ETV Bharat / city

ମୁଣ୍ଡଳିରେ ୮ ଲକ୍ଷ କ୍ୟୁସେକ ଜଳ ସୀମିତ ପାଇଁ ଚେଷ୍ଟା, ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା - ଓଡ଼ିଶା ବନ୍ୟା ବିଭୀଷିକା

ହୀରାକୁଦରେ ବନ୍ୟାଜଳ ନିଷ୍କାସନ ପରେ ଚାରିଆଡ଼େ ବନ୍ୟା ବିଭୀଷିକା ଦେଖାଦେଇଛି । ତେବେ ମୁଣ୍ଡଳିରେ ୮ଲକ୍ଷ କ୍ୟୁସେକ ଜଳ ସୀମିତ ପାଇଁ ଚେଷ୍ଟା କରାଯାଉଥିବା କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର । ଅଧିକ ପଢନ୍ତୁ

ମୁଣ୍ଡୁଳିରେ ୮ଲକ୍ଷ କ୍ୟୁସେକ ଜଳ ସୀମିତ ପାଇଁ ଚେଷ୍ଟା, ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା

author img

By

Published : Aug 19, 2022, 1:15 PM IST

ଭୁବନେଶ୍ବର: ହୀରାକୁଦ ଜଳଭଣ୍ଡାର (Hirakud Dam)ରେ ଏବେ ଜଳସ୍ତର ଅଛି ୬୨୨.୨୭ ଫୁଟ । ଉପର ମୁଣ୍ଡରୁ ପ୍ରବେଶ କରୁଛି ୨ ଲକ୍ଷ ୯୩ ହଜାର ୨୨୫ କ୍ୟୁସେକ । ନିଷ୍କାସିତ ହେଉଛି ୪ ଲକ୍ଷ ୭୫ ହଜାର ୭୨୨ କ୍ୟୁସେକ ଜଳ । ଏହା ପ୍ରଭାବରେ ମୁଣ୍ଡଳି ପାଖରେ ପ୍ରବାହିତ ହେଉଛି ୯ ଲକ୍ଷ ୫୬ ହଜାର କ୍ୟୁସେକ । ଯାହାର ଫଲିଂ ଟ୍ରେଣ୍ଡ ରହିଛି ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର Engineer in Chief Bijay Mishra) ।

ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, "ବର୍ତ୍ତମାନ ୨୪ଟି ଗେଟ ଖୋଲା ଅଛି । ହୀରାକୁଦରେ ଗତକାଲି ୧୨ଟି ଗେଟ୍ ବନ୍ଦ କରାଯାଇଛି । ଆଜି ୪ଟି ବନ୍ଦ ହୋଇଛି । ମୁଣ୍ଡଳିରେ ୮ଲକ୍ଷ କ୍ୟୁସେକ ଜଳ ସୀମିତ ରଖିବାକୁ ଚେଷ୍ଟା କରାଯାଉଛି । ଲଘୁଚାପ ବର୍ଷା ଉପରେ ନଜର ରଖାଯାଇଛି । ଏପରି ସ୍ଥିତି ୨୦ ଓ ୨୧ ତାରିଖ ଯାଏଁ ଲାଗି ରହିବ । କାରଣ ବର୍ଷା ଅଛି । ବ୍ରାହ୍ମଣୀ ଓ ବୁଢ଼ାବଳଙ୍ଗ ବେସିନରେ ବର୍ଷା ହେବ ।

ମୁଣ୍ଡୁଳିରେ ୮ଲକ୍ଷ କ୍ୟୁସେକ ଜଳ ସୀମିତ ପାଇଁ ଚେଷ୍ଟା, ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା

ମୟୂରଭଞ୍ଜ ଓ କେନ୍ଦୁଝରରେ ବର୍ଷା ହୋଇଛି । ଜିଲ୍ଲାପାଳ ମାନଙ୍କୁ ସତର୍କ କରାଯାଇଛି । ରିଜର୍ଭର ଖାଲି କରାଯାଉଛି । ମହାନଦୀ ସିଷ୍ଟମରେ ୭ଟି ଘାଇ ହୋଇଛି । ତାକୁ ଅସ୍ଥାୟୀ ମରାମତି କରିବା ଲାଗି ବ୍ୟବସ୍ଥା କରାଯାଇଛି । ସବୁଠି ଜଳସ୍ତର କମୁଛି । ହୀରାକୁଦ ଗେଟ ଅଧିକ ଖୋଲିବା ଆବଶ୍ୟକତା ପଡ଼ିବନାହିଁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.