ETV Bharat / city

୯ ଯୋଡ଼ା ବିଶେଷ ଟ୍ରେନରେ ଅଣସଂରକ୍ଷିତ ଯାତ୍ରାକୁ ବୈଧ କଲା ପୂର୍ବତଟ ରେଳବାଇ

author img

By

Published : Oct 30, 2021, 10:39 PM IST

ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ୯ ଯୋଡ଼ା ସ୍ୱତନ୍ତ୍ର ଟ୍ରେନର ଅଣସଂରକ୍ଷିତ କୋଚ ସହ ଅଣସଂରକ୍ଷିତ ଟିକେଟ୍ ଦ୍ୱାରା ଯାତ୍ରା ଉପଲବ୍ଧ କରାଇବା ପାଇଁ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ...

9 ଯୋଡ଼ା ବିଶେଷ ଟ୍ରେନରେ ଅଣସଂରକ୍ଷିତ ଟିକେଟ ଯାତ୍ରାକୁ ବୈଧ କଲା ପୂର୍ବତଟ ରେଳବାଇ

ଭୁବନେଶ୍ବର: ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ 9 ଯୋଡ଼ା ସ୍ୱତନ୍ତ୍ର ଟ୍ରେନର ଅଣସଂରକ୍ଷିତ କୋଚ ସହ ଅଣସଂରକ୍ଷିତ ଟିକେଟ୍ ଦ୍ୱାରା ଯାତ୍ରା ଉପଲବ୍ଧ କରାଇବା ପାଇଁ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ନଭେମ୍ବର ପହିଲାରୁ ପୂର୍ବତଟ ରେଳପଥ 6 ଯୋଡ଼ା ସ୍ୱତନ୍ତ୍ର ଟ୍ରେନରେ ଥିବା ସମ୍ପୂର୍ଣ ସଂରକ୍ଷିତ କୋଚ ମଧ୍ୟରୁ ପ୍ରତ୍ୟେକ ୩ଟି ଲେଖା କୋଚକୁ ଅଣସଂରକ୍ଷିତ କରାଯାଇଛି । ଏହା ସହିତ ଗାର୍ଡ ତଥା ଲଗେଜ ଭ୍ୟାନ କୋଚଗୁଡିକୁ ମଧ୍ୟ ଅଣସଂରକ୍ଷିତ ଯାତ୍ରା ପାଇଁ ଉପଲବ୍ଧ କରାଯିବାର ନିଷ୍ପତ୍ତି ନେଇଛି ରେଳବାଇ । ଏହି ଟ୍ରେନ୍ ଗୁଡିକରେ ଅଣସଂରକ୍ଷିତ ମେଲ୍ / ଏକ୍ସପ୍ରେସ୍ ଭଡା ଆଦାୟ ହେବ ।

ଏହି ଟ୍ରେନ୍ ଗୁଡିକ ହେଲା
01. ( 08301/08302) ସମ୍ବଲପୁର-ରାୟଗଡା-ସମ୍ବଲପୁର ବିଶେଷ
02. ( 08569/08570) ଭୁବନେଶ୍ୱର-ବିଶାଖାପାଟନମ୍-ଭୁବନେଶ୍ୱର ଇଣ୍ଟର ସିଟି ବିଶେଷ
03. ( 08417/08418) ପୁରୀ-ଗୁଣପୁର-ପୁରୀ ବିଶେଷ
04. ( 08493/08494) ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟି ବିଶେଷ ଟ୍ରେନ
05. ( 08507/08508) ବିଶାଖାପାଟନମ୍-ରାୟଗଡା-ବିଶାଖାପାଟନମ୍ ବିଶେଷ ଟ୍ରେନ
06. ( 08433/08434) ଭୁବନେଶ୍ୱର-ପାଲାସା-ଭୁବନେଶ୍ୱର ବିଶେଷ

ସମ୍ବଲପୁର-ରାୟଗଡା-ସମ୍ବଲପୁର ସ୍ପେଶାଲରେ କୋଚ୍ ନମ୍ବର D / 7, 8 & 9, ଭୁବନେଶ୍ୱର-ବିଶାଖାପାଟନମ୍-ଭୁବନେଶ୍ୱର ଇଣ୍ଟରସିଟି ସ୍ପେଶାଲରେ କୋଚ୍ ନମ୍ବର D / 5, 6 & 7, ପୁରୀ-ଗୁଣପୁର-ପୁରୀ ବିଶେଷ ଟ୍ରେନରେ କୋଚ ନମ୍ବର D / 5, 6 & 7, ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ସ୍ପେଶାଲ୍ କୋଚ୍ ନମ୍ବର D / 4, 5 & 6, ବିଶାଖାପାଟନମ୍-ରାୟଗଡା-ବିଶାଖାପାଟନମ୍ ସ୍ପେଶାଲରେ କୋଚ୍ ନମ୍ବର D / 8, 9 & 10 ଏବଂ ଭୁବନେଶ୍ୱର-ପାଲାସା-ଭୁବନେଶ୍ୱର ସ୍ପେଶାଲ ଟ୍ରେନରେ କୋଚ୍ ନମ୍ବର D / 7, 8 & 9 କୁ ଅଣସଂରକ୍ଷିତ କୋଚରେ ପରିଣତ କରାଯାଇଛି ।

ଉପରୋକ୍ତ ଟ୍ରେନଗୁଡିକ ସହିତ, 3 ଯୋଡ଼ା ସ୍ୱତନ୍ତ୍ର ଟ୍ରେନକୁ ସମ୍ପୂର୍ଣ୍ଣ ଅଣସଂରକ୍ଷିତ ଟ୍ରେନ୍ ଭାବରେ ନଭେମ୍ବର ମାସ ପହିଲାରୁ ଚଳାଚଳ କରାଇବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।

ଏହି ଟ୍ରେନ୍ ଗୁଡିକ ହେଲା

01. (08531/08532) ବିଶାଖାପାଟନମ୍-ପଲାସା-ବିଶାଖାପାଟନମ୍ ବିଶେଷ
02. (08414/08413) ପୁରୀ-ପାରାଦୀପ-ପୁରୀ ବିଶେଷ ଟ୍ରେନ
03. (08423/08424) ଭୁବନେଶ୍ୱର-ନୟାଗଡ଼ ଟାଉନ୍-ଭୁବନେଶ୍ୱର ବିଶେଷ ଟ୍ରେନ

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.