ETV Bharat / city

ଆସନ୍ତା ଶୀତ ଅଧିବେଶନରୁ ଇ-ବିଧାନସଭା, ରହିଛି ଅତ୍ୟାଧୁନିକ ସୁବିଧା - E-Assembly from next winter session

ଆସନ୍ତା ଶୀତ ଅଧିବେଶନରୁ ଇ-ବିଧାନସଭା କାର୍ଯ୍ୟକାରୀ ହେବ । ବିଧାନସଭାର ସବୁ କାର୍ଯ୍ୟ ଅନଲାଇନରେ କରାଯିବ । ଗୋଟିଏ କ୍ଲିକରେ ମିଳିବ ସମସ୍ତ ତଥ୍ୟ । ଅଧିକ ପଢନ୍ତୁ..

ଆସନ୍ତା ଶୀତ ଅଧିବେଶନରୁ ଇ-ବିଧାନସଭା, ରହିଛି ଅତ୍ୟାଧୁନିକ ସୁବିଧା

author img

By

Published : Oct 31, 2020, 3:45 PM IST

ଭୁବନେଶ୍ବର: ଆସନ୍ତା ଶୀତ ଅଧିବେଶନରୁ ଇ-ବିଧାନସଭା । ଯେଉଁଥିରେ ରହିଛି ଅତ୍ୟାଧୁନିକ ସେବା । ସମଗ୍ର ବିଧାନସଭାକୁ ୱlଇ ଫାଇ କରାଯାଇଛି । ଫୋନରେ କଥା ହେବା ପାଇଁ ବିଶ୍ବକୁ ନେଟୱର୍କରେ ଯୋଡ଼ା ଯାଇଛି । ବିଧାନସଭାର ସବୁ କାର୍ଯ୍ୟ ଅନ ଲାଇନରେ କରାଯିବ । ମନ୍ତ୍ରୀଙ୍କୁ ଆଉ ନଥିପତ୍ର ଖୋଜିବାକୁ ପଡିବ ନାହିଁ । ଏଣିକି ଗୋଟିଏ କ୍ଲିକରେ ମିଳିବ ସମସ୍ତ ତଥ୍ୟ । ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

ସେହିପରି 383 ବିଧାନସଭା କର୍ମଚାରୀଙ୍କୁ କମ୍ପ୍ୟୁଟର ଯୋଗାଇ ଦିଆଯାଇଛି l ସମସ୍ତେ ଫାଇଲ କାମ ଏବେ କମ୍ପ୍ୟୁଟରରେ କରାଯିବ l ବିଧାନସଭା ଭିତରେ ଦୁଇଟି ଭିଡିଓ କନଫରେନସିଂ ହଲ କରାଯାଇଛି l ଗୋଟିଏ ବିଧାୟକମାନଙ୍କ ପାଇଁ ରଖା ଯାଇଛି l ସମସ୍ତ ବିଧାୟକଙ୍କୁ କମ୍ପ୍ୟୁଟର ଓ ଆଇପ୍ୟାଡ଼ ଯୋଗାଇ ଦିଆଯାଇଛି l

ଏହି ସପ୍ତାହରୁ ସମସ୍ତ ବିଧାୟକ ଓ କର୍ମଚାରୀଙ୍କୁ ଟ୍ରେନିଂ ଦିଆଯିବ । 24 ଘଣ୍ଟା ଭିତରେ ବିଧାନସଭାର ସବୁ କାମ ହେବ l କେନ୍ଦ୍ର ସରକାର ଇ- ବିଧାନସଭା ଲକ୍ଷ୍ୟ ପ୍ରଥମେ ହିମାଚଳ ପ୍ରଦେଶ କାର୍ଯ୍ୟକାରୀ କରିଥିଲେ l ଏବେ ଓଡିଶା ଓ ପଞ୍ଜାବରେ ଏହା ଆରମ୍ଭ ହେବ । 60 ଓ 4o ଭାଗରେ ଏହି କାର୍ଯ୍ୟକ୍ରମ କରାଯାଉଛି l ଏଥି ଲାଗି କାଲି 1କୋଟି ଟଙ୍କା କେନ୍ଦ୍ର ମଞ୍ଜୁର କରିଛି ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.