ETV Bharat / city

ବାତ୍ୟା ୟସ୍‌: କୋଭିଡ ହସ୍ପିଟାଲକୁ ବିଜୁଳି ଯୋଗାଇବାରେ ଶକ୍ତି ବିଭାଗର ପ୍ରାଥମିକତା - କୋଭିଡ ହସ୍ପିଟାଲ

ବାତ୍ୟା ସମୟରେ ବିଜୁଳି ସେବା କୋଭିଡ ହସ୍ପିଟାଲକୁ ପ୍ରଥମ ପହଞ୍ଚାଇବାରେ ଶକ୍ତି ବିଭାଗ ପ୍ରାଥମିକତା ଦେବ ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

ବାତ୍ୟା ୟସ୍‌: କୋଭିଡ ହସ୍ପିଟାଲକୁ ବିଜୁଳି ଯୋଗାଇବାରେ ଶକ୍ତି ବିଭାଗର ପ୍ରାଥମିକତା

author img

By

Published : May 23, 2021, 1:34 PM IST

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟାକୁ ନେଇ ଶକ୍ତି ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଚାଲିଥିଲା । ବାତ୍ୟା ସମୟରେ ସମସ୍ତ କୋଭିଡ କେୟାର ସେଣ୍ଟର, କୋଭିଡ ହସ୍ପିଟାଲ ଓ ଡାକ୍ତରଖାନାକୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ କରାଯିବା ଉପରେ ଗୁରୁତ୍ବ ଦେଇଛି ବିଭାଗ ।

ବାତ୍ୟା ୟସ୍‌: କୋଭିଡ ହସ୍ପିଟାଲକୁ ବିଜୁଳି ଯୋଗାଇବାରେ ଶକ୍ତି ବିଭାଗର ପ୍ରାଥମିକତା

ବାତ୍ୟା ସମୟରେ ବିଦ୍ୟୁତ କଟିଲେ ଏଥିଲାଗି ଷ୍ଟାଣ୍ଡ ବାଏର ମଧ୍ୟ ବ୍ୟବସ୍ଥା କରାଯାଇଛି । ବାତ୍ୟା ମୁକାବିଲା ପାଇଁ ବିଦ୍ୟୁତ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି । ମୁଖ୍ୟତଃ ଡିସ୍କମ କମ୍ପାନୀ ଟାଟାକୁ ଅଧିକ ସତର୍କ ଓ ସଜାଗ ରହିବାକୁ କୁହାଯାଇଛି । ପାୱାର ଫେଲ୍ୟୁଅରର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଶକ୍ତିମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି ।

ବାତ୍ୟା ପରେ ବିଦ୍ୟୁତ ପରିବହନ ବ୍ୟବସ୍ଥା ସୁରୁଖୁରୁରେ କରିବା ପାଇଁ ସ୍ଵତନ୍ତ୍ର ଟିମ କରାଯାଇଛି । ବିଦ୍ୟୁତ କରିଡ଼ର ଫ୍ରି କରିବା ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ଏହି ଟିମ ପାଖରେ ରହିବ ଓ ସେମାନେ ରାସ୍ତା ସଫାକରି ବିଦ୍ୟୁତ ସରାବରାହକୁ ଠିକ କରିବେ । ବାତ୍ୟା ସମୟରେ ଗ୍ରାଉଣ୍ଡ ଲେଭଲରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କୁ କିଭଳି ଖାଦ୍ୟ ଓ ପାନୀୟ ଠିକ ଭାବେ ମିଳିବ ସେନେଇ ବ୍ୟବସ୍ଥା କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.