ETV Bharat / city

Panchayat Election: ୩୬ ଘଣ୍ଟା ପୂର୍ବରୁ ବାଜିବନି ପ୍ରଚାର ଗୀତ, ସନ୍ଧ୍ୟା ୭ ପରେ ରହିବେନି ବାହାର ଲୋକ - ଓଡିଶାରେ ପଞ୍ଚାୟତ ନିର୍ବାଚନ

ପଞ୍ଚାୟତ ନିର୍ବାଚନ ନେଇ ଜିଲ୍ଲାପାଳଙ୍କ ସହ ବୈଠକ କଲେ ରାଜ୍ୟ ନିର୍ବାଚନ କମିଶନ। ପ୍ରଚାର ସରିବା ପରେ ରାଜନୈତିକ ଦଳର ଲୋକ କିମ୍ବା ଅନ୍ୟ ଅଞ୍ଚଳର ଲୋକ ସ୍ଥାନୀୟ ଅଞ୍ଚଳରେ ରହି ପାରିବେ ନାହିଁ ବୋଲି କହିଛନ୍ତି ନିର୍ବାଚନ କମିଶନ। ଅଧିକ ପଢନ୍ତୁ

Panchayat Election:  ନିର୍ବାଚନ କମିଶନଙ୍କ ସାମ୍ବାଦିକ ସମ୍ମିଳନୀPanchayat Election:  ନିର୍ବାଚନ କମିଶନଙ୍କ ସାମ୍ବାଦିକ ସମ୍ମିଳନୀ
Panchayat Election: ନିର୍ବାଚନ କମିଶନଙ୍କ ସାମ୍ବାଦିକ ସମ୍ମିଳନୀ
author img

By

Published : Feb 12, 2022, 3:10 PM IST

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ନେଇ ଜିଲ୍ଲାପାଳଙ୍କ ସହ ବୈଠକ କଲେ ରାଜ୍ୟ ନିର୍ବାଚନ କମିଶନ। ଚୁଡାନ୍ତ ପ୍ରସ୍ତୁତି ନେଇ ଆଲୋଚନା କରିଛନ୍ତି କମିଶନ। ଉଭୟ ପୌର ଓ ପଞ୍ଚାୟତ ନିର୍ବାଚନ ନେଇ ସମୀକ୍ଷା କରିଛନ୍ତି। ପ୍ରଚାର ସରିବା ପରେ ରାଜନୈତିକ ଦଳର ଲୋକ କିମ୍ବା ଅନ୍ୟ ଅଞ୍ଚଳର ଲୋକ ସ୍ଥାନୀୟ ଅଞ୍ଚଳରେ ରହି ପାରିବେ ନାହିଁ ବୋଲି କହିଛନ୍ତି ନିର୍ବାଚନ କମିଶନ।

Panchayat Election: ନିର୍ବାଚନ କମିଶନଙ୍କ ସାମ୍ବାଦିକ ସମ୍ମିଳନୀ

୧୪ ତାରିଖ ସନ୍ଧ୍ୟା ୭ ଟା ପରେ ଅନ୍ୟ ଅଞ୍ଚଳର ଲୋକ ସ୍ଥାନୀୟ ଅଞ୍ଚଳରେ ରହି ପାରିବେ ନାହିଁ । ନିର୍ବାଚନର ୩୬ ଘଣ୍ଟା ପୂର୍ବରୁ ପ୍ରଚାର ଗୀତ ବଜାଇବାକୁ ବାରଣ କରାଯାଇଛି ।

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ୧୬ ତାରିଖରେ ହେବାକୁ ଥିବା ବେଳେ ୩୦ ଜିଲ୍ଲା ୭୧ ବ୍ଲକରେ ୨୦୦ ଜିଲ୍ଲା ପରିଷଦ,୧୬୬୯ ପଞ୍ଚାୟତ, ୨୨ ହଜାର ୩୭୯ ୱାର୍ଡ ମେମ୍ବର୍ ପାଇଁ ପଡିବ ଭୋଟ । ୬୭.୫୧ ଲକ୍ଷ ଭୋଟର ମତଦାନ କରିବେ । ଏବା ପୂର୍ବରୁ ବୁଥକୁ ପୋଲିଂ ଅଧିକାରୀ ମାନେ ୧୪ ତାରିଖ ଓ ୧୫ ତାରିଖ ଯିବେ। କେତେ ସମ୍ବେଦନଶୀଳ ବୁଥ ଚିହ୍ନଟ ଚାଲିଛି। ସେହି ସବୁ ବୁଥରେ ଅଧିକ ପୋଲିସ ରହିବେ ଓ ଭିଡିଓଗ୍ରାଫି କରାଯିବ। ଷ୍ଟ୍ରଙ୍ଗରୁମରେ ସିସିଟିଭି ରଖାଯିବା ନେଇ କହିଛନ୍ତି ନିର୍ବାଚନ କମିଶନ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.