ଭୁବନେଶ୍ବର/କେନ୍ଦୁଝର: କେନ୍ଦୁଝର ବଡ଼ବିଲରେ ଶାରଦା ମାଇନ୍ସରେ ED ରେଡ୍ । ବଡବିଲର ୪ଟି ସ୍ଥାନ ସମେତ କୋଲକାତା ଓ ଗୁଡଗାଓରେ ରେଡ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) । ବଡବିଲର ଦୁଇ ଡାଇରେକ୍ଟରଙ୍କ ଘର ସମେତ ଚାର୍ଟାଡ ଆକାଉଣ୍ଟାଣ୍ଟ ଓ ଅଫିସରେ ଚଢାଉ କରିଛି ଇଡି ଟିମ ।
ଏହା ବି ପଢନ୍ତୁ- ହୋଲ୍ଡିଂ ଟ୍ୟାକ୍ସ କମାଇବାକୁ ଲାଞ୍ଚ କାରବାର, ଭିଜିଲାନ୍ସ ଜାଲରେ BMC ଟ୍ୟାକ୍ସ କଲେକ୍ଟର
ମନି ଲଣ୍ଡରିଂ (Money Laundering) ଆକ୍ଟ ଆଧାରରେ ରେଡ କରିଛି ଇଡି ଟିମ । କୋଲକାତା ଓ ଭୁବନେଶ୍ବର ଇଡି (Bhubaneswar ED)ର ମିଳିତ ଭାବେ ଚଢାଉ ଜାରି ରହିଛି । ଖଣି କାର୍ଯ୍ୟାଳୟ ସହିତ ସୋୟାବାଲି ସ୍ଥିତ କଲୋନୀରେ ଚାଲିଛି ଚଢ଼ାଉ। ବେଆଇନ ଖଣିଜ କାରବାର ହୋଇଥିବା ନେଇ ପୂର୍ବରୁ ଅଭିଯୋଗ ରହିଥିଲା
ଇଟିଭି ଭାରତ, ଭୁବନେଶ୍ବର ଓ କେନ୍ଦୁଝର