ETV Bharat / city

ପୋଲିସର ଏନକାଉଣ୍ଟର: ଖଣି ମାଫିଆ ସଂଜୟର ସହଯୋଗୀ ଗିରଫ

ପୋଲିସ ହାତରେ ଖଣି ମାଫିଆର ସହଯୋଗୀ ଜନ । ଗଠନ ହୋଇଥିବା ସ୍ବତନ୍ତ୍ର ଟିମର ଏନକାଉଣ୍ଟରରେ ମୁଖ୍ୟ ଅଭିଯୁକ୍ତ ସମେତ ଦୁଇ ଜଣ ଫେରାର ହୋଇଯାଇଥିବା ବେଳେ ଧରାପଡିଛି ଜନ୍ ।

author img

By

Published : Jun 30, 2019, 6:45 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଏସଟିଏଫ ହାତରେ ଖଣି ମାଫିଆ ସଂଜୟ ପ୍ରଧାନର ସହଯୋଗୀ ଜନ୍ ଖୁଣ୍ଟିଆ । ଗତକାଲି ସଂଜୟକୁ ଏନକାଉଣ୍ଟର ବେଳେ ଧରାପଡିଥିଲା ଜନ। ତେବେ ଜନର ଘର କପିଳେଶ୍ବର ,ଲିଙ୍ଗରାଜ ଥାନା ଅଞ୍ଚଳର ବୋଲି ଜଣାପଡିଛି।

ତେବେ ପୋଲିସ ଆଗରେ ଜନ୍ ଖୋଲିଛି ଖଣି ମାଫିଆ ସଂଜୟ ପ୍ରଧାନର କଳା କାରବାରର ଗୁମର। ଖଣି ମାଫିଆ ଠୁ ଆରମ୍ଭ କରି ଡ୍ରଗ୍ସ କାରବାର । ସଂଜୟ ଚଳାଇଥିଲା ନିଜର ନେଟୱର୍କ । ନେଟୱର୍କରେ ସାମିଲ କରିଥିଲା ସ୍କୁଲ ଓ କଲେଜ ପିଲାଙ୍କୁ । ଯାହା ଜରିଆରେ ଡ୍ରଗ୍ସ କାରବାର କରୁଥିବା ଜାଣିବାକୁ ପାଇଛି ଏସଟିଏଫ ଟିମ। ତେବେ ମୋଷ୍ଟ ୱାଣ୍ଟେଡ ସଂଜୟ ଓ ତାର ଆଉ ଦୁଇ ସହଯୋଗୀ ମନୋରଂଜନ ସାହୁ, ଅନିଲ ବରାଳ ଖସିପଳାଇଥିବା ବେଳେ ସେମାନଙ୍କ ମଧ୍ଯରୁ କେହି ଜଣେ ଏସଟିଏଫ ଗୁଳିରେ ଆହାତ ହୋଇଥିବା ଜଣାପଡ଼ିଛି।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସେମାନଙ୍କ ପାଖରୁ ଜବତ ହୋଇଥିବା କାରରୁ ରକ୍ତଭିଜା ଗାମୁଛା ଜବତ ହୋଇଥିବା ବେଳେ ଏକ ପିସ୍ତଲ ଓ ଦୁଇ ରାଉଣ୍ଡ ଗୁଳି ମଧ୍ୟ ଜବତ କରିଛି ଏସଟିଏଫ ଟିମ । ଏନେଇ ବିଭିନ୍ନ ହସପିଟାଲ ଓ କ୍ଲିନିକ ଉପରେ ନଜର ରଖିଛି ଏସଟିଏଫ । କାରଣ ଆହତ ସଂଜୟ ଓ ତାର ସହଯୋଗୀ କେଉଁଠାକୁ ଆସିପାରନ୍ତି । ଏଥିସହ ସଂଜୟ ଯୋଗାଉଥିବା ବନ୍ଧୁକ ବ୍ଯବସାୟୀକୁ ଖୋଜିବା ଆରମ୍ଭ କରିଛି ଏସଟିଏଫ ।ଏନେଇ ଏସପି ରାହୁଲ ପି ଆର ସୂଚନା ଦେଇଛନ୍ତି।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Intro:Body:

DFGD

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.