ETV Bharat / city

ରାଜ୍ୟରେ ପ୍ରଥମ, ଏମ୍ସରେ ୨ ବର୍ଷୀୟ ଶିଶୁ ଶରୀରରେ ଇକମୋ ଚିକିତ୍ସା ଆରମ୍ଭ

ପ୍ରଥମ କରି ୨ ବର୍ଷୀୟ ଶିଶୁକନ୍ୟା ଶରୀରରେ ଇକମୋ ଚିକିତ୍ସା ଆରମ୍ଭ । ଏମ୍ସର ସ୍ବତନ୍ତ୍ର ଟିମ୍ କରୁଛନ୍ତି ଚିକିତ୍ସା । ଅଧିକ ପଢନ୍ତୁ...

author img

By

Published : Aug 31, 2021, 9:27 AM IST

ପ୍ରଥମେ କରି ଏମ୍ସରେ ୨ ବର୍ଷର ଛୁଆ ଶରୀରରେ ଏକମୋ ଚିକିତ୍ସା

ଭୁବନେଶ୍ବର: ଏମ୍ସରେ ଇକମୋ ମେସିନ୍ କାର୍ଯ୍ୟକାରୀ ହେବା ପରେ ପ୍ରଥମ ଥର ପାଇଁ ଜଣେ କୋମଳମତି ଶିଶୁକନ୍ୟାକୁ ଚିକିତ୍ସା କରାଯାଇଛି । ଢେଙ୍କାନାଳର ୨ ବର୍ଷର ଶିଶୁକନ୍ୟାର ଇକମୋ ଚିକିତ୍ସା ଆରମ୍ଭ ହୋଇଛି ।

ଫୁସ୍‌ଫୁସ୍ ରୋଗରେ ପୀଡ଼ିତ ହୋଇଛନ୍ତି ଢେଙ୍କାନାଳର ଜଣେ 22 ମାସର ଶିଶୁ କନ୍ୟା ଅର୍ପିତା ପ୍ରିୟଦର୍ଶିନୀ । ଏମ୍ସର ଏକ ସ୍ୱତନ୍ତ୍ର ବିଶେଷଜ୍ଞ ଟିମ୍ ଅର୍ପିତାଙ୍କୁ ଚିକିତ୍ସା କରୁଛନ୍ତି । ରାଜ୍ୟରେ ପ୍ରଥମ ଥର ପାଇଁ ସରକାରୀ ହସ୍ପିଟାଲରେ ଏକ ଶିଶୁର ଶରୀରରେ ଇକମୋ ଚିକିତ୍ସା କରାଯାଉଛି । ଏଥିପାଇଁ ପରିବାରଲୋକଙ୍କୁ କୌଣସି ଖର୍ଚ୍ଚ ଦେବାକୁ ପଡ଼ିବନାହିଁ ।

ସୂଚନା ଅନୁଯାୟୀ, ଗତ ଜୁଲାଇ 21 ତାରିଖରେ କୋଭିଡ ସନ୍ଦେହରେ ଶିଶୁ କନ୍ୟାକୁ ଏସ୍‌ସିବିରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କର ନିମୋନିଆ ଥିବା ଜଣାପଡିଥିଲା । ଏସସିବିରେ ଚିକିତ୍ସା ପରେ ଘରକୁ ଡିସଚାର୍ଜ ହୋଇଥିଲେ ଅର୍ପିତା । ପରେ ସ୍ବାସ୍ଥ୍ୟରେ କୌଣସି ଉନ୍ନତି ନଆସିବାରୁ ଏମ୍ସରେ ଭର୍ତ୍ତି କରିଥିଲେ । ଏମ୍ସରେ ଶିଶୁକନ୍ୟାଟିର ପ୍ରଥମେ ଡାଏଲିସିସ୍ ପରେ ଇକମୋ ଚିକିତ୍ସା ଆରମ୍ଭ ହୋଇଛି । ଏକ ସ୍ୱତନ୍ତ୍ର ଡାକ୍ତରୀ ବିଶେଷଜ୍ଞ ଟିମ୍ ଏହି ଚିକିତ୍ସା କରୁଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.