ETV Bharat / city

କୋରୋନା ମୁକାବିଲା: 261 ଟି କୋଚରେ ସଙ୍ଗରୋଧ ସୁବିଧା ଦେବ ପୂର୍ବତଟ ରେଳପଥ

ପୂର୍ବତଟ ରେଳପଥ 261 ଟି କୋଚ୍‌ରେ ମିଳିବ ସଙ୍ଗରୋଧ ସୁବିଧା । COVID-19 ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ରେଳପଥ 5000 ରେଳ କୋଚ୍‌କୁ ସଙ୍ଗରୋଧ ଓ ପୃଥକିକରଣ ବ୍ୟବସ୍ଥା କରିଛି । ଏହା ମଧ୍ୟରୁ ପୂର୍ବତଟ ରେଳପଥ 261ରେଳ କୋଚ୍‌କୁ ସଙ୍ଗରୋଧ କରିବ ବୋଲି ସୂଚନା ମିଳିଛି ।

Indian railways
ପୂର୍ବତଟ ରେଳପଥ 261 ଟି କୋଚରେ ଦେବ ସଙ୍ଗରୋଧ ସୁବିଧା
author img

By

Published : Apr 3, 2020, 10:02 AM IST

ଭୁବନେଶ୍ବର: ପୂର୍ବତଟ ରେଳପଥ 261 ଟି କୋଚ୍‌ରେ ମିଳିବ ସଙ୍ଗରୋଧ ସୁବିଧା । COVID-19 ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ରେଳପଥ 5000 ରେଳ କୋଚ୍‌କୁ ସଙ୍ଗରୋଧ ଓ ପୃଥକିକରଣ ବ୍ୟବସ୍ଥା କରିଛି । ଏହା ମଧ୍ୟରୁ ପୂର୍ବତଟ ରେଳପଥ 261ରେଳ କୋଚ୍‌କୁ ସଙ୍ଗରୋଧ ଓ ପୃଥକିକରଣ ସୁବିଧା ପ୍ରଦାନ କରିବ ବୋଲି ଜଣାପଡିଛି । ଏପ୍ରିଲ 15 ସୁଦ୍ଧା ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ପୂର୍ବତଟ ରେଳପଥ ସୂଚନା ଦେଇଛି ।

ପୂର୍ବତଟ ରେଳପଥର ବିଭିନ୍ନ କାରଖାନା ଓ କୋଚିଂ ଡିପୋ ଯଥା ମଞ୍ଚେଶ୍ବର, ଭୁବନେଶ୍ବର, ସମ୍ବଲପୁର ଓ ବିଶାଖାପାଟଣା ଠାରେ ଏହା କରାଯିବ । ଏହି କୋଚ୍ ଗୁଡିକରେ ରୋଗୀମାନଙ୍କ ପାଇଁ ସମସ୍ତ ପ୍ରକାରର ଆବଶ୍ୟକତା ଉପକରଣ ସହ ମେଡିକାଲ୍ ସୁବିଧା ଯୋଗାଇ ଦିଆଯିବ । କୋଚ୍‌ ଗୁଡିକ ରୂପାନ୍ତର ହେଲାପରେ ରାଜ୍ୟର ବିଭିନ୍ନ ଷ୍ଟେସନ ଗୁଡିକରେ ରଖାଯିବ । ମଞ୍ଚେଶ୍ଵର ରେଳଡବା କାରଖାନାରେ 51 ଟି କୋଚ୍, ପୁରୀରେ 39 ଟି, ଭୁବନେଶ୍ବର କୋଚିଂ ଦିପୋରେ 46 ଟି, ସମ୍ବଲପୁରରେ 32 ଟି, ଖୋର୍ଦ୍ଧା ରୋଡ୍‌ରେ 33 ଟି ଓ ବିଶାଖାପାଟଣାରେ 60 ଟି କୋଚ୍‌ର ରୂପାନ୍ତର କରାଯାଇଛି ।

ଏପ୍ରିଲ 2 ତାରିଖ ସୁଦ୍ଧା 23 ଟି କୋଚ୍‌ର ରୂପାନ୍ତର ହୋଇସାରିଛି । ସେଗୁଡିକ ମଧ୍ୟରେ ମଞ୍ଚେଶ୍ବର ଓ ଖୋର୍ଦ୍ଧା ରୋଡ୍‌ ଗୋଟିଏ ଲେଖାଏଁ, ପୁରୀରେ ପାଞ୍ଚଟି, ଭୁବନେଶ୍ବର ଓ ସମ୍ବଲପୁର ଠାରେ ଛଅଟି ଲେଖାଏଁ ଏବଂ ବିଶାଖାପାଟଣାରେ 4 ଟି କୋଚ୍ କାର୍ଯ୍ୟ ସରିଛି । କୋଚ୍‌ରେ ଝରକା ନିକଟରେ ମଶାରୀ, ଗୋଟିଏ କୋଚ୍‌ରେ ଗୋଟିଏ ଗାଧୁଆ ଘର ଏବଂ 3ଟି ପାଇଖାନା ବ୍ୟବସ୍ଥା, ଗୋଟିଏ କୋଚରେ 6 ଟି ଲିକୁଇଡ୍ ସାବୁନ୍, ଦିସପେଂଶର, ଗମନାଗମନ ପଥରେ ଦୁଇ ପଟରୁ ପ୍ଲାଷ୍ଟିକ ପରଦା ଆଦି ଯୋଗାଇ ଦିଆଯାଇଛି । ଏହି ସୁବିଧା ବ୍ୟତୀତ ଆବଶ୍ୟକୀୟ ମେଡିକାଲ୍ ଉପକରଣ ଅକ୍ସିଜେନ ସିଲିଣ୍ଡର ଆଦି ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.