୍ତ ବିଦ୍ୟୁତ ବିତରଣ କମ୍ପାନୀଗୁଡ଼ିକର ମୁଖ୍ୟ ନିର୍ବାହୀ ଅଧିକାରୀ, ଗ୍ରୀଡ଼୍‌କୋର ପରିଚାଳନା ନିର୍ଦ୍ଦେଶକ, ଏସ୍‌ଏଲ୍‌ଡିସି, ଓଡ଼ିଶା ଶକ୍ତି ସଂଚାରଣ ନିଗମ, ପିଜିସିଆଇଏଲ୍‌, ଏନ୍‌ଟିପିସିର ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.