ETV Bharat / city

ପୁଣି 8 ଜୀବନ ନେଲା କୋରୋନା; ମୃତ୍ୟୁ ସଂଖ୍ୟା 177କୁ ବୃଦ୍ଧି

author img

By

Published : Jul 31, 2020, 1:01 PM IST

ରାଜ୍ୟରେ ଦିନକୁ ଦିନ କୋରୋନାରେ ପ୍ରାଣ ହରାଉଛନ୍ତି ସଂକ୍ରମିତ। ଆଜି ପୁଣି 8 ଜଣଙ୍କର କୋରୋନାରେ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଗଞ୍ଜାମରୁ 4, ଗଜପତି, ଖୋର୍ଦ୍ଧା, ନୟାଗଡ ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ପ୍ରାଣ ହରାଇଥିବା ଜଣାପଡିଛି । ଫଳରେ ରାଜ୍ୟରେ ମୃତକଙ୍କ ସଂଖ୍ୟା 177 କୁ ବୃଦ୍ଧି ପାଇଛି ।

ପୁଣି 8 ଜୀବନ ନେଲା କୋରୋନା; ମୃତ୍ୟୁ ସଂଖ୍ୟା 177କୁ ବୃଦ୍ଧି
ପୁଣି 8 ଜୀବନ ନେଲା କୋରୋନା; ମୃତ୍ୟୁ ସଂଖ୍ୟା 177କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କୋରୋନାରେ ପ୍ରାଣ ହରାଉଛନ୍ତି ସଂକ୍ରମିତ। ଆଜି ପୁଣି 8 ଜଣଙ୍କର କୋରୋନାରେ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଗଞ୍ଜାମରୁ 4, ଗଜପତି, ଖୋର୍ଦ୍ଧା, ନୟାଗଡ ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ପ୍ରାଣ ହରାଇଥିବା ଜଣାପଡିଛି । ଫଳରେ ରାଜ୍ୟରେ ମୃତକଙ୍କ ସଂଖ୍ୟା 177 କୁ ବୃଦ୍ଧି ପାଇଛି ।

ଗଞ୍ଜାମର ମୋଟ 4 ଜଣ କୋରୋନାରେ ପ୍ରାଣ ହରାଇଛନ୍ତି । ସମସ୍ତେ ପୁରୁଷ ଥିବାବେଳେ ସେମାନଙ୍କ ବୟସ 81, 49, 45 ଓ 73 ବର୍ଷ ବୋଲି ଜଣାପଡିଛି । ସେଥିମଧ୍ୟରୁ 81 ବର୍ଷୀୟ ପୁରୁଷ କୋରୋନା ବ୍ୟତୀତ ଡାଏବେଟିସରେ ପୀଡିତ ଥିବା ଜଣାପଡିଛି । ଏହାସହ 73 ବର୍ଷୀୟ ପୁରୁଷ ଡାଏବେଟିସ, ଉଚ୍ଚରକ୍ତଚାପ, କୋରୋନାରୀ ଆରଟେରୀ ଆଦି ରୋଗରେ ପୀଡିତ ଥିବା ସ୍ପଷ୍ଟ କରିଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ସେହିପରି ଖୋର୍ଦ୍ଧା ଜିଲ୍ଲାର ଜଣେ 79 ବର୍ଷୀୟ ପୁରୁଷ ପ୍ରାଣ ହରାଇଛନ୍ତି । ସେ ଉଚ୍ଚ ରକ୍ତ ଚାପ ଓ ୟୁରେମିକ୍ ଏନସେଫାଲୋପାଥି ସହିତ କିଡନୀ ରୋଗରେ ପୀଡିତ ଥିବା ଜଣାପଡିଛି ।

ଏହାସହ ନୟାଗଡର 82 ବର୍ଷୀୟ ପୁରୁଷ, ଗଜପତି ଜିଲ୍ଲାର 58 ବର୍ଷୀୟ ପୁରୁଷ, ଏବଂ ସୁନ୍ଦରଗଡର 52 ବର୍ଷୀୟ ପୁରୁଷ କୋରୋନାରେ ପ୍ରାଣ ହରାଇଛନ୍ତି । ଏମାନେ କୋରୋନା ବ୍ୟତୀତ ଅନ୍ୟାନ୍ୟ ରୋଗରେ ପିଡୀତ ଥିବା ଟ୍ବିଟ କରି ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଆଜି ସର୍ବାଧିକ 29 ଟି ଜିଲ୍ଲାରୁ 1,499 କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ 914 ଚିହ୍ନଟ ହୋଇଥିବାବେଳେ 585 ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ବର୍ତ୍ତମାନ 31,877 ରେ ପହଞ୍ଚି ଥିବାବେଳେ ସୁସ୍ଥ ହୋଇଛନ୍ତି 19,745 ଓ ସକ୍ରିୟ ଅଛନ୍ତି 11,918 ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.