ଭୁବନେଶ୍ବର: ରାଜଧାନୀକୁ ସ୍ବଚ୍ଛ ଓ ପରିମଳ ରଖିବା ପାଇଁ ଆରମ୍ଭ ହୋଇଥିଲା ପବ୍ଲିକ ଟଏଲେଟ ବ୍ୟବସ୍ଥା । ସରକାରଙ୍କ ଏଭଳି ପଦକ୍ଷେପକୁ ମିଳିଥିଲା ଭରପୁର ସମର୍ଥନ । ସ୍ମାର୍ଟସିଟିରେ ଏବେ ଇ-ଟଏଲେଟର ସ୍ଥିତି ନ କହିବା ଭଲ । କେଉଁଠି ଅବ୍ୟବହୃତ ହୋଇ ପଡିରହିଛି ତ ଆଉ ଯେଉଁଠି ବ୍ୟବହାର ହେଉଛି ସେଠାରେ ଠିକ ଭାବରେ ପରିଷ୍କାର କରାଯାଉନି । ଫଳରେ ଟଏଲେଟ ଯିବାକୁ ଲୋକେ ନାକ ଟେକୁଛନ୍ତି । ଏ -ହେଉଛି ରାଜମହଲ ଛକରେ ଥିବା ପବ୍ଲିକ ଟଏଲଟର ଦୃଶ୍ୟ । ଦେଖନ୍ତୁ ଟଏଲେଟର ଅବସ୍ଥା । ବ୍ୟବହାର ତ ଦୂରର କଥା ତା ଭିତରେ ପଶି ପାରୁନାହାନ୍ତି ଲୋକେ। ଦୁର୍ଗନ୍ଧ ଯୋଗୁଁ ଲୋକ ମୁଁହ ଫେରେଇ ନେଉଛନ୍ତି। ବିଏମସି କାର୍ଯ୍ୟାଳୟ ପରିସରରେ ଥିବା ପବ୍ଲିକ ଟଏଲେଟ ଅବସ୍ଥା ମଧ୍ୟ ସମାନ ଅବସ୍ଥା ।
ରାଜଧାନୀରେ ଇ ଟଏଲେଟ ୬୦ଟି ଥିବା ବେଳେ ସିଟ ସଂଖ୍ୟା ୬୦ ରହିଛି । ଭୁବନେଶ୍ବରରେ ମୋଟ ୨୨୬ ଟଏଲେଟ ଥିବାବେଳେ ୫୪ ଟି ନିର୍ମାଣ ଚାଲିଛି। ୧୬୯୮ଟି ସିଟ ସଂଖ୍ୟା ଥିବାବେଳେ ୧୧୧ ସିଟ ନିର୍ମାଣ ଚାଲିଛି। ୨୦୧୮ ମସିହାରେ ସ୍ମାର୍ଟସିଟିରେ ଇରମ କମ୍ପାନୀ ଦ୍ବାରା ରାଜଧାନୀର ୧୯ଟି ସ୍ଥାନରେ ୩୮ ଟି ସ୍ମାର୍ଟ ଟଏଲେଟ ଆରମ୍ଭ ହୋଇଥିଲା । ସାଧାରଣ ଲୋକଙ୍କୁ ଉତ୍ତମ ଶୌଚ ବ୍ୟବସ୍ଥା ଯୋଗାଇ ଦେବାକୁ ସରକାର ଆରମ୍ଭ କରିଥିଲେ ଇଟଏଲେଟ ବ୍ୟବସ୍ଥା । ହେଲେ ଅବ୍ୟବସ୍ଥା ପାଇଁ ଖତ ଖାଉଛି ଏ ବ୍ୟବସ୍ଥା । ଏଥିପାଇଁ ଦାୟୀ କିଏ ,ସରକାର ଏ ଦିଗରେକି ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।
ଭୁବନେଶ୍ବରରୁ ସଞ୍ଜୀବ ରାୟ , ଇଟିଭି ଭାରତ