ETV Bharat / city

ଯାତ୍ରୀ ନ ହେବାରୁ ପାଞ୍ଚ ଯୋଡା ଟ୍ରେନ ବାତିଲ - Five pairs of train suspend

ପାଞ୍ଚ ଯୋଡ଼ା ଟ୍ରେନ ବାତିଲ । କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଟ୍ରେନ ବାତିଲ ନେଇ ପୂର୍ବତଟ ରେଳବାଇ ପକ୍ଷରୁ ହୋଇଛି ଘୋଷଣା । ଅଧିକ ପଢନ୍ତୁ..

east coast railway
ଟ୍ରେନ ବାତିଲ
author img

By

Published : May 4, 2021, 7:01 PM IST

ଭୁବନେଶ୍ବର: ବାତିଲ ହେଲା ମହାମାରୀ କୋଭିଡ୍ ପାଇଁ ଚାଲୁଥିବା ପାଞ୍ଚ ଯୋଡ଼ା ଟ୍ରେନ୍ । ଯାତ୍ରୀ ନହେବା ଏବଂ ସଂକ୍ରମଣକୁ ଦୃଷ୍ଟିରେ ରଖି ଜାରି କଟକଣା ପାଇଁ ପୂର୍ବତଟ ରେଳପଥ ପାଞ୍ଚ ଯୋଡ଼ା ଟ୍ରେନକୁ ବାତିଲ କରିଛି ।

କୋଭିଡ ସଂକ୍ରମଣର ବୃଦ୍ଧିକୁ ଦୃଷ୍ଟିରେ ରଖି ପୂର୍ବ ତଟ ରେଳ ପରିସୀମା ମଧ୍ୟରୁ ବିଭିନ୍ନ ସ୍ଥାନକୁ ଯାତ୍ରା କରୁଥିବା ପାଞ୍ଚଟି ସ୍ୱତନ୍ତ୍ର ଟ୍ରେନ ସେବାକୁ ବାତିଲ କରାଯିବ ପାଇଁ ନିଷ୍ପତ୍ତି ନିଆଯାଇଛି | ଜାଣନ୍ତୁ କେଉଁ ସବୁ ରୁଟରେ ଚାଲିବନି କେଉଁ ଟ୍ରେନ ..

ଯାତ୍ରୀ ନ ହେବାରୁ ପାଞ୍ଚ ଯୋଡ଼ା ଟ୍ରେନ ବାତିଲ
ଯାତ୍ରୀ ନ ହେବାରୁ ପାଞ୍ଚ ଯୋଡ଼ା ଟ୍ରେନ ବାତିଲ
ପୂର୍ବ ତଟ ରେଳ ପରିସୀମା ମଧ୍ୟରୁ ବିଭିନ୍ନ ସ୍ଥାନକୁ ଯାତ୍ରା କରୁଥିବା ପାଞ୍ଚଟି ସ୍ୱତନ୍ତ୍ର ଟ୍ରେନ ଗଡିବନି । ଏଥିରେ ରହିଛି- - 08417/08418 ପୁରୀ-ଗୁଣୁପୁର-ପୁରୀ ବିଶେଷ ଟ୍ରେନ ପୁରୀରୁ 5 ମଇ ଠାରୁ ଏବଂ ଗୁଣୁପୁରରୁ 6 ମଇ, 2021 ଠାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବାତିଲ୍ ରହିବ।08303/08304 ସମ୍ବଲପୁର-ପୁରୀ-ସମ୍ବଲପୁର ବିଶେଷ ଟ୍ରେନ ଉଭୟ ପାର୍ଶ୍ୱରୁ 5 ମଇ, 2021 ଠାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବାତିଲ୍ ରହିବ । 08425/08426 ପୁରୀ-ଦୁର୍ଗ-ପୁରୀ ସ୍ପେଶାଲ୍ ପୁରୀରୁ 5 ମଇ ଠାରୁ ଏବଂ ଦୁର୍ଗରୁ 6 ମଇ, 2021 ଠାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବାତିଲ୍ ରହିବ । 09371/09372 ଇନ୍ଦୋର-ପୁରୀ-ଇନ୍ଦୋର ସ୍ପେଶାଲ୍ ଇନ୍ଦୋରରୁ 4 ମଇ ଠାରୁ ଏବଂ ପୁରୀରୁ 6 ମଇ, 2021 ଠାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବାତିଲ୍ ରହିବ ।

ସିକନ୍ଦରାବାଦ ଓ ଗୌହାଟୀ ମଧ୍ୟରେ ଗଡିବ ସ୍ୱତନ୍ତ୍ର ଟ୍ରେନ୍
ସିକନ୍ଦରାବାଦ ଓ ଗୌହାଟୀ ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ରେଳବାଇ ନିଷ୍ପତ୍ତି ନେଇଛି । 07030/07029 ସିକନ୍ଦରାବାଦ-ଗୌହାଟୀ-ସିକନ୍ଦରାବାଦ ବିଶେଷ ଟ୍ରେନ ସିକନ୍ଦରାବାଦରୁ ମେ ମାସ ୯ ତାରିଖରୁ ୩୦ ତାରିଖ ମଧ୍ୟରେ ପ୍ରତ୍ୟେକ ରବିବାର ଦିନ ପୂର୍ବାହ୍ନ ୯ଘ.୩୦ମି.ରେ ଛାଡିବ । ଆଉ ଫେରିବା ମାର୍ଗରେ ଏହା ଗୌହାଟୀ ଠାରୁ 12 ମଇରୁ 2 ଜୁନ୍ ପର୍ଯ୍ୟନ୍ତ ପ୍ରତ୍ୟେକ ବୁଧବାର ଦିନ ସକାଳ ୦୬ଘ.୪୫ମି.ରେ ଛାଡିବ । ଏହି ଟ୍ରେନ ସିକନ୍ଦରାବାଦ ଓ ଗୌହାଟୀ ମଧ୍ୟରେ ଗୁରୁତ୍ୱପୂର୍ଣ ଷ୍ଟେସନ ମାନଙ୍କ ସହିତ ପୂର୍ବତଟ ପରିସୀମା ମଧ୍ୟରେ ଉଭୟ ପାର୍ଶ୍ୱରୁ ବିଶାଖାପାଟନମ୍, ବିଜୟନଗରମ୍, ଶ୍ରୀକାକୁଲମ୍ ରୋଡ୍, ପଲାସା, ବ୍ରହ୍ମପୁର, ଖୋର୍ଦ୍ଧାରୋଡ୍, ଭୁବନେଶ୍ୱର, କଟକ, ଏବଂ ଭଦ୍ରକ ଷ୍ଟେସନ ଠାରେ ରହଣି କରିବ ।

ଏହା ବ୍ୟତୀତ, ରେଳବାଇ ପକ୍ଷରୁ ମହୀଶୂର ଓ ଭାସ୍କୋ-ଡା-ଗାମା ଠାରୁ ଦାନାପୁରକୁ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଉଛି । 07313 ଭାସ୍କୋ-ଡା-ଗାମା-ଦାନପୁର ସ୍ପେଶାଲ୍ 6 ମଇ, 2021 ରେ ଭାସ୍କୋ-ଡା-ଗାମା ଠାରୁ ପୂର୍ବାହ୍ନ ୧୧ ଘଟିକାରେ ଛାଡିବାକୁ ଥିବାବେଳେ 06216 ମହୀଶୂର-ଦାନପୁର ସ୍ପେସିଆଲ ମହୀଶୂର ଠାରୁ 6 ମଇ, 2021 ଦିନ ପୂର୍ବାହ୍ନ ୧୧ ଘଟିକାରେ ଦନାପୁରକୁ ଯାତ୍ରା କରିବ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.