ETV Bharat / city

ନିର୍ବାଚନ ପରିଚାଳନା ସମୀକ୍ଷା କଲେ ଆସାମ ଡିଆଇଜି - puri

ନିର୍ବାଚନ ମତଦାନ ସମୟ ପାଖେଇ ଆସୁଥିବା ବେଳେ ପରିଚାଳନା ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି । ଭୁବନେଶ୍ୱର ସ୍ଥିତ କମିଶନରେଟ ପୋଲିସ କାର୍ଯ୍ୟାଳୟରେ ଏହି ବୈଠକ ହୋଇଥିଲା । ଆୟୋଜିତ ବୈଠକରେ ଆସାମ ଡିଆଇଜି ଶ୍ୟାମଲ ପ୍ରସାଦ ସାଇକିଆ ଭୁବନେଶ୍ବରରେ ନିର୍ବାଚନ ପରିଚାଳନା ନେଇ ସମୀକ୍ଷା କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Apr 6, 2019, 1:15 AM IST

ଭୁବନେଶ୍ବର: ପାଖେଇ ଆସୁଛି 2019 ନିର୍ବାଚନ ମତଦାନ ସମୟ । ଏଥିସହ ସରଗରମ ହୋଇପଡିଛି ରାଜ୍ୟ ରାଜନୀତି । ତେବେ ଚଳିତ ନିର୍ବାଚନକୁ ଶୃଙ୍ଖଳିତ ଓ ସୁଚାରୁ ରୂପେ ପରିଚାଳନା କରିବାକୁ ପ୍ରଶାସନ ତତ୍ପର ହୋଇଉଠିଛି । ଏହି ପରିପ୍ରେକ୍ଷିରେ ସାଧାରଣ ନିର୍ବାଚନ ପରିଚାଳନା ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି । ଭୁବନେଶ୍ୱର ସ୍ଥିତ କମିଶନରେଟ ପୋଲିସ କାର୍ଯାଳୟରେ ଏହି ବୈଠକ ହୋଇଥିଲା । ଆୟୋଜିତ ବୈଠକରେ ଆସାମ ଡିଆଇଜି ଶ୍ୟାମଲ ପ୍ରସାଦ ସାଇକିଆ ଭୁବନେଶ୍ବରର ନିର୍ବାଚନ ପରିଚାଳନା ନେଇ ସମୀକ୍ଷା କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତେବେ ଚଳିତ ନିର୍ବାଚନର ପୋଲିସ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ବ ନେଇଛନ୍ତି ଆସାମ କ୍ୟାଡରର ଏହି ଆଇପିଏସ । କେବଳ ଭୁବନେଶ୍ବର ନୁହେଁ ପୁରୀ ନିର୍ବାଚନ ପରିଚାଳନାର ମଧ୍ୟ ପର୍ଯ୍ୟବେକ୍ଷଣ କରିବେ ଆସାମ ଡିଆଇଜି । ବିଶେଷ କରି ପୋଲିସ ଡିପ୍ଲଏମେଣ୍ଟ, ସ୍ପେଶାଲ ପାଟ୍ରୋଲିଂ, ଇଲେକ୍ସନ ସ୍କ୍ବାର୍ଡ, ବୁଥ ସ୍ଥିତି ଓ ସମ୍ବେଦନଶୀଳ ବୁଥର ସ୍ଥିତି, ଭୋଟିଂ ଏବଂ ଗଣନା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟର ତଦାରଖ କରୁଥିବା ପୋଲିସ କର୍ମଚାରୀଙ୍କ କାର୍ଯ୍ୟକୁ ପର୍ଯ୍ୟବେକ୍ଷଣ କରିବେ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.