ଭୁବନେଶ୍ବର: ସୁନ୍ଦର ଦେଖାଯିବାକୁ କିଏ ଅବା ନ ଚାହେ, ଖାସ କରି ମହିଳାମାନେ ନିଜକୁ ସଜେଇ ରଖିବାକୁ ସବୁବେଳେ ପସନ୍ଦ କରନ୍ତି । ଆଉ ଏହି ସୁନ୍ଦରତାକୁ ଆହୁରୀ ଆକୃଷ୍ଟ କରେ ଭଳିକି ଭଳି ଗହଣା-ଅଳଙ୍କାର । ଏଥିଲାଗି ବିଭିନ୍ନ କାର୍ଯ୍ୟକ୍ରମ ଓ ପାର୍ବଣରେ ଗହଣା କିଣିବାକୁ ସୁନା ଦୋକାନରେ ଭିଡ ଜମିବା ସହ ଅଳଙ୍କାର ପ୍ରେମୀଙ୍କ ଲାଗେ ସିଲେକ୍ସନର ଟେନସନ୍ ।
ସୁନା ଦୋକାନରେ ସାଧାରଣତଃ ଆପଣ ଦେଖିବେ, ଗ୍ରାହକ କେଉଁଟା ନେବେ କେଉଁଟା ନେବେ ନାହିଁ , ଏ କନଫ୍ୟୁଜନ ଭିତରେ ସେ.. କେତେ ଯେ ଅଳଙ୍କାର ପିନ୍ଧି, ତାକୁ ରଖନ୍ତି, କାଢନ୍ତି ତାହାର ହିସାବ ନଥାଏ । ସେ ବିବାହ ଲାଗି ସଜବାଜ ହେଉ ଅବା କନିଆଁ ହେଉ କି ତା ସାଥୀ ପରିବାର, ସମସ୍ତେ ନିଜକୁ ପରଫେକ୍ଟ କରି ଦେଖାଇବାକୁ ନିଜ ପୋଷାକ ସହ ଗହଣା ମ୍ୟାଚିଂ ପାଇଁ ଲାଗିପଡନ୍ତି । ଏ ସବୁ ମଧ୍ୟରେ ଦୋକାନୀ ଗୋଟିଏ ପରେ ଗୋଟିଏ ଗହଣା ଦେଖାଇ ବ୍ୟସ୍ତ ହେଉଥିବା ବେଳେ ନିଜର ମୂଲ୍ୟବାନ ଗହଣାକୁ ସୁରକ୍ଷିତ ରଖିବାକୁ ସଚେତନ ହେଉଥାଏ । ପୁଣି କିଛି ଜଣ ଆଜିକା ଟ୍ରେଣ୍ଡିଂ ଗହଣା ଆଦିକୁ ଦୋକାନୀକୁ ଦେଖାଇ, ଏଇଟା ନୁହେଁ ସେଇଟା.. କହି କହି ବିରକ୍ତ କରିଦେଇଥାନ୍ତି । ଏଥିମଧ୍ୟରେ କେତେକ ଖଳ ପ୍ରକୃତିର ଲୋକ ଗହଳିର ଫାଇଦା ନେଇ ଦୋକାନରୁ ମୂଲ୍ୟବାନ ଗହଣା ନେଇ ଚମ୍ପଟ ମାରୁଥିବା ମଧ୍ୟ ନଜିର ରହିଛି ।
ଏତିକିରେ ସରିନି ଗହଣା ଦୋକାନୀର ଦୁଃଖ, ବହୁତ ସମୟରେ ଦୋକାନୀମାନେ ଡିଜାଇନର୍ସଙ୍କ ଡିଜାଇନ କରାଯାଇଥିବା ଗହଣା ପ୍ରତିଛବିକୁ ଗ୍ରାହକଙ୍କୁ ଦେଖାଇବାକୁ କିଲୋ କିଲୋ ଓଜନର କ୍ୟାଟେଲର ଧରି ବୁଲିଥାନ୍ତି । ଯାହା ଫଳରେ ବହୁ ସମୟରେ ସେମାନଙ୍କୁ ନାନା ହଇରାଣ ବି ହେବାକୁ ପଡୁଛି । ହେଲେ ଏବେ ଆଉ ଚିନ୍ତା ନାହିଁ । ଗହଣା ଦୋକାନୀଙ୍କ ଏ ସବୁ ସମସ୍ୟାର ଗୋଟିଏ ସଲ୍ୟୁସନ ହେଲା ‘ଇ- ଟ୍ରାଏ ଜୁଏଲାରୀ ’ ।
ଆଜିକା କୋରୋନା କାଳରେ ଲୋକମାନେ ଘରେ ରହି ଅନଲାଇନରେ ସବୁ କାମ କରିବାକୁ ପସନ୍ଦ କରୁଥିଲା ବେଳେ ଇ-ଟ୍ରାଏ ଜୁଏଲାରୀ ବ୍ୟବସ୍ଥା ତାଙ୍କୁ ଦେବ ସୁବର୍ଣ୍ଣ ସୁଯୋଗ । ଏହା ମାଧ୍ୟମରେ ଗ୍ରାହକ ଘରେ ବସି ଡିଜିଟାଲ ଭାବେ ଗହଣାକୁ ପିନ୍ଧିପାରିବେ ଆଉ ତାକୁ ଅନ୍ୟ ଜୁଏଲାରୀ ସହ ମ୍ୟାଚିଂ କରି ବି ପସନ୍ଦ କରିପାରିବେ ।
ଏଭଳି ନୂଆ ଓ ଅଭିନବ ଉପାୟ ଆଣିଛି oretes ଷ୍ଟାର୍ଟଅପ କମ୍ପାନୀ । ଏହା ଦ୍ବାରା ତିଆରି ହୋଇଥିବା ଇ-ଟ୍ରାଏ ଜୁଏଲାରୀ ଆପରେ ଆପଣ ନିଜ ପନ୍ଦର ସୁନାକୁ ଅତି ସହଜରେ ବିନା ଝିନଝଟନରେ ଟ୍ରାଏ କରିପାରିବେ ।
କିଭଳି କରିବେ ଗହଣା ଟ୍ରାଏ-
ଆପଣ ଦୋକାନକୁ ନ ଯାଇ ବିଶ୍ବର ଯେକୌଣସି କୋଣରେ ରହି ମୋବାଇଲ , ଲାପଟପ, ଡେସ୍କଟପ କିମ୍ବା ସ୍ମାର୍ଟ ଟିଭି ମାଧ୍ୟମରେ କିଣିପାରିବେ ମନପସନ୍ଦର ଗହଣା । ଏଥିପାଇଁ ଆପଣ ଗୋଟିଏ ଫୋଟୋ ଦେବା ପରେ ଭର୍ଚୁଆଲରେ ଆପଣଙ୍କୁ ପସନ୍ଦ ଆସୁଥିବା ଅଳଙ୍କାରକୁ ବ୍ୟବହାର କରିପାରିବେ । ଆପଣଙ୍କ ଫେସକୁ ମାନିବା ଭଳି ଅଳଙ୍କାର ଆପଣ କିଣିପାରିବେ।
ଏଥିରେ ଅତ୍ୟାଧୁନିକ ଟୁଲସ ରହିଛି, ବିଭିନ୍ନ ପ୍ରକାର ଲାଟେଷ୍ଟ ଡିଜାଇନର ନେକ୍ଲେସ (ହାର) , ମଥାମଣି , କାନଫୁଲ ଭଳି ଅନେକ ସୌଖିନ ଅଳଙ୍କାର ରହିଛି, ଯାହାକୁ ଆପଣ ନିଜକୁ ଖାପଖୁଲାଇଲା ଭଳି ମ୍ୟାଚିଂ କରି ପିନ୍ଧି ପାରିବେ । କେବଳ ସେତିକି ନୁହେଁ ଆପଣଙ୍କ ପସନ୍ଦକୁ ଆପଣ ସୋସିଆଲ ମେଡିଆ ମାଧ୍ୟମରେ ସେୟାର ବି କରିପାରିବେ । ତେବେ ଏହି ଆପକୁ ଆପଣ ନିଜେ ବ୍ୟବହାର କରିବା ସହ ରିଟେଲର ହୋଲସେଲର ମାନେ ସେମାନଙ୍କ ଜୁଏଲାରୀ ଦୋକାନରେ ବ୍ୟବହାର କରିପାରିବେ । ତେଣୁ ଏହି ଅପାକୁ ନେଇ ଏହି ଷ୍ଟାର୍ଟଅପ ନିର୍ଦ୍ଦେଶ କୁହନ୍ତି ଯେ , ଗହଣା ଦୋକାନରେ ସୁରକ୍ଷା ଦୃଷ୍ଟିରୁ ସବୁ ଗହଣା ପିନ୍ଧିବାକୁ ଦିଆଯାଉ ନାହିଁ , ଏହା ମାଧ୍ୟମରେ ଆପଣ ଅବିକଳ ଅଳଙ୍କାର ନିଜ ଲୁକ୍ କୁ ନେଇ ପସନ୍ଦ କରିପାରିବେ । ତାପରେ କିଣିପାରିବେ । ଏଥିସହ କୋରୋନା ସଙ୍କଟ ଭିତରେ ବି ଆପଣ ଭିଡରୁ ଦୂରେଇ ରହିପାରିବେ । ତେବେ ଏହି ଭର୍ଚୁଆଲ ଆପ ଓଡ଼ିଶାରେ ପ୍ରଥମ ହୋଇଥିବା ବେଳେ ୧୫ ରୁ ଅଧିକ ଅଳଙ୍କାର ଦୋକାନ ସହ ଅଲୋଚନା କରାଯାଇ ସେମାନଙ୍କୁ ଏହାର ଉପକାରିତା ଉପରେ ବୁଝାଇଛନ୍ତି ଷ୍ଟାଟଅପ ସଦସ୍ୟ । ଆଗକୁ ଯାଇ ଏହା ମାଧ୍ୟମରେ ଅଳଙ୍କାର ଦୋକାନୀ ନିଜର ଅଳଙ୍କାର ଗ୍ରାହକଙ୍କ ବ୍ୟବହାର ପାଇଁ ଦେଇପାରିବେ ।
ଅନ୍ୟପଟେ ମହିଳା ମାନେ ମଧ୍ୟ ଏହି ଆପକୁ ବେଶ ପସନ୍ଦ କରିଛନ୍ତି । ଆଉ ଅଳଙ୍କାର ଦୋକାନକୁ ନ ଯାଇ ଘରେ ବସି ନିଜ ମନ ପସନ୍ଦର ଅଳଙ୍କାରକୁ ଡ୍ରେସ ଓ ଲୁକ୍ କୁ ସୁହାଇଲା ଭଳି ଗହଣା କିଣିବା ସହଜ ଓ ସୁଲଭ ହେବା ବୋଲି ମତ ରଖିଛନ୍ତି ।
ଆଜିକା ଡିଜିଟାଲ ଯୁଗରେ ଅନଲାଇନ ଗହଣା ସପିଂ କେବଳ ଯେ, ଗ୍ରାହକଙ୍କ ପାଇଁ ଲାଭବାନ ହେବନି , ବରଂ ଏହି ଆପ ଜୁଏଲର୍ସ ଓ ଗହଣା ଦୋକାନୀଙ୍କ ଶତାଧିକ ସମସ୍ୟାର ସମାଧାନ କରିବ । ଏହା ମାଧ୍ୟମରେ ଟ୍ରାଏ କରନ୍ତୁ ବିଫୋର ବାଏ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ