ETV Bharat / city

ଅଣ୍ଡର ଗ୍ରାଜୁଏଟ ଛାତ୍ରଛାତ୍ରୀଙ୍କ ଇ-ଲେକ୍‌ଚର ଲୋକାର୍ପିତ - ଏନ.ଆଇ.ସି

ଲୋକାର୍ପିତ ହେଲା ଇ-ଲେକ୍‌ଚର । ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏହାର ଲୋକାର୍ପଣ କରିଛନ୍ତି । ଆଜିଠାରୁ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ନିଃଶୁଳ୍କ ସେବାରେ ଏହି ଇ-ଲେକଚର ଗୁଡ଼ିକୁ ପାଇପାରିବେ । ଅଧିକ ପଢନ୍ତୁ...

ଇ-ଲେକ୍ଚର ଲୋକାର୍ପିତ
ଇ-ଲେକ୍ଚର ଲୋକାର୍ପିତ
author img

By

Published : Jul 8, 2021, 1:08 PM IST

Updated : Jul 8, 2021, 3:43 PM IST

ଭୁବନେଶ୍ବର: ଅଣ୍ଡର ଗ୍ରାଜୁଏଟ ଛାତ୍ରଛାତ୍ରୀଙ୍କ ନିମନ୍ତେ ଇ-ଲେକ୍ଚର ଲୋକାର୍ପିତ ହୋଇଛି । ବିଭିନ୍ନ ବିଷୟରେ ଅଣ୍ଡର ଗ୍ରାଜୁଏଟ ଛାତ୍ରଛାତ୍ରୀଙ୍କୁ ଇ-ଲେକ୍‌ଚର ପ୍ରସ୍ତୁତ କରିବା ନିମନ୍ତେ ଏକ ପ୍ଲାର୍ଟଫର୍ମ । ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏହାର ଲୋକାର୍ପଣ କରିଛନ୍ତି । ଏଥିରେ ନିଶୁକ୍ଳରେ ସୁବିଧା ପାଇପାରିବେ ଛାତ୍ରଛାତ୍ରୀ । ଉତ୍କଳ ବିଶ୍ଵବିଦ୍ୟାଳୟର ଦୂର ଏବଂ ନିରନ୍ତର ଶିକ୍ଷା ନିର୍ଦ୍ଦେଶାଳୟ (DDCE)ଠାରେ ଏକ ଷ୍ଟୁଡିଓ ନିର୍ମାଣ ହୋଇଛି ।

ଅଣ୍ଡର ଗ୍ରାଜୁଏଟ ଛାତ୍ରଛାତ୍ରୀଙ୍କ ଇ-ଲେକ୍‌ଚର ଲୋକାର୍ପିତ

ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ (ରୁସା) ଅନ୍ତର୍ଗତ ଭନୁଆଲ ଟ୍ୟୁଟୋରିଆଲ ପ୍ରକଳ୍ପ ୨୦୧୭ ମସିହାରେ ଆରମ୍ଭ ହୋଇଥିଲା । ଏହି ପ୍ରକଳ୍ପ ପାଇଁ ସମୁଦାୟ ୫ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୬୦:୪୦ ଅନୁପାତରେ ଅର୍ଥ ପ୍ରଦାନ କରିଥିଲେ । ବିଭିନ୍ନ ଅଣ୍ଡର ଗ୍ରାଜୁଏଟ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ବିଷୟରେ ଇ-ଲେକ୍‌ଚର ପ୍ରସ୍ତୁତ କରିବା ଏହାର ଲକ୍ଷ୍ୟ ।

ଛାତ୍ରଛାତ୍ରୀଙ୍କୁ ସୁବିଧା ପାଇଁ ଏନ.ଆଇ.ସି. ଦ୍ଵାରା ବିକଶିତ ଏକ ସ୍ଵତନ୍ତ୍ର ପୋର୍ଟାଲ (https://vtputkal.odisha. govin)ରେ ପ୍ରସ୍ତୁତ ଇ-ଲେକ୍ଚର ଗୁଡ଼ିକ ସ୍ଥାନିତ କରାଯାଇଛି । ଏହାଦ୍ଵାରା ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକମାନେ ଉପକୃତ ହେବେ ବୋଲି ଆଶା କରାଯାଉଛି । ବର୍ତ୍ତମାନ ପାଇଁ ପ୍ରଥମ ଓ ଦ୍ଵିତୀୟ ସେମିଷ୍ଟାରର ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ପ୍ରାଣୀବିଜ୍ଞାନ, ଉଭିଦବିଜ୍ଞାନ, ରାଜନୀତି ବିଜ୍ଞାନ, ଓଡ଼ିଆ, ଇତିହାସ, ଇଂରାଜୀ, ମନସ୍ତତ୍ତ୍ଵ ବିଜ୍ଞାନ, ବାଣିଜ୍ୟ ଓ ଅର୍ଥନୀତି ବିଷୟର କୋର ପେପରର ଇ-ଲେକ୍ଚର ପ୍ରସ୍ତୁତ କରାଯାଇଛି ପୋର୍ଟାଲରେ ଅପଲୋଡ କରାଯାଇଛି ।

ବାକି ସେମିଷ୍ଟାରର ଏହି ୧୧ଟି ବିଷୟରେ ଇ-ଲେକଚର ଯଥା ସମୟରେ ଅପ୍‌ଲୋଡ କରାଯିବ । ପରବର୍ତ୍ତୀ ସମୟରେ ଅନ୍ୟ ବିଷୟ ଗୁଡ଼ିକର ଇ-ଲେକ୍ଚର ପ୍ରସ୍ତୁତ କରାଯିବ । ଆଜିଠାରୁ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ନିଃଶୁଳ୍କ ସେବାରେ ଏହି ଇ-ଲେକ୍ଚର ଗୁଡ଼ିକୁ ପାଇପାରିବେ ।

ଭୁବନେଶ୍ବରରୁ ବିକାଶ ଦାସ,ଇଟିଭି ଭାରତ

Last Updated : Jul 8, 2021, 3:43 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.