ETV Bharat / city

ସଚେତନ ରହିଲେ କମିବ ହାତୀ ମୃତ୍ୟୁ

ଆଜି ନନ୍ଦନକାନନରେ ହାତୀଙ୍କ ପାଇଁ କେକ କାଟି ବିଶ୍ବ ହାତୀ ଦିବସ ପାଳନ କରାଯାଇଛି । ଅଧିକ ପଢ଼ନ୍ତୁ

world elephant day celebrated in nandankanan
ସଚେତନ ରହିଲେ କମିବ ହାତୀ ମୃତ୍ୟୁ
author img

By

Published : Aug 12, 2022, 3:51 PM IST

Updated : Aug 12, 2022, 4:31 PM IST

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପାଳିତ ହୋଇଯାଇଛି ବିଶ୍ବ ହସ୍ତୀ ଦିବସ(World Elephant Day) । ଏହି ଅବସରରେ ହାତୀମାନଙ୍କୁ ଖାଇବାକୁ ଦିଆଯିବା ସହିତ କେକ କଟାଯାଇଛି । ହାତୀ ମୃତ୍ୟୁ ରୋକିବାକୁ ସଚେତନ କରିବା ପାଇଁ ୨୦୧୨ ମସିହାରେ ଏହି ଦିବସ ଆରମ୍ଭ କରାଯାଇଥିଲା ।ବର୍ତ୍ତମାନ ସୁଦ୍ଧା ନନ୍ଦନକାନନରେ ୪ଟି ହାତୀ ଅଛନ୍ତି । ପ୍ରେମା, ବାସନ୍ତୀ, ହୀରା ଏବଂ ମାମା ହାତୀ ରହିଛନ୍ତି ।

ନନ୍ଦନକାନନରେ ପାଳନ ହେଲା ବିଶ୍ୱ ହସ୍ତୀ ଦିବସ

ହାତୀ ମାମାକୁ ଅତିଥି ଓ କର୍ମଚାରୀମାନେ ନଡ଼ିଆ କଦଳୀ ଆଖୁ ତରଭୁଜ ଖୁଆଇ ଦିବସକୁ ପାଳନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସ୍କୁଲ ପିଲାଙ୍କୁ ଅନଲାଇନ ମାଧ୍ୟମରେ ଚିତ୍ରାଙ୍କନ ଏବଂ ସ୍ଲୋଗାନ ପ୍ରତିଯୋଗିତା କରାଯାଇଛି । ନନ୍ଦନକାନନରେ ପୂର୍ବରୁ ଥିବା ହାତୀ ଚନ୍ଦନ ଗୌରୀ କମଳା ଏବଂ ଜୁଲିକୁ ସମସ୍ତେମାନେ ପକାଇଛନ୍ତି । ଏକ ଭୟଙ୍କର ଭୂତାଣୁ ହାରପିସ ସଂକ୍ରମଣରେ ସେମାନେ ଆକ୍ରାନ୍ତ ହୋଇଥିଲେ । ସଂକ୍ରମଣର ଦେଢମାସ ପରେ ତିନୋଟି ହାତୀଙ୍କ ମୃତ୍ୟୁ ହୋଇଥିଲା ।

ସେଥିମଧ୍ୟରୁ ଏକ ଛୋଟ ହାତୀ ବଞ୍ଚିଥିଲା, ଯାହାର ନାଁ ନନ୍ଦନକାନନ ବିଭାଗ ପକ୍ଷରୁ ମାମା ରଖାଯାଇଥିଲା । ବର୍ତ୍ତମାନ ମାମାକୁ ୬ ବର୍ଷ ହୋଇଛି । ହସ୍ତୀ ଦିବସ ନେଇ ନନ୍ଦନକାନନର ଡେପୁଟି ନିର୍ଦ୍ଦେଶକ ଡ଼.ସଞ୍ଜୀବ କୁମାର କହିଛନ୍ତି, "ଜନସାଧାରଣ ସଚେତନ ହେଲେ ହାତୀ ମୃତ୍ୟୁକୁ ରୋକାଯାଇପାରିବ । ସରକାରଙ୍କ ଯେଉଁ ଗାଇଡ଼ଲାଇନ ରହିଛି ତାକୁ ମାନି ଆମେ କାମ କରୁଛୁ । ନନ୍ଦନକାନନରେ ଯେତିକି ହାତୀ ଅଛନ୍ତି ସମସ୍ତଙ୍କ ଦାୟିତ୍ବ ଆମର ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 12, 2022, 4:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.