ETV Bharat / city

ପ୍ରଦୂଷଣ ମୁକ୍ତ ପାଇଁ ପ୍ରୟାସ, ୩୧୧ ରେକ୍‌ ପାଉଁଶ ପରିବହନ କଲା ପୂର୍ବତଟ ରେଳପଥ - ପ୍ରଦୂଷଣ ମୁକ୍ତ ପରିବେଶ ପାଇଁ ରେଳପଥର ପ୍ରୟାସ

ପ୍ରଦୂଷଣ ମୁକ୍ତ ପରିବେଶ ପାଇଁ ପୂର୍ବତଟ ରେଳପଥର ପ୍ରୟାସ । ଦେଶର ବିଭିନ୍ନ ପ୍ରାନ୍ତକୁ 311 ରେକ୍ (ଟ୍ରେନ) ଫ୍ଲାଏ-ଆଶ( ପାଉଁଶ) ପରିବହନ କଲା ପୂର୍ବତଟ ରେଳପଥ । ଅଧିକ ପଢନ୍ତୁ

୩୧୧ ରେକ ଫ୍ଲାଏ-ଆଶ ପରିବହନ କଲା ପୂର୍ବତଟ ରେଳପଥ

author img

By

Published : Feb 19, 2022, 7:25 AM IST

Updated : Feb 19, 2022, 9:07 AM IST

ଭୁବନେଶ୍ବର: ପ୍ରଦୂଷଣମୁକ୍ତ ପରିବେଶ ସୃଷ୍ଟି ପାଇଁ ପୂର୍ବତଟ ରେଳପଥର ପ୍ରୟାସ । ଏଥିପାଇଁ ପରିବେଶ ନିର୍ଦ୍ଦେଶାବଳୀ ଅନୁସରଣ କରି ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରୁ ଦେଶର ବିଭିନ୍ନ ପ୍ରାନ୍ତକୁ 311 ରେକ୍ (ଟ୍ରେନ) ଫ୍ଲାଏ-ଆଶ (ଶିଳ୍ପ ସଂସ୍ଥାରୁ ନିର୍ଗତ ପାଉଁଶ) ପରିବହନ କରିଛି । ରେଳପଥର ବ୍ୟବସାୟ ବିକାଶ ୟୁନିଟ୍ (ବିଡିୟୁ)ର ନିରନ୍ତର ପ୍ରୟାସ ଯୋଗୁଁ ଏହା ସମ୍ଭବ ହୋଇଛି । ଗ୍ରାହକ ଏବଂ ଶିଳ୍ପ ସହିତ ବାରମ୍ବାର ଯୋଗାଯୋଗରେ ଥାଇ ପୂର୍ବତଟ ରେଳପଥର ବ୍ୟବସାୟ ବିକାଶ ୟୁନିଟ୍ ରେଳ ମାଧ୍ୟମରେ ବିଭିନ୍ନ ଅଣ-ବଲ୍କ ସାମଗ୍ରୀ ଟ୍ରାଫିକ୍ ବୃଦ୍ଧି କରିବାର ଉପାୟ ଅନୁସନ୍ଧାନ କରିଛି ।

ପରିବହନ କ୍ଷେତ୍ରରେ ରେଳବାଇର ଅଂଶ ବୃଦ୍ଧି କରାଇବା ଏବଂ ସଡକରୁ ରେଳ ମାଧ୍ୟମରେ ମୋଡାଲ ଗମନାଗମନକୁ ସୁନିଶ୍ଚିତ କରିବା ପାଇଁ ପୂର୍ବତଟ ରେଳପଥ ପରିସୀମାରେ ଥିବା ଶିଳ୍ପସଂସ୍ଥାଗୁଡ଼ିକରୁ ଦେଶର ବିଭିନ୍ନ ଗନ୍ତବ୍ୟ ସ୍ଥାନକୁ ଫ୍ଲାଏ-ଆଶ ପରିବହନ ପାଇଁ ପୂର୍ବତଟ ରେଳପଥ ବ୍ୟବସାୟ ବିକାଶ ୟୁନିଟ୍ ପଦକ୍ଷେପ ନେଇଛି ।

ପାରମ୍ପାରିକ ପରିବହନ ଢାଞ୍ଚାରେ ରେଳବାଇର ଅଂଶକୁ ମଜବୁତ କରିବା ଏବଂ ରେଳବାଇକୁ ଅଧିକ ଟ୍ରାଫିକ୍ ଆକର୍ଷିତ କରିବା ପାଇଁ ଏହା ହେଉଛି ଗୋଟିଏ ପଦକ୍ଷେପ । ଫ୍ଲାଏ-ଆଶ ପରିବହନରେ ଅଂଶଗ୍ରହଣକାରୀମାନେ ପରିବେଶ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଅନୁଯାୟୀ ଫ୍ଲାଏ-ଆଶକୁ ଶତ ପ୍ରତିଶତ ବ୍ୟବହାର ପାଇଁ ମିଳିତ ପ୍ରୟାସ କରିବାକୁ ସହମତି ପ୍ରକାଶ କରିଛନ୍ତି ଏବଂ ଫ୍ଲାଏ-ଆଶ ଉତ୍ପାଦକ, ପରିବହନକାରୀ ଓ ଶେଷ ଉପଭୋକ୍ତାଙ୍କ ମିଳିତ ପ୍ରୟାସରେ ଏହାକୁ ସୁନିଶ୍ଚିତ କରିଛନ୍ତି ।

ରେଳ ଦ୍ୱାରା ଫ୍ଲାଏ-ଆଶ ପରିବହନ ପାଇଁ ପୂର୍ବତଟ ରେଳପଥ ବ୍ୟବସାୟ ବିକାଶ ୟୁନିଟ୍ କ୍ରମାଗତ ଭାବରେ ଥର୍ମାଲ୍ ପାୱାର୍ ପ୍ଲାଣ୍ଟ, ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ ପ୍ଲାଣ୍ଟ, ଆଲୁମିନିୟମ୍ ସ୍ମେଲଟର ପ୍ଲାଣ୍ଟ ଏବଂ ସିମେଣ୍ଟ ପ୍ଲାଣ୍ଟର ପ୍ରତିନିଧୀଙ୍କୁ ନିରନ୍ତର ଭାବେ ଯୋଗାଯୋଗ କରିଆସୁଛି । 15 ସେପ୍ଟେମ୍ବର, 2020 ଠାରୁ ଫ୍ଲାଏ-ଆଶ ପରିବହନ ପ୍ରାରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ପୂର୍ବତଟ ରେଳପଥ 311 ରେକ୍ (ସାମଗ୍ରୀ ଟ୍ରେନ୍) ଫ୍ଲାଏ-ଆଶକୁ ଦେଶର ବିଭିନ୍ନ ସ୍ଥାନକୁ ପରିବହନ କରିସାରିଛି । ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳରୁ 141ଟି ରେକ୍ ଫ୍ଲାଏ-ଆଶ, ସମ୍ବଲପୁରରୁ 138 ଟି ଏବଂ ୱାଲଟିୟର ରେଳମଣ୍ଡଳରୁ 32 ଟି ରେକ୍ ଫ୍ଲାଏ-ଆଶ ଏପର୍ଯ୍ୟନ୍ତ ପରିବହନ କରାଯାଇଛି ।

2020-21 ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥ 91ଟି ରେକ୍ ଦ୍ୱାରା ପ୍ରାୟ 0.356 ନିୟୁତ ଟନ ଫ୍ଲାଏ-ଆଶ ପରିବହନ କରିଥିଲା । ଚଳିତ ଆର୍ଥିକ ବର୍ଷ ସମାପ୍ତି ପୂର୍ବରୁ, ତଥା 1 ଏପ୍ରିଲରୁ 16 ଫେବୃଆରୀ, 2022 ପର୍ଯ୍ୟନ୍ତ ପୂର୍ବତଟ ରେଳପଥ ଦେଶର ବିଭିନ୍ନ ସ୍ଥାନକୁ 220 ରେକ୍ ଦ୍ୱାରା ପ୍ରାୟ 0.847 ନିୟୁତ ଟନ ପରିବହନ କରିସାରିଲାଣି । ଏଥିମଧ୍ୟରୁ ଅନୁଗୁଳ ଅଞ୍ଚଳରୁ 99ଟି ରେକ୍, ସମ୍ବଲପୁର ଅଞ୍ଚଳରୁ 91ଟି ରେକ୍ ଏବଂ କୋରାପୁଟ ଓ ବିଶାଖାପାଟନମ୍ ଅଞ୍ଚଳରୁ 30ଟି ରେକ୍ ଅନ୍ତର୍ଭୁକ୍ତ । ମୋଟାମୋଟି ଭାବେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଏପର୍ଯ୍ୟନ୍ତ ଦେଶର ବିଭିନ୍ନ ପ୍ରାନ୍ତକୁ ପ୍ରାୟ 1.20 ନିୟୁତ ଟନ ଫ୍ଲାଏ-ଆଶ ପରିବହନ କରାଯାଇ ପାରିଛି |

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Feb 19, 2022, 9:07 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.