ETV Bharat / city

ଆକାଶ ପାଠକଙ୍କୁ ଜେଲରେ ED ର ଜେରା

author img

By

Published : Nov 11, 2021, 10:58 AM IST

Updated : Nov 11, 2021, 12:47 PM IST

ଚାକିରି ନାଁରେ ଠକେଇ ଅଭିଯୋଗରେ ଗିରଫ ଆକାଶ ପାଠକଙ୍କୁ ଜେରା । ଜେଲରେ ଆକାଶଙ୍କୁ ଜେରା କରିଛି ଇଡି । ଅଧିକ ପଢନ୍ତୁ...

ଆକାଶ ପାଠକଙ୍କୁ ଜେଲରେ ED ର ଜେରା
ଆକାଶ ପାଠକଙ୍କୁ ଜେଲରେ ED ର ଜେରା

ଭୁବନେଶ୍ବର: ଭୁବନେଶ୍ବର: ଆଜି ଜେଲେରେ ଆକାଶ ପାଠକଙ୍କୁ ଜେରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ED । ଇଡିର ୩ ଜଣିଆ ଟିମ୍ ଆକାଶଙ୍କୁ ଜେରା କରିଛି । ଆକାଶଙ୍କୁ ଝାରପଡା ଜେଲରେ ଇଡି ଜେରା କରିଥିବା ଜଣାପଡିଛି ।

ଆକାଶ ପାଠକଙ୍କୁ ଜେଲରେ ED ର ଜେରା

ଟାଟା ମୋଟର୍ସର ଏମଡି ପରିଚୟ ଦେଇ ବହୁ ଯୁବକଯୁବତୀଙ୍କୁ ଚାକିରି କରାଇ ଦେବା ନାଁରେ ଠକିଥିଲେ ଆକାଶ । ଏନେଇ ଅଭିଯୋଗ ପରେ ଗିରଫ ହୋଇ ଥାନାରେ ଅଛନ୍ତି ପୂର୍ବତନ ଆଇଏଫଏସ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ । ତାଙ୍କ ବାପା ଅଭୟକାନ୍ତ ମଧ୍ୟ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଏବଂ ଚାକିରି କରାଇ ଦେବା ନାଁରେ ଠକେଇ ମାମଲାରେ ଗିରଫ ହୋଇଛନ୍ତି ।

ଏହି ମାମଲାରେ କଟକ ଭିଜିଲାନ୍ସ ସେଲ୍ ଅଫିସରେ SIT ଅଧିକାରୀମାନେ ଉଭୟ ବାପ-ପୁଅଙ୍କୁ ଜେରା କରି ସାରି ଥିବାବେଳେ ଆଜି ଇଡି ଜେଲରେ ଆକାଶଙ୍କୁ ଜେରା କରିଛି । ତେବେ ପାଖାପାଖି ଏକ ବର୍ଷ ହେବ ଆକାଶ ଜେଲରେ ଅଛନ୍ତି । କ୍ରାଇମବ୍ରାଞ୍ଚ ତାଙ୍କୁ ଅର୍ଥ ହେରଫେର୍ ମାମଲାରେ ଗିରଫ କରିଥିଲା । ହାଇକୋର୍ଟ ଆକାଶଙ୍କୁ ଜାମିନ ଦେଇଥିଲେ ମଧ୍ୟ ସେ ଏବେ ବି ଜେଲରୁ ମୁକୁଳି ପାରିନାହାନ୍ତି । ତାଙ୍କ ନାମରେ ଅନ୍ୟାନ୍ୟ ମାମଲା ବିଚାରଧୀନ ଥିବାରୁ ଜେଲରେ ଅଛନ୍ତି ଆକାଶ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 11, 2021, 12:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.