ETV Bharat / city

ଏଥର ୟୁଟ୍ୟୁବରେ ପଢିବେ ପ୍ରାଥମିକ ସ୍କୁଲ ଛାତ୍ରଛାତ୍ରୀ - Elementary school

ହାଇସ୍କୁଲ ପରେ ବର୍ତ୍ତମାନ ପ୍ରାଥମିକ ସ୍କୁଲ ଛାତ୍ରଛାତ୍ରୀ ୟୁଟ୍ୟୁବରେ ପାଠ ପଢିବା ନେଇ ନିଷ୍ପତ୍ତି ନେଇଛି ଶିକ୍ଷା ବିଭାଗ । ଏନେଇ OSEPA ପକ୍ଷକୁ ଗାଇଡଲାଉନ ଜାରି । ଅଧିକ ପଢନ୍ତୁ...

ୟୁଟ୍ୟୁବରେ ପଢିବେ ପ୍ରାଥମିକ ସ୍କୁଲ ଛାତ୍ରଛାତ୍ରୀ

author img

By

Published : Jun 17, 2021, 12:52 PM IST

ଭୁବନେଶ୍ବର: ଏବେ ୟୁଟ୍ୟୁବରେ ପଢିବେ ପ୍ରାଥମିକ ସ୍କୁଲ ଛାତ୍ରଛାତ୍ରୀ । ହାଇସ୍କୁଲ ପରେ ବର୍ତ୍ତମାନ ପ୍ରାଥମିକ ସ୍କୁଲ ଛାତ୍ରଛାତ୍ରୀ ୟୁଟ୍ୟୁବରେ ପାଠ ପଢିବା ନେଇ ନିଷ୍ପତ୍ତି ନେଇଛି ଶିକ୍ଷା ବିଭାଗ । ଏ ନେଇ OSEPA ପକ୍ଷକୁ ଗାଇଡଲାଇନ ଜାରି ।

ୟୁଟ୍ୟୁବରେ ପଢିବେ ପ୍ରାଥମିକ ସ୍କୁଲ ଛାତ୍ରଛାତ୍ରୀ
ୟୁଟ୍ୟୁବରେ ପଢିବେ ପ୍ରାଥମିକ ସ୍କୁଲ ଛାତ୍ରଛାତ୍ରୀ

ଜୁନ 21ରୁ ଜୁଲାଇ 7 ତାରିଖ ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ୟୁଟ୍ୟୁବରେ ପାଠ ପଢିବେ । ପ୍ରଥମ ପର୍ଯ୍ୟାୟରେ ପାଠପଢା ପାଇଁ 8ଟି ଜିଲ୍ଲାକୁ ପ୍ରାଥମିକତା ଦିଆଯାଇଛି । ସେହି ଜିଲ୍ଲାଗୁଡିକ ହେଲା ଖୋର୍ଦ୍ଧା, ବଲାଙ୍ଗୀର, କଟକ,କେନ୍ଦ୍ରାପଡ଼ା, ଗଞ୍ଜାମ, ପୁରୀ, ଢେଙ୍କାନାଳ, ସୁନ୍ଦରଗଡ଼ ।

ସପ୍ତାହକୁ ପାଞ୍ଚଦିନ ଅର୍ଥାତ ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ 30 ମିନିଟ ଧରି କ୍ଲାସ କରାଯିବ । ସମୟ ସକାଳ 9ଟାକୁ ପାଠପଢା ଆରମ୍ଭ ହେବ । ଏ ନେଇ OSEPA ପକ୍ଷକୁ ଗାଇଡଲାଇନ ଜାରି ହୋଇଛି । ଏ ସମସ୍ତ ପ୍ରକ୍ରିୟା ଉପରେ ନଜର ରଖିବେ ଜିଲ୍ଲା ଶିକ୍ଷା ଅଧିକାରୀ ।

ଭୁବନେଶ୍ବରରୁ ବିକାଶ ଦାସ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.