ETV Bharat / city

ଅମ୍ଫାନ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ପୂର୍ବତଟ ରେଳବାଇ - ଅମ୍ଫାନ ବାତ୍ୟା

ରେଳ ବ୍ରିଜ, ଟ୍ରାକ୍, ସିଗନାଲ ପଦ୍ଧତିର ସୁରକ୍ଷା ପାଇଁ କର୍ମଚାରୀ ପହରା ଦେବେ । ରେଲୱେ ଟ୍ରାକ ମରାମତି ପାଇଁ ପ୍ରଚୁର ପରିମାଣରେ ରିଜର୍ଭ ସାମଗ୍ରୀ ମହଜୁଦ ରଖାଯାଇଛି । ଅଧିକ ପଢନ୍ତୁ...

ଅମ୍ଫାନ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ପୂର୍ବତଟ ରେଳବାଇ

author img

By

Published : May 18, 2020, 10:12 PM IST

Updated : May 19, 2020, 12:11 PM IST

ଭୁବନେଶ୍ବର: ବାତ୍ୟା ପାଇଁ ପୂର୍ବତଟ ରେଳବାଇର ଆଗୁଆ ସାବଧାନତା ଜାରି । ଅମ୍ଫାନ ବାତ୍ୟାକୁ ଦୃଷ୍ଟିରେ ରଖି ରେଳବାଇ ପସ୍ତୁତ ରହିଛି । ପୂର୍ବ ବାତ୍ୟାରେ ରେଳ ବିଭାଗର ସମ୍ପତ୍ତି ଧ୍ବଂସକୁ ଦୃଷ୍ଟିରେ ରଖି ଏଭଳି ପ୍ରସ୍ତୁତି କରିଛି ପୂର୍ବତଟ ରେଳପଥ । ଯଦି ଅମ୍ଫାନ ବାତ୍ୟାରେ କ୍ଷୟକ୍ଷତି ହୁଏ ତେବେ ଖୁବଶୀଘ୍ର ମରାମତି କରିବାକୁ ଯୋଜନା କରାଯାଇଛି ।

ରେଳ ବ୍ରିଜ, ଟ୍ରାକ୍, ସିଗନାଲ ପଦ୍ଧତିର ସୁରକ୍ଷା ପାଇଁ କର୍ମଚାରୀ ପହରା ଦେବେ । ରେଲୱେ ଟ୍ରାକ ମରାମତି ପାଇଁ ପ୍ରଚୁର ପରିମାଣରେ ରିଜର୍ଭ ସାମଗ୍ରୀ ମହଜୁଦ ରଖାଯାଇଛି । ଏହାସହ ଯଦି କିଛି ସମସ୍ୟା ସୃଷ୍ଟି ହୁଏ ତେବେ ଅତିରିକ୍ତ କଣ୍ଟ୍ରୋଲ ରୁମ ଓ ପୂର୍ବତଟ ରେଳପଥ ବିପର୍ଯ୍ୟୟ ପରିଚାଳନା ସେଲ ଖୋଲାଯିବ । ସେହିପରି ଟ୍ରେନ ଚଳାଚଳ ପାଇଁ ବିଦ୍ୟୁତ ଯୋଗାଣ ବନ୍ଦ ହେଲେ ଡିଜେଲ ଇଞ୍ଜିନ ରଖାଯାଇଛି ।

ଅମ୍ଫାନ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ପୂର୍ବତଟ ରେଳବାଇ

ଉପକୂଳ ଅଞ୍ଚଳରେ ରେଡ ଆଲର୍ଟ ଜାରି କରାଯାଇଥିବାରୁ ଭୁବନେଶ୍ବର ଓ ଭଦ୍ରକ ମଧ୍ୟରେ ଥିବା ସମସ୍ତ ରେଳ ଷ୍ଟେସନ ଉପରେ କଡା ନଜର ରଖାଯାଇଛି । ଟ୍ରାକରେ ପାଣି ଜମିବା ସହ ଗଛ ପଡି ରହିଲେ କିଭଳି ସେଗୁଡିକୁ ସଫା କରାଯିବ ସେନେଇ ମଧ୍ୟ ପ୍ରସ୍ତୁତି କରାଯାଉଛି । ଶ୍ରମିକ ସ୍ବତନ୍ତ୍ର ଟ୍ରେନ ସବୁକୁ ବାତିଲ କରିଦିଆଯାଇଛି । ଭଦ୍ରକ-ଖଡଗପୁର ରୁଟରେ ଟ୍ରେନ ଚଳାଚଳ ବନ୍ଦ ରହିଛି । ସେହିପରି ପାର୍ସଲ ଓ ମାଲବାହୀ ଟ୍ରେନ ସମ୍ବଲପୁର-ଝାରସୁଗୁଡା ଦେଇ ଚଳାଚଳ କରିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ମିଳିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : May 19, 2020, 12:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.