ETV Bharat / city

ସମ୍ଭାବ୍ୟ ମରୁଡି ସ୍ଥିତିର ଜରୁରୀକାଳୀନ ସମୀକ୍ଷା ବୈଠକ: ଫସଲ ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଲେ କୃଷି ମନ୍ତ୍ରୀ - ଆପାତ କାଳୀନ ଯୋଜନା

ସ୍ବଳ୍ପ କାଳୀନ ବୃଷ୍ଟିପାତ ଯୋଗୁଁ ରାଜ୍ୟରେ ମରୁଡି ପରିସ୍ଥିତିର ସାମ୍ନା କରୁଛନ୍ତି ଚାଷୀ । ସମ୍ଭାବ୍ୟ ମରୁଡ଼ିର ପ୍ରତିକାର ନିମନ୍ତେ ପ୍ରତି ସପ୍ତାହରେ ଚାଷୀଙ୍କ ସହ ଆଲୋଚନା କରିବାକୁ ରାଜ୍ୟସ୍ତରୀୟ ଅଫିସରଙ୍କୁ ନିର୍ଦ୍ଦେଶ ଦେଲେ କୃଷିମନ୍ତ୍ରୀ । ଅଧିକ ପଢନ୍ତୁ...

ସମ୍ଭାବ୍ୟ ମରୁଡି ସ୍ଥିତିର ଜରୁରୀକାଳୀନ ସମୀକ୍ଷା ବୈଠକ; ଫସଲ ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଲେ କୃଷି ମନ୍ତ୍ରୀ

author img

By

Published : Sep 5, 2021, 9:45 PM IST

ଭୁବନେଶ୍ବର: କୃଷି ବିଭାଗର ମୁଖ୍ୟ କାର୍ଯ୍ୟାଳୟ ଛାଡି ପାରିବେ ନାହିଁ ଅଧିକାରୀ । ଜରୁରୀକାଳୀନ ପରିସ୍ଥିତିରେ ଯଦି ଚାଷୀଙ୍କର ସାହାଯ୍ୟରେ ନ ଆସିବେ ଅଧିକାରୀ ହୋଇ ଲାଭ ନାହିଁ । ଏହା ଆମର କର୍ତ୍ତବ୍ୟ । ଅନାବୃଷ୍ଟି ଜନିତ ପରିସ୍ଥିତିରେ ଫସଲର ଅବସ୍ଥାର ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଏହା କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ ସାହୁ ।

ସମ୍ଭାବ୍ୟ ମରୁଡି ସ୍ଥିତିର ଜରୁରୀକାଳୀନ ସମୀକ୍ଷା ବୈଠକ; ଫସଲ ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଲେ କୃଷି ମନ୍ତ୍ରୀ
ସମ୍ଭାବ୍ୟ ମରୁଡି ସ୍ଥିତିର ଜରୁରୀକାଳୀନ ସମୀକ୍ଷା ବୈଠକ; ଫସଲ ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଲେ କୃଷି ମନ୍ତ୍ରୀ

ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଯେ, କ୍ଷେତ୍ର ଅଫିସରମାନେ ଅନାବୃଷ୍ଟି ଜନିତ ପରିସ୍ଥିତିରେ ଚାଷୀ ଓ ଫସଲ ପରିସ୍ଥିତି ସହ ନିୟମିତ ସମ୍ପର୍କ ରଖିବା ଦରକାର । ଦରକାର ପଡ଼ିଲେ ଅଧିକାରୀମାନେ ଜମି ପାଖକୁ ଯାଆନ୍ତୁ । ପରିବା ବଗିଚା, ମାଛ ଚାଷ ଇତ୍ୟାଦି ଜାଗାକୁ ଯାଆନ୍ତୁ । ପଞ୍ଚାୟତ ଓ ବ୍ଲକ ସ୍ତରରେ ନିଜ ଅଞ୍ଚଳର ଜଳସେଚନ ପ୍ରକଳ୍ପ, ଉଠା ଜଳସେଚନ ପ୍ରକଳ୍ପ, ପୋଖରୀ, କ୍ଷୁଦ୍ର ଓ ମାଧ୍ୟମ ଜଳସେଚନ ପ୍ରକଳ୍ପ ସବୁର ଡାଟା ବେସ ପ୍ରସ୍ତୁତ କରନ୍ତୁ । ସେଥି ମଧ୍ୟରୁ କେତୋଟି ସମ୍ପୂର୍ଣ୍ଣ ହୋଇଛି, କେଉଁ ଗୁଡିକ ଚାଲୁ, ଅଚଳ, ମରାମତି ଯୋଗ୍ୟ, ବିଜୁଳି ସଂଯୋଗ ବିଚ୍ଛିନ୍ନ ଓ ସମ୍ପୂର୍ଣ୍ଣ ଅଚଳ ବିଶଦ ବିବରଣୀ ସଂଗ୍ରହ କରି ଜିଲ୍ଲା ସ୍ତରକୁ ଜଣାଇଲେ ତ୍ବରିତ ପଦକ୍ଷେପ ନିଆଯିବ ।

ଯୋଗାଯୋଗରେ ବ୍ୟାଘାତ ନହେବା ଲାଗି କୌଣସି ଅଫିସର ମୋବାଇଲ ବନ୍ଦ କରିବେ ନାହିଁ । ଯେକୌଣସି ସମୟରେ ପଚାରିଲେ ତୁରନ୍ତ ବିବରଣୀ ପ୍ରଦାନ ନିମନ୍ତେ ପ୍ରସ୍ତୁତ ରୁହନ୍ତୁ । ଜରୁରୀ କାଳୀନ ପରିସ୍ଥିତିର ମୁକାବିଲା ନିମନ୍ତେ ସପ୍ତାହର ସାତଦିନ ନିଜ କାର୍ଯ୍ୟାଳୟ ଖୋଲାରଖନ୍ତୁ । ନିଜ ଅଞ୍ଚଳର ଅନାବୃଷ୍ଟି ଓ ସମ୍ଭାବ୍ୟ ମରୁଡ଼ିର ପ୍ରତିକାର ନିମନ୍ତେ ଫସଲ ବିବିଧିକରଣ ଓ ସମନ୍ବିତ କୃଷି କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ତରରେ ଆପାତ କାଳୀନ ଯୋଜନା ପ୍ରସ୍ତୁତ କରନ୍ତୁ । ଏଥିରେ ସ୍ବଳ୍ପ ମିଆଦି ଓ ମଧ୍ୟମ ମିଆଦି ଯୋଜନା ରହିବା ଦରକାର । ଏଥିନିମନ୍ତେ ଆବଶ୍ୟକ ଇନ୍‌ପୁଟ ନିମନ୍ତେ ତୁରନ୍ତ ରାଜ୍ୟ ମୁଖ୍ୟାଳୟକୁ ଜଣାନ୍ତୁ । ଜଳ ଯୋଗାଣ ନିମନ୍ତେ ସୁବିଧା ଥିଲେ ଜଳସମ୍ପଦ ବିଭାଗ ସହ ଯୋଗାଯୋଗ କରନ୍ତୁ ।ଏହାଛଡା ପ୍ରତି ଶନିବାର ଦିନ 5 ଟାରେ ବ୍ଳକ ଓ ଜିଲ୍ଲା ସ୍ତରରେ ସମସ୍ତ ପାଞ୍ଚଟି ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହେବ । ଆଉ ଏହାର ଫଟୋ ଓ ବିବରଣୀ କୃଷିମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ତତ୍କାଳ ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ପଞ୍ଚାୟତ ସ୍ତରୀୟ ବୈଠକ ମଧ୍ୟ ସଠିକ୍ ସମୟରେ ଚାଲିବା ଜରୁରୀ । ତେବେ ପ୍ରତ୍ୟେକ ରବିବାର ସାରା ଓଡ଼ିଶାର ସମସ୍ତ ଅଫିସର ମାନେ ଏ ସମ୍ପର୍କିତ ବିଷୟରେ ସମୀକ୍ଷା କରିବାକୁ ରାଜ୍ୟସ୍ତରୀୟ ଅଫିସରଙ୍କୁ ତାଗିଦ କରିଛନ୍ତି କୃଷିମନ୍ତ୍ରୀ ।ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଶାସନ ସଚିବ ତଥା କମିଶନର ସୁରେଶ କୁମାର ବଶିଷ୍ଠ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ଶାସନ ସଚିବଙ୍କ ସମେତ କୃଷି, ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ, ମସ୍ତ୍ୟ ଓ ପ୍ରାଣୀ ସମ୍ପଦ ନିର୍ଦ୍ଦେଶକଙ୍କ ସମେତ ସମସ୍ତ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.