ETV Bharat / city

School To Reopen in Odisha: ସ୍ବାଗତ କଲେ ଶିକ୍ଷାବିତ୍ ଓ ଅଭିଭାବକ - ଓଡ଼ିଶାରେ ଖୋଲିବ ସ୍କୁଲ

ଆସନ୍ତା ଫେବୃଆରୀ ୭ ତାରିଖରୁ ସ୍କୁଲ କଲେଜ ଖୋଲିବାକୁ ଯାଉଛି । ଏହି ନିଷ୍ପତ୍ତିକୁ ଶିକ୍ଷାବିତ ଓ ଅଭିଭାବକ ସ୍ବାଗତ କରିଛନ୍ତି । ଅଧିକ ପଢନ୍ତୁ

School To Reopen in Odisha: ସ୍ବାଗତ କଲେ ଶିକ୍ଷାବିତ ଓ ଅଭିଭାବକ

author img

By

Published : Feb 3, 2022, 8:15 PM IST

ଭୁବନେଶ୍ବର: ରାଜ୍ୟରେ କୋରୋନା ମହାମାରୀର ଦୈନିକ ସଂକ୍ରମଣ କମିବାରେ ଲାଗିଛି । ଏନେଇ ରାଜ୍ୟ ସରକାର ସ୍କୁଲ କଲେଜ ଖୋଲିବା ନେଇ ମଧ୍ୟ ଘୋଷଣା କରିଛନ୍ତି । ସ୍କୁଲ ଓ କଲେଜ ଖୋଲିବାକୁ ନେଇ ସ୍ବାଗତ କରିଛନ୍ତି ଉଭୟ ଶିକ୍ଷାବିତ୍ ଓ ଅଭିଭାବକ । କୋରୋନାର ତୃତୀୟ ଲହରରେ ସଂକ୍ରମଣ ବଢିଥିବା କାରଣକୁ ନେଇ ସ୍କୁଲ କଲେଜ ବନ୍ଦ ରହିଥିଲା ।

School To Reopen in Odisha: ସ୍ବାଗତ କଲେ ଶିକ୍ଷାବିତ ଓ ଅଭିଭାବକ

ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଶିକ୍ଷାବିତ୍ ପ୍ରୀତିଶ ଆଚାର୍ଯ୍ୟ କହିଛନ୍ତି ଯେ ରାଜ୍ୟ ସରକାର ଯେଉଁ ଘୋଷଣା କରିଛନ୍ତି ତାହା ସ୍ବାଗତଯୋଗ୍ୟ ପଦକ୍ଷପ । କ୍ଳାସ ବନ୍ଦ ଫଳରେ ପିଲାମାନେ ଅନେକ କ୍ଷତି ସହିଛନ୍ତି । ବର୍ତ୍ତମାନ ରାଜ୍ୟରେ କୋରୋନା ସଂକ୍ରମଣ କମିଥିବା ବେଳେ ଠିକ ଭାବରେ କ୍ଳାସ ନକଲେ ପିଲାଙ୍କର କ୍ଷତି ଘଟିବ ତା ଛଡା ଅନ୍ୟ ବିକଳ୍ପ ନାହିଁ ବୋଲି କହିଛନ୍ତି ଶିକ୍ଷାବିତ । ଏପଟେ ଏହି ନିଷ୍ପତ୍ତିକୁ ଓଡିଶା ଅଭିଭାବକ ମହାସଂଘ ସ୍ବାଗତ କରିଛି ।

ଏହା ବି ପଢନ୍ତୁ: ଆସନ୍ତା 7 ତାରିଖରୁ ଖୋଲିବ ସ୍କୁଲ କଲେଜ: ମୁଖ୍ୟ ଶାସନ ସଚିବ

ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି ଯେ କୋରୋନାର ପ୍ରଭାବ ଟିକେ କମିବା ସହିତ କମ ସଂଖ୍ୟାରେ ରୋଗୀମାନେ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ସ୍କୁଲ ଖୋଲିବା ଉଚିତ । ସବୁ ପରେ ବି ପିଲାମାନେ ପାଠ ପଢିବା ଦରକାର । କlରଣ ଅଧିକାଂଶ ପିଲା ନେଟୱର୍କ ଅଭାବ, ମୋବାଇଲ ନଥିବା ଓ ଅନ୍ୟାନ୍ୟ କାରଣରୁ ପାଠ ପଢି ପାରୁ ନାହାନ୍ତି । ହେଲେ ଶିକ୍ଷା ବିଭାଗ ପ୍ରଥମେ ଦୁଇ ତିନି ମାସ ଫିଜିକାଲ କ୍ଲାସ କରିବା ଆବଶ୍ୟକ ।

ପିଲାମାନେ ବିଶେଷ କରି ଦଶମ, ଦ୍ବାଦଶ ଓ ଅନ୍ୟାନ୍ୟ ବୋର୍ଡ ପରୀକ୍ଷା ଦେଉଥିବା ପିଲାଙ୍କ ରିଭିଜନ କ୍ଲାସ କଲା ପରେ ପରୀକ୍ଷା କଥା ଚିନ୍ତା କରିବା ଓ ନିଷ୍ପତ୍ତି ନେବାକୁ ମହାସଂଘ ଦାବି କରିଛି । ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା କହିଛନ୍ତି ଯେ ଦୀର୍ଘ ଦୁଇ ବର୍ଷ ଧରି ଶିକ୍ଷା କ୍ଷେତ୍ରରେ ଏକ ପ୍ରକାରର ବାଧା ସୃଷ୍ଟି ହୋଇଥିଲା ଯାହା ଫଳରେ ଏବେ ଶିକ୍ଷାଦାନକୁ କିଭଳି ଭାବରେ ପୂର୍ବାବସ୍ଥାକୁ ଆଣିବା ତାହା ଏକ ଚିନ୍ତାର ବିଷୟ ହୋଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.