ETV Bharat / city

Municipal poll: ପ୍ରକାଶ ପାଇଲା ଚୂଡାନ୍ତ ତାଲିକା, ଆଜିଠୁ ଆରମ୍ଭ ପ୍ରଚାର - ଭୁବନେଶ୍ବରରେ ପ୍ରଚାର ଆରମ୍ଭ

ପୌର ନିର୍ବାଚନ ପାଇଁ ଚୂଡାନ୍ତ ତାଲିକା ପ୍ରକାଶ ପାଇଛି । ଏହାପରେ ଭୁବନେଶ୍ବର ମହାନଗର ନିଗମ ପାଇଁ ପ୍ରଚାର କାର୍ଯ୍ୟ ଆଜି(ମଙ୍ଗଳବାର)ଠୁ ଜୋରଦାର ହୋଇଛି । ଅଧିକ ପଢନ୍ତୁ

Municipal poll: ପ୍ରକାଶ ପାଇଲା ଚୂଡାନ୍ତ ତାଲିକା, ଆଜିଠୁ ଆରମ୍ଭ ପ୍ରଚାର

author img

By

Published : Mar 15, 2022, 6:41 PM IST

Updated : Mar 15, 2022, 7:00 PM IST

ଭୁବନେଶ୍ବର: ଭୁବନେଶ୍ବର ମହାନଗରର ନିଗମ ନିର୍ବାଚନ ପାଇଁ ନାମାଙ୍କନ ପ୍ରତ୍ୟାହାର ଶେଷ ହୋଇଛି । ଆଉ ପ୍ରକାଶ ପାଇଛି ପୌର ନିର୍ବାଚନ ପାଇଁ ଚୂଡାନ୍ତ ପ୍ରାର୍ଥୀ ତାଲିକା । ଆଜିଠାରୁ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି ପ୍ରଚାର । ତେଣୁ ପ୍ରଚାର ଜୋରଦାର କରିଛନ୍ତି ତିନି ରାଜନୈତିକ ଦଳ ସହ ଅନ୍ୟ ଜାତୀୟ ଓ ଆଞ୍ଚଳିକ ଦଳ ।

Municipal poll: ପ୍ରକାଶ ପାଇଲା ଚୂଡାନ୍ତ ତାଲିକା, ଆଜିଠୁ ଆରମ୍ଭ ପ୍ରଚାର

ପୌର ନିର୍ବାଚନ ପାଇଁ ପ୍ରାର୍ଥୀମାନେ ଲୋକଙ୍କ ପାଖକୁ ଯାଇ ଭୋଟ ଭିକ୍ଷା କରୁଛନ୍ତି। ସେମାନଙ୍କୁ ଭୋଟ ଦେଇ ବିଜୟୀ କରାଇଲେ ଲୋକଙ୍କ ପାଇଁ କାମ କରିବେ ବୋଲି ଦେଉଛନ୍ତି ପ୍ରତିଶ୍ରୁତି । ଏଣୁ ଭୋଟରଙ୍କୁ ନିଜ ସପକ୍ଷରେ ନେବା ପାଇଁ ସମସ୍ତେ ପ୍ରୟାସ କରୁଛନ୍ତି ପ୍ରାର୍ଥୀ । ଘରକୁ ଘର ବୁଲିବା ସହ ସଭା ସମିତିରେ କରି ଲୋକଙ୍କୁ ଆକୃଷ୍ଟ କରୁଛନ୍ତି। ଏହି ପ୍ରଚାର ସମୟରେ ଭିଏସଏସ ନଗରର ୱାର୍ଡ଼ ନମ୍ବର ୧୧ ରେ ବିଜେଡି ପ୍ରାର୍ଥିନୀ ପ୍ରଭାସିନୀ ମହାନ୍ତିଙ୍କ ପାଇଁ ଉତ୍ତର ବିଧାୟକ ସମେତ କର୍ମୀ ଓ ନେତା ପ୍ରଚାର କରିଥିଲେ ।

ଆଉ ଅଞ୍ଚଳର ସମସ୍ୟାର ସମାଧାନ ସହ ମିଳିମିଶି ଏକ ସୁନ୍ଦର ସହର ଗଢ଼ିବାର ଶପଥ ନେଇଥିଲେ । ତେବେ ୱାର୍ଡ଼ରେ ଵିଜେଡି ସମର୍ଥିତ ୨ ବିଦ୍ରୋହୀ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିବାବେଳେ ଭଲ ସମର୍ଥନରେ ବିଜୟ ଲାଭ କରିବୁ କହିଛନ୍ତି ବିଧାୟକ । ଏହାସହ ବିଜୁ ବାବୁ ଓ ନବୀନ ବାବୁଙ୍କ ପ୍ରତି ସହରବାସୀଙ୍କ ଭଲ ପାଇବା ରହିଛି । ତେଣୁ ବିଜେଡିକୁ ଲୋକଙ୍କ ସମର୍ଥନ ମିଳିବ ଆଉ ଦଳ ଭଲ ବ୍ୟବଧାନରେ ଜିତିବ ବୋଲି କହିଛନ୍ତି ସୁଶାନ୍ତ ରାଉତ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Mar 15, 2022, 7:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.