ETV Bharat / city

ପୂର୍ବତଟ ରେଳପଥ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳନ

author img

By

Published : Oct 31, 2021, 1:56 PM IST

ପୂର୍ବତଟ ରେଳପଥ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳନ। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ଆଜି ରେଳ ସଦନଠାରେ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଦର୍ଶନ ଏବଂ କର୍ମ ଉପରେ କାର୍ଯ୍ୟ କରିବା ପାଇଁ ଶପଥ ପାଠ କରାଇଛନ୍ତି । ଅଧିକ ପଢନ୍ତୁ...

ପୂର୍ବତଟ ରେଳପଥ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳନ
ପୂର୍ବତଟ ରେଳପଥ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳନ

ଭୁବନେଶ୍ବର: ପୂର୍ବତଟ ରେଳପଥ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳନ। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ଆଜି ରେଳ ସଦନଠାରେ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଜାତିର ଏକତା, ଅଖଣ୍ଡତା ଏବଂ ସୁରକ୍ଷା ରକ୍ଷା ପାଇଁ ଉତ୍ସର୍ଗୀକୃତ ହେବା ଏବଂ ରାଷ୍ଟ୍ରିୟ ଏକତା ଦିବସରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଦର୍ଶନ ଏବଂ କର୍ମ ଉପରେ କାର୍ଯ୍ୟ କରିବା ପାଇଁ ଶପଥ ପାଠ କରାଇଛନ୍ତି । ଏହା ପରେ ବିଦ୍ୟା ଭୂଷଣ ରେଳପଥର କର୍ମଚାରୀ ଓ ଅଧିକାରୀମାନଙ୍କ ଦ୍ବାରା ଆୟୋଜିତ ସାଇକେଲ ଓ ମଟର ସାଇକେଲ ରାଲି ‘ରନ୍ ଫର୍ ୟୁନିଟି’ କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ମହାପ୍ରବନ୍ଧକଙ୍କ ନେତୃତ୍ବରେ ପୂର୍ବତଟ ରେଳପଥର ଅଧିକାରୀ ଏବଂ କର୍ମଚାରୀମାନେ ମଧ୍ୟ ମୁଖ୍ୟାଳୟ ରେଳସଦନଠାରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏକତା ଦିବସ ସମାରୋହରେ ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାର ଏବଂ ସମସ୍ତ ପ୍ରମୁଖ ବିଭାଗୀୟ ଅଧିକାରୀମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ। ରେଳପଥର ପ୍ରମୁଖ କାର୍ମିକ ଅଧିକାରୀ ତୁଷାରକାନ୍ତୀ ମଣ୍ଡଳ ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ |

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.