ETV Bharat / city

ଏକନମ୍ବର ହାଟ ନିକଟରୁ ହଟିଲା ଫଳ ଓ ଶୀତବସ୍ତ୍ର ଦୋକାନ - encroachment

ପ୍ରଶାସନର ଚେତାବନୀ ସତ୍ତ୍ବେ ଶୁଣିନଥିଲେ ଜବରଦଖଲକାରୀ ଉଠା ଦୋକାନୀ । ବାରମ୍ବାର ବିଫଳ ହେବା ପରେ ଶୁକ୍ରବାର ଉଠା ଦୋକାନୀକୁ ଉଚ୍ଛେଦ କରିଛି ବିଏମସି । ଆଗକୁ ପଢନ୍ତୁ..

encroachment-bmc-evection
encroachment-bmc-evection
author img

By

Published : Jan 24, 2020, 11:28 PM IST

ଭୁବନେଶ୍ବର: ବିଏମସି ପକ୍ଷରୁ ଏକ ନମ୍ବର ହାଟ ନିକଟରୁ ଶୁକ୍ରବାର ଜବର ଦଖଲ ଉଚ୍ଛେଦ କରାଯାଇଛି । ଯେଉଁଥିରେ 15ଟି ରୁ ଉର୍ଦ୍ଧ୍ବ ଫଳ ବିକ୍ରି କରୁଥିବା ଠେଲା ଗାଡି ଓ ଗୋଟିଏ କ୍ୟାବିନ ଉଚ୍ଛେଦ କରାଯାଇଛି । ସେହିପରି ରାଜମହଲ ଛକ ଠାରୁ ଏଜି ଛକ ରାସ୍ତାକୁ ଅକ୍ତିଆର କରି ଫଳ ଓ ଶୀତ ବସ୍ତ୍ର ବିକ୍ରି କରୁଥିବା ଦୋକାନକୁ ଉଚ୍ଛେଦ କରାଯାଇଛି । ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ଓ ଅନ୍ୟାନ୍ୟ ଜବରଦଖଲକାରୀ ଉଚ୍ଛେଦ ଟିମ ସଦସ୍ୟଙ୍କ ଉପସ୍ଥିତରେ ହୋଇଛି ଉଚ୍ଛେଦ କାର୍ଯ୍ୟ ।

ଏକନମ୍ବର ହାଟ ନିକଟରୁ ଜବରଦଖଲ ଉଚ୍ଛେଦ କଲା ବିଏମସି

ବାରମ୍ବାର ସରକାରଙ୍କ ନିଷ୍ପତ୍ତିକୁ ବେଖାତିର କରି ଏହି ଦୋକାନୀ ମାନେ ନିଜର ବେପାର କରୁଥିଲେ । କିନ୍ତୁ ଏଥିରେ ସେମାନେ କୌଣସି ପରିବର୍ତ୍ତନ ନ ଆଣିବାରୁ ବାଧ୍ୟ ହୋଇ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । କାରଣ ସହର ସମସ୍ତଙ୍କ ପାଇଁ ହୋଇଥିଲାବେଳେ ହାତଗଣତି କେତେକ ଲୋକ ଏହାକୁ ଉଲ୍ଲଙ୍ଘନ କରି ଲୋକମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରିଥିବା କୁହାଯାଇଛି ।

ତେଣୁ ଆଜି ଅପରାହ୍ନ ସାଢେ 3ଟାରୁ ଆରମ୍ଭ ହୋଇଥିବା ଏହି ଅଭିଯାନ 5ଟା ପର୍ଯ୍ୟନ୍ତ ଚାଲିଥିବାବେଳେ ସେମାନଙ୍କ ସମସ୍ତ ସାମଗ୍ରୀ ସହିତ ଦୋକାନକୁ ବୁଲଡୋଜର ଲଗାଇ ଭଙ୍ଗାଯାଇଥିଲା । ଏହା ସହିତ ଉଚ୍ଛେଦ ସାମଗ୍ରୀକୁ ଗାଡ଼ିରେ ବିଏମସିକୁ ନିଆଯାଇଥିବା ଦେଖିବାକୁ ମିଳିଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏକ ନମ୍ବର ହାଟ ନିକଟରୁ ଆଜି ଜବର ଦଖଲ ଉଚ୍ଛେଦ କରାଯାଇଛି।ଯେଉଁଥିରେ 15ଟି ରୁ ଉର୍ଦ୍ଧ୍ବ ଫଳ ବିକ୍ରି କରୁଥିବା ଠେଲା ଗାଡି ଓ ଗୋଟିଏ କ୍ୟାବିନ ରହିଛି।ସେହିପରି ରାଜ ମହଲ ଛକ ଠାରୁ ଏଜି ଛକ ମଧ୍ୟରେ ଆସୁଥିବା ରାସ୍ତା କଡ଼ରେ ରାସ୍ତା କୁ ଅକ୍ତିଆର କରି ଫଳ ଓ ଶୀତ ବସ୍ତ୍ର ବିକ୍ରି କରୁଥିବା ଦୋକାନ କୁ ଉଚ୍ଛେଦ କରାଯାଇଛି।ଯାହାକି ନିଗମ ର କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ଓ ଅନ୍ୟାନ୍ୟ ଜବରଦଖଲକାରୀ ଉଚ୍ଛେଦ ଟିମ ର ସଦସ୍ୟଙ୍କ ଉପସ୍ଥିତରେ ହୋଇଥିବା ଜଣାପଡିଛି।

Body:ବାରମ୍ବାର ସରକାରଙ୍କ ନିଷ୍ପତ୍ତିକୁ ବେଖାତିର କରି ଏହି ଦୋକାନୀମାନେ ନିଜର ବେପାର କରୁଥିଲେ।କିନ୍ତୁ ଏଥିରେ ସେମାନେ କୌଣସି ପରିବର୍ତ୍ତନ ନ ଆଣିବାରୁ ବାଧ୍ୟ ହୋଇ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବିଏମସି ପକ୍ଷରୁ ସୂଚନା ଦିଆଯାଇଛି।କାରଣ ଏ ସହର ସମସ୍ତଙ୍କ ପାଇଁ ହୋଇଥିଲାବେଳେ ହାତଗଣତି କେତେକ ଲୋକ ଏହାକୁ ଉଲ୍ଲଙ୍ଘନ କରି ଲୋକମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରିଥିବା କୁହାଯାଇଛି।ତେଣୁ ଆଜି ଅପରାହ୍ନ ସାଢେ ତିନିଟା ରୁ ଆରମ୍ଭ ହୋଇଥିବା ଏହି ଅଭିଯାନ 5ଟା ପର୍ଯ୍ୟନ୍ତ ଚାଲିଥିବାବେଳେ ସେମାନଙ୍କ ସମସ୍ତ ସାମଗ୍ରୀ ସହିତ ଦୋକାନ କୁ ବୁଲଡୋଜର ଲଗାଇ ଭଙ୍ଗାଯିବା ସହିତ ତାହାକୁ ଗାଡ଼ିରେ ବିଏମ୍ସି କୁ ନିଆଯାଇଥିବା ଦେଖିବାକୁ ମିଳିଛି।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.