ETV Bharat / city

ଦିଲ୍ଲୀ ମଡେଲ୍ ଆପଣାଇବ ଓଡିଶା, ଖୁବଶୀଘ୍ର ଲାଗୁ ହେବ ଇ-ଯାନ ନୀତି - ରାଜ୍ୟରେ ଖୁବଶୀଘ୍ର ଲାଗୁ ହେବ ଇ-ଯାନ ନୀତି

ପ୍ରଦୂଷଣ ରୋକିବାକୁ ଦିଲ୍ଲୀ ମଡେଲକୁ ଆପଣାଇବାକୁ ଯାଉଛନ୍ତି ଓଡ଼ିଶା ସରକାର । ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

transport minister padmanabha behera
ରାଜ୍ୟରେ ଖୁବଶୀଘ୍ର ଲାଗୁ ହେବ ଇ-ଯାନ ନୀତି
author img

By

Published : Aug 25, 2021, 4:05 PM IST

ଭୁବନେଶ୍ବର: ରାଜ୍ୟରେ ଖୁବଶୀଘ୍ର ଆସୁଛି ନୂଆ ଇ-ଯାନ ନୀତି । ପେଟ୍ରୋଲ-ଡିଜେଲ ଦର ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ସରକାର ମଧ୍ୟ ବିଦ୍ୟୁତ୍ ଚାଳିକ ଯାନକୁ କିଣିବା ପାଇଁ ପ୍ରୋତ୍ସାହିତ କରୁଛନ୍ତି । ବ୍ୟାଟେରୀ, ବିଦ୍ୟୁତ ଚାଳିତ ଗାଡି ପାଇଁ ମିଳିବ ସ୍ୱତନ୍ତ୍ର ରିହାତି । ପ୍ରଦୂଷଣ ରୋକିବାକୁ ଦିଲ୍ଲୀ ମଡେଲକୁ ଆପଣାଇବାକୁ ଯାଉଛନ୍ତି ଓଡ଼ିଶା ସରକାର । ଏ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।

ବିଦ୍ୟୁତ ଚାଳିତ ଯାନ କିଣିବାକୁ ପ୍ରୋତ୍ସାହନ ଯୋଗାଇ ଦେବେ ରାଜ୍ୟ ସରକାର । ୨ ଚକିଆ ଯାନ ପାଇଁ ୫ ହଜାର ଟଙ୍କାର ରିହାତି ଦେବେ ସରକାର । ସେହିପରି ୩ ଚକିଆ ଯାନ ପାଇଁ ୧୨ ହଜାର ଟଙ୍କାର ରିହାତି ମିଳିବ । ଏହା ସହ ୪ ଚକିଆ ଯାନ ପାଇଁ ସର୍ବାଧିକ ୧ ଲକ୍ଷ ଟଙ୍କାର ରିହାତି ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ସରକାରୀ ଅଫିସ ବିଦ୍ୟୁତ ଚାଳିତ ଯାନ କିଣିଲେ ଅଧିକ ରିହାତି ମିଳିବ ବୋଲି ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି ।ଘରୋଇ କମ୍ପାନୀ ମଧ୍ୟ ବିଦ୍ୟୁତ ଚାଳିତ ଯାନ କିଣିଲେ ଅଧିକ ରିହାତି ମିଳିବ ।

ଖୁବଶୀଘ୍ର ଏନେଇ ବିଧିବଦ୍ଧ ଘୋଷଣା କରିବେ ରାଜ୍ୟ ସରକାର । ଏହା ବ୍ୟତୀତ ରୋଡ୍ ଟ୍ୟାକ୍ସ ଓ ପଞ୍ଜିକରଣ ଫି’ ମଧ୍ୟ ଛାଡ କରିପାରନ୍ତି ସରକାର । ବିଦ୍ୟୁତ ଚାଳିତ ଯାନ ନିର୍ମାଣକୁ ଏହା ମାଧ୍ୟମରେ ପ୍ରୋତ୍ସାହିତ ଯୋଗାଇ ଦିଆଯିବ । ବିଦ୍ୟୁତ୍ ଚାଳିତ ଯାନର ଯନ୍ତ୍ରାଂଶ ଓ ବ୍ୟାଟେରୀ ପ୍ରସ୍ତୁତି କରୁଥିବା ସଂସ୍ଥାକୁ ପ୍ରୋତ୍ସାହନ ମିଳିବ । କ୍ରମାଗତ ଭାବେ ବଢୁଥିବା ପ୍ରଦୂଷଣ ରୋକିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.