ଭୁବନେଶ୍ବର: ଆଜି(ଗୁରୁବାର) ଆନ୍ତର୍ଜାତିକ ବାଘ ଦିବସ ନନ୍ଦନକାନନରେ ପାଳିତ ହୋଇଛି । ଏହି ଅବସରରେ ନନ୍ଦନକାନନରେ ଧଳା ବାଘର ଵଂଶ ବୃଦ୍ଧି ପାଇଁ ଅଧିକରୁ ଅଧିକ ପ୍ରୟାସ କରାଯିବ ବୋଲି ଆଲୋଚନା ହୋଇଛି । ପ୍ରାଣୀ ଉଦ୍ୟାନରେ ଧଳା ବାଘ ଜନସଂଖ୍ୟାରେ 1 ନମ୍ବର ସ୍ଥାନ ପାଇବାକୁ ରୋଡ୍ ମ୍ୟାପ ଦେବା ପାଇଁ ମଧ୍ୟ ଆଲୋଚନା ହୋଇଛି ।
![କମୁଛି ଧଳାବାଘ ସଂଖ୍ୟା, ଆସନ୍ତା ୨ ବର୍ଷ ମଧ୍ୟରେ ଦ୍ବିଗୁଣିତ କରିବା ପାଇଁ ପ୍ରୟାସ](https://etvbharatimages.akamaized.net/etvbharat/prod-images/od-bbsr-07-nandanakanna-zoo-itd-7206049_29072021181037_2907f_1627562437_49.jpg)
![କମୁଛି ଧଳାବାଘ ସଂଖ୍ୟା, ଆସନ୍ତା ୨ ବର୍ଷ ମଧ୍ୟରେ ଦ୍ବିଗୁଣିତ କରିବା ପାଇଁ ପ୍ରୟାସ](https://etvbharatimages.akamaized.net/etvbharat/prod-images/od-bbsr-07-nandanakanna-zoo-itd-7206049_29072021181037_2907f_1627562437_97.jpg)
ଏହି ଦିବସ ପାଇଁ ନନ୍ଦନକାନନର ଡେପୁଟି ଡିରେକ୍ଟର ଓ ଅନ୍ୟ ପ୍ରାଣୀ ଉଦ୍ୟାନର ଅଧିକାରୀମାନେ ଯୋଗ ଦେଇଥିଲେ । ନନ୍ଦନକାନନରେ କିଭଳି ଭାବରେ ବାଘଙ୍କୁ ପରିଚାଳନା କରାଯାଉଛି, ତାହାକୁ ଦେଖିବା ପାଇଁ ସମସ୍ତ ବାଘର ଏନକ୍ଲୋଜର ପରିଦର୍ଶନ କରିଥିଲେ ଏବଂ ଏହାକୁ ଆହୁରି ଉନ୍ନତ କରିବା ପାଇଁ କେୟାର ଟେକର ସହ ଯୋଗାଯୋଗ ମଧ୍ୟ କରାଯାଇଥିଲା ।
ପ୍ରାଣୀ ଉଦ୍ୟାନରେ ଧଳା ବାଘର ଜନସଂଖ୍ୟାରେ 1 ନମ୍ବର ସ୍ଥାନ ପାଇବାକୁ ରୋଡ୍ ମ୍ୟାପ୍ ଦେବା ପାଇଁ ନନ୍ଦନକନନ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା ହୋଇଛି। ଆସନ୍ତା 2 ବର୍ଷ ମଧ୍ୟରେ ଧଳା ବାଘ ଜନସଂଖ୍ୟାକୁ ଦ୍ବିଗୁଣିତ କରିବା ପାଇଁ ପ୍ରୟାସ ହେବ ବୋଲି ସୂଚନା ଦେଇଛନ୍ତି ନନ୍ଦନକାନନ ଉପନିର୍ଦ୍ଦେଶକ । ରାଜ୍ୟରେ ବ୍ୟାଘ୍ରଙ୍କ ସଂଖ୍ୟା କମୁଥିବାରୁ ଏହି ଦିଗରେ ସ୍ବତନ୍ତ୍ର ଭାବେ ପଦକ୍ଷେପ ନିଆଯାଉଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ