ETV Bharat / city

ରାଜ୍ୟର ଖୋଲିଲା ନବମ ଓ ଏକାଦଶ ଶ୍ରେଣୀ, କ୍ଲାସରୁମ ଅନୁଧ୍ୟାନ କଲେ ଗଣଶିକ୍ଷାମନ୍ତ୍ରୀ - କ୍ଲାସରୁମ ଅନୁଧ୍ୟାନ କଲେ ଗଣଶିକ୍ଷାମନ୍ତ୍ରୀ

ଆଜି ରାଜ୍ୟରେ ନବମ ଓ ଏକାଦଶ ଖୋଲିବା ପରେ ଗଣଶିକ୍ଷାମନ୍ତ୍ରୀ କ୍ଲାସରୁମ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଅଧିକ ପଢନ୍ତୁ...

Education and mass minister visits schools after opening of class 9th on Monday
ରାଜ୍ୟର ଖୋଲିଲା ନବମ ଓ ଏକାଦଶ, କ୍ଲାସରୁମ ଅନୁଧ୍ୟାନ କଲେ ଗଣଶିକ୍ଷାମନ୍ତ୍ରୀ
author img

By

Published : Feb 8, 2021, 1:06 PM IST

ଭୁବନେଶ୍ବର: ଆଜି(ସୋମବାର)ଠାରୁ ରାଜ୍ୟରେ ଖୋଲିଛି ନବମ ଓ ଏକାଦଶ ଶ୍ରେଣୀ । ତେବେ ପ୍ରଥମ ଦିନରେ ନବମ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମ୍‌ ଥିବା ବେଳେ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ବିଭିନ୍ନ ସ୍କୁଲ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ରାଜ୍ୟରେ ନବମ ଓ ଏକାଦଶ ଶ୍ରେଣୀର କ୍ଲାସ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ଛାତ୍ରଛାତ୍ରୀଙ୍କର ଉପସ୍ଥାନ କମ୍‌ ରହିଛି । ସେପଟେ କୋଭିଡ ନିୟମ ଅନୁଯାୟୀ ବିଦ୍ୟାଳୟରେ ପାଠପଢା ସଠିକ୍‌ ଭାବେ ହେଉଛି କି ନାହିଁ ସେ ସମ୍ପର୍କରେ ସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ଗଣଶିକ୍ଷାମନ୍ତ୍ରୀ ରାଜ୍ୟର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ମନ୍ତ୍ରୀ ପ୍ରତ୍ୟେକ କ୍ଲାସରୁମ ବୁଲି ଦେଖିବା ସହିତ ଛାତ୍ରଛାତ୍ରୀଙ୍କ ସହିତ କଥାବାର୍ତ୍ତା କରିଛନ୍ତି ।

ରାଜ୍ୟର ଖୋଲିଲା ନବମ ଓ ଏକାଦଶ, କ୍ଲାସରୁମ ଅନୁଧ୍ୟାନ କଲେ ଗଣଶିକ୍ଷାମନ୍ତ୍ରୀ

ଛାତ୍ରଛାତ୍ରୀଙ୍କୁ ଗଣଶିକ୍ଷାମନ୍ତ୍ରୀ ଅନଲାଇନ କ୍ଲାସ ସଠିକ୍‌ ଭାବେ କରାଯାଉଥିଲା କି ନାହିଁ ଓ କେଉଁମାନେ ଏହି କ୍ଲାସ କରିବାରେ ବିଫଳ ହେଉଥିଲେ ଆଦି ପ୍ରଶ୍ନ ପଚାରି ବୁଝିଥିଲେ । ବିଦ୍ୟାଳୟରେ ନବମ ଶ୍ରେଣୀ ଖୋଲିବା ପରେ ମନ୍ତ୍ରୀ ୟୁନିଟ-1 ସରକାରୀ ସ୍କୁଲ ଓ ୟୁନିଟ-1 ବାଳିକା ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ଏହି ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀଙ୍କ ସହ ପିଲାଙ୍କ ସୁବିଧା ଅସୁବିଧା ଓ ଶିକ୍ଷକଙ୍କ ଅଭାବକୁ ନେଇ କଥା ହୋଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.