ETV Bharat / city

Panchayat Election preparation: ପ୍ରତି ଜିଲ୍ଲାକୁ ଗଲା ନିର୍ବାଚନୀ ସାମଗ୍ରୀ - ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି

ପଞ୍ଚାୟତ ନିର୍ବାଚନ ନେଇ ପ୍ରସ୍ତୁତି ଜୋରଦାର କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ବିଭିନ୍ନ ଜିଲ୍ଲାକୁ ପଠା ଯାଉଛି ପଞ୍ଚାୟତ ନିର୍ବାଚନରେ ବ୍ୟବହାର ହେବାକୁ ଥିବା ସାମଗ୍ରୀ । ଅଧିକ ପଢ଼ନ୍ତୁ

Panchayat Election preparation: ପ୍ରତି ଜିଲ୍ଲାକୁ ଗଲା ନିର୍ବାଚନୀ ସାମଗ୍ରୀ

author img

By

Published : Jan 5, 2022, 4:50 PM IST

Updated : Jan 5, 2022, 10:40 PM IST

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ନେଇ ପ୍ରସ୍ତୁତି ଜୋରଦାର କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ବିଭିନ୍ନ ଜିଲ୍ଲାକୁ ପଠା ଯାଉଛି ପଞ୍ଚାୟତ ନିର୍ବାଚନରେ ବ୍ୟବହାର ହେବାକୁ ଥିବା ସାମଗ୍ରୀ । ପ୍ରତି ଜିଲ୍ଲାକୁ ପଞ୍ଚାୟତ ନିର୍ବାଚନ ସମ୍ପର୍କିତ ଫର୍ମ ଓ ମାନୁଆଲ ପଠା ଯାଇଛି । ଭୋଟରଙ୍କ ପାଇଁ ବ୍ୟବହୃତ କାଳି, ସିଲ ଓ ପଞ୍ଚାୟତ ମାନୁଆଲ ଭଳି ସାମଗ୍ରୀ ଏଥିରେ ସାମିଲ ରହିଛି ।

ପ୍ରତି ଜିଲ୍ଲାକୁ ଗଲା ନିର୍ବାଚନୀ ସାମଗ୍ରୀ

୭ ପ୍ରକାର ସିଲ୍‌ ପଠାଯାଇଛି । ଯାହାକୁ ପ୍ରିଜାଇଡିଂ ଅଫିସର ଠୁ ଆରମ୍ଭ କରି ଉପଜିଲ୍ଲାପାଳ ଓ ଜିଲ୍ଲାପାଳ ବ୍ୟବହାର କରିବେ । ପ୍ରତି ବୁଥକୁ ଦୁଇଟି କାଳି ହିସାବ କରି ଦିଆଯାଉଛି । ଆଜି(ବୁଧବାର) ଆରମ୍ଭ କରି ୩ ଦିନ ଏହି ସାମଗ୍ରୀ ପଠାଯିବ ।

ଆଲଫାବେଟିକାଲି ଆଜି(ବୁଧବାର) ୧୦ଟି ଜିଲ୍ଲାକୁ ନିର୍ବାଚନ ସାମଗ୍ରୀ ଯୋଗାଇ ଦିଆଯାଇଛି । ପୂର୍ବରୁ ବ୍ୟାଲଟ ବାକ୍ସ ସହ ନିର୍ବାଚନ ସମ୍ପର୍କିତ କାଗଜପତ୍ର ପଠାଯାଇଥିଲା ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Jan 5, 2022, 10:40 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.