ETV Bharat / city

ନନ୍ଦନକାନନରେ ହାତୀ ମଡକ, ପ୍ରଶ୍ନ ଘେରରେ ସମ୍ପୃକ୍ତ କର୍ତ୍ତୃପକ୍ଷ - ଭୁବନେଶ୍ବର

ନନ୍ଦନକାନନରେ ଗଡିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ହାତୀମୁଣ୍ଡ । ହରପିସ ଭୂତାଣୁର ସଂକ୍ରମଣରେ ପୂର୍ବରୁ 3ଟି ହାତୀ ଆଖି ବୁଜିଥିବାବେଳେ ଶୁକ୍ରବାର ରାତିରେ ଗଡିଛି ଆଉ ଏକ ମୁଣ୍ଡ । ଏହାକୁ ମିଶାଇ ଗତ 4 ସପ୍ତାହରେ ଗଡିଲାଣି ମୋଟ 4 ମୁଣ୍ଡ ।

ଡିଜାଇନ ଫଟୋ
author img

By

Published : Sep 21, 2019, 11:31 AM IST

ଭୁବନେଶ୍ବର: ନନ୍ଦନକାନନରେ ଗଡିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ହାତୀମୁଣ୍ଡ । ହରପିସ ଭୂତାଣୁର ସଂକ୍ରମଣରେ ପୂର୍ବରୁ 3ଟି ହାତୀ ଆଖି ବୁଜିଥିବାବେଳେ ଶୁକ୍ରବାର ରାତିରେ ଗଡିଛି ଆଉ ଏକ ମୁଣ୍ଡ । ଏହାକୁ ମିଶାଇ ଗତ 4 ସପ୍ତାହରେ ଗଡିଲାଣି ମୋଟ 4 ମୁଣ୍ଡ । ତେବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମାସକ ଭିତରେ ଚାଲିଥିବା ଏହି ହାତୀ ମଡକ ପରେ ହାତୀ ସୁରକ୍ଷା ନେଇ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନବାଚୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପାଇଁ ଏବେ ଚିନ୍ତାର ବିଷୟ ପାଲଟିଛି ହାତୀ ମଡକ । ଲଗାତାର ଭାବେ ହାତୀ ମୃତ୍ୟୁ ବଢି ଚାଲିଥିବାବେଳେ ବର୍ଷ ବର୍ଷ ଧରି ହାତୀମାନଙ୍କୁ କିପରି ସୁରକ୍ଷା ଦିଆଯାଉଛି, ତାହା ସ୍ପଷ୍ଟ ଜଣାପଡିଛି । ପ୍ରକାଶ ଯେ ସେଣ୍ଟ୍ରାଲ ଜୁ ଅଥରିଟି 2009 ନଭେମ୍ବର 7ରେ ସମସ୍ତ ଚିଡିଆଖାନାକୁ ହାତୀ ସୁରକ୍ଷା ନେଇ ଚିଠି ଦିଆଯାଇଥିଲା । ଯେଉଁଥିରେ କୌଣସି ଚିଡିଆଖାନାରେ ହାତୀମାନଙ୍କୁ ନବାନ୍ଧିବା ପାଇଁ ସ୍ପଷ୍ଟ କରାଯାଇଥିଲା ।

ଅପରପକ୍ଷେ ନନ୍ଦନକାନନରେ ହାତୀଙ୍କ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା ପାଇଁ ଓୟୁଏଟି ପ୍ରାଣୀ ବିଶେଷଜ୍ଞମାନେ ମଧ୍ୟ ରହିଥିଲେ । ଏହା ସତ୍ତ୍ବେ ବି 4 ସପ୍ତାହରେ 4 ହାତୀଙ୍କ ମୃତ୍ୟୁ ନନ୍ଦନକାନନରେ ହାତୀ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଠାରେ ପ୍ରଶ୍ନ ଉଠୁଛି ଏତେ ସଂଖ୍ୟାରେ ହାତୀ ମୃତ୍ୟୁ ପାଇଁ ଦାୟୀ କିଏ ?

ଘଟଣାକ୍ରମେ ଚଳିତ ବର୍ଷ ଅଗଷ୍ଟ 25 ତାରିଖରେ ହରପିସ ଭାଇରସ ସଂକ୍ରମଣରେ ପ୍ରଥମେ ଆଖି ବୁଜିଥିଲା ମାଈ ହାତୀ ‘ଜୁଲି’ ।

elephant death, nandankanan elephant death issue, nandankanan, bhubaneswar,  ନନ୍ଦନକାନନ ହାତୀ ମୃତ୍ୟୁ, ହାତୀ ମୃତ୍ୟୁ, ଭୁବନେଶ୍ବର, ନନ୍ଦନକାନନ
ଫଟୋ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

ପରେ ସେପ୍ଟେମ୍ବର 15 ତାରିଖରେ ହରପିସ ଭାଇରସର ଶିକାର ହୋଇଥିଲା ଏକ ମାତ୍ର ଦନ୍ତା ହାତୀ ‘ଚନ୍ଦନ’ ।

ସେହିପରି ଭାବେ ସେପ୍ଟେମ୍ବର 19 ତାରିଖରେ ଆଖି ବୁଜିଥିଲା 7 ବର୍ଷ ମାଈ ହାତୀ ‘କମଳା’ ।

ଏତିକିରେ ସରିନଥିଲା ନନ୍ଦନକାନନରେ ହାତୀ ମଡକର ଦୃଶ୍ୟ । ହରପିସ ଭାଇରସ ଦ୍ବାରା ସଂକ୍ରମିତ ହୋଇଥିବା ଜାଣିବା ପରେ ପ୍ରାଣୀ ଉଦ୍ୟାନ ପରିସରରେ କଡା ସୁରକ୍ଷାରେ ମାଈ ହାତୀ ‘ଗୌରୀ’କୁ ରଖାଯାଇଥିଲା । ହେଲେ ଶୁକ୍ରବାର ରାତି 10ଟାରେ ସେ ବି ଆଖି ବୁଜିବା ପରେ ଆରମ୍ଭ ହୋଇଥିଲା ହାତୀ ସୁରକ୍ଷାକୁ ନେଇ ଚର୍ଚ୍ଚା ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ନନ୍ଦନକାନନ କର୍ତ୍ତୃପକ୍ଷ ଙ୍କ ଅବହେଳା ପାଇଁ ଚାଲିଯାଉଛି ହାତୀଙ୍କ ଜୀବନ, ଏବେ ୪ ହାତୀଙ୍କ ଜୀବନ ଉପରେ ପ୍ରଶ୍ନ।

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ହରପିସ ଭୁତାଣୁ ନେଉଛି ହାତୀର ଜୀବନ। ଏଥିଯୋଗୁଁ ଗତ ୪ ସପ୍ତାହ ମଧ୍ୟରେ ୪ ହାତୀ ମୃତ୍ୟୁବରଣ କରଲେଣି। ଗତକାଲି ରାତି ୧୦ ଟା ସମୟରେ ଏହି ଭୁତାଣୁ ସହ ଆକ୍ରାନ୍ତ ଥିବା ଗୌରୀ ଶେଷରେ ଆଖି ବୁଜିଛି। ଲଗାତାର ଭାବେ ନନ୍ଦନକାନନରେ ହାତୀ ମୃତ୍ୟୁ ବଢିଚାଲିଥିବା ବେଳେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ।

Body:

ପୂର୍ବରୁ ଅଗଷ୍ଟ ୨୫ ତାରିଖ ମାଈ ହାତୀ ଜୁଲି ର ଏହି ଭାଇରସ ଯୋଗୁଁ ମୃତ୍ୟୁ ଘଟିଥିବା ବେଳେ ସେପ୍ଟେମ୍ବର ୧୫ ତାରିଖ ରେ ଏକ ମାତ୍ର ଦନ୍ତା ହାତୀ ଚନ୍ଦନ ର ମୃତ୍ୟୁ ଘଟିଛି। ସେହିପରି ଭାବରେ ସେପ୍ଟେମ୍ବର ୧୯ ତାରିଖରେ ୭ ବର୍ଷ ର ମାଈ ହାତୀ କମଳା ର ମୃତ୍ୟୁ ଘଟିଥିବା ବେଳେ ଗତ କାଲି ରାତି ୧୦ ଟା ସମୟରେ ଗୌରୀ ର ମୃତ୍ୟୁ ଘଟିଛି। ନନ୍ଦନକାନନରେ ୪ ଟି ମାଈ ହାତୀ ଅଛନ୍ତି ସେମାନଙ୍କ ମଧ୍ୟ ଏକ ମାତ୍ର ଛୋଟ ହାତୀ ଅଛି।

ଅନ୍ୟପଟେ ସେଣ୍ଟ୍ରାଲ ଜୁ ଅଥରିଟି ୨୦୦୯ ନଭେମ୍ବର୭ ତାରିଖରେ ସମସ୍ତ ଚିଡ଼ିଆଖାନାକୁ ହାତୀ ସୁରକ୍ଷା କୁ ନେଇ ଚିଠି କରିଥିଲେ। ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରଣାଇଥିଲା ଯେ ଚିଡ଼ିଆଖାନାରେ କୌଣସି ହାତୀ ମାନଙ୍କୁ ବାନ୍ଧି ରଖାଯାଇପାରିବନାହିଁ। ସେପଟେ ଓୟୁଏଟି ପ୍ରାଣୀ ବିଶେଷଜ୍ଞମାନେ ରହିଛନ୍ତି। ସେମାନଙ୍କର କାମ ହେଲା ନନ୍ଦନକାନନରେ ପ୍ରାଣୀମାଙ୍କର ସ୍ୱାସ୍ଥ୍ୟ ବ୍ୟବସ୍ଥା ତଦାରଖ କରିବା। ତେବେ ବର୍ଷ ବର୍ଷ ଧରି ନନ୍ଦନକାନନ ରେ ପ୍ରାଣୀ ମାନଙ୍କୁ କିଭଳି ତଦାରଖ କରାଯାଇଥିଲା ହାତୀ ମୃତ୍ୟୁ ପରେ ସ୍ପଷ୍ଟ ହୋଇଛି। ଅନ୍ୟପଟେ ନନ୍ଦନକାନନ ର କର୍ତ୍ତୃପକ୍ଷ ଙ୍କ ଖାମକିଆଳି ମନ ଭାବ ଯୋଗୁଁ ମାସେ ମଧ୍ୟରେ ୪ ଜଣ ହାତୀଙ୍କ ଜୀବନ ଚାଲିଯାଇଛି।
ତେବେ ଏଠାରେ ପ୍ରଶ୍ନ ଉଠୁଛି ହାତୀ ମାନଙ୍କର ଠିକ ଭାବେ ଯତ୍ନ କରାଯାଉଛି ତ ? ପ୍ରଥମ ହାତୀ ଜୁଲୀ ର ଭୁତାଣୁ ଦ୍ୱାରା ଜୀବନ ଗଲା ପରେ ନନ୍ଦନକାନନ କର୍ତ୍ତୃପକ୍ଷ କାହିଁକି ସଚେତନ ହେଲେନାହିଁ? ଅନ୍ୟପଟେ ମାସେ ଭିତରେ ୪ ହାତୀ ମୃତ୍ୟୁ ପରେ ଏବେ ହାତୀମାନଙ୍କୁ ଭାଗ୍ୟ କାହା ହାତରେ ? ଏଭଳି ହାତୀ ମୃତ୍ୟୁ କୁ ନେଇ କିଏ ଦାୟୀ? ୪ ହାତୀ ମୃତ୍ୟୁ ପରେ ଏବେ ଅନ୍ୟ ହାତୀମାନଙ୍କ ସୁରକ୍ଷା ଏବେ ଚିନ୍ତାର ବିଷୟ ପାଲଟିଛି। ଏଭଳି ଦିନକୁ ଦିନ ହାତୀଙ୍କ ମୃତ୍ୟୁ ଘଟିଲେ ନନ୍ଦନକାନନ ରୁ ହାତୀ ଶୂନ୍ୟ ହୋଇଯିବ। ଏବେ ୪ ହାତୀଙ୍କ ସୁରକ୍ଷା କୁ ନେଇ ରହିଛି ବଡ ପ୍ରଶ୍ନ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.