ଭୁବନେଶ୍ବର: କସମୋପୋଲିଟାନ ମାଗାଜିନର କଭର ପେଜରେ ସ୍ଥାନ ପାଇଛନ୍ତି ଓଡ଼ିଶାର ଦୌଡ଼ ରାଣୀ ଦୁତି ଚାନ୍ଦ । ଏଥିପାଇଁ ଦୂତି ନିଜର ଫଟୋ ସୁଟ କରାଇଛନ୍ତି । ବ୍ଲାକ କଲର ସ୍ପୋର୍ଟସ ଆଉଟ ଫିଟ ସହ ତାଙ୍କ ଦେହରେ ପଡ଼ୁଛି ଏଲଜୀବିଟି ସମ୍ପ୍ରଦାୟ ବ୍ୟବହାର କରୁଥିବା ପତାକାର ଜ୍ୟାକେଟ ।
ତେବେ ପ୍ରଥମ ଓଡ଼ିଆ ଖେଳାଳି ଯିଏ କସମୋପଲିଟାନ ମାଗାଜିନର ଫ୍ରଣ୍ଟ ପେଜରେ ସ୍ଥାନ ପାଇଛନ୍ତି । ସୂଚନାଯୋଗ୍ୟ ଯେ, ଏହି ମାଗାଜିନଟି ଆନ୍ତର୍ଜାତିକ ମହିଳା ମାଗାଜିନ ହୋଇଥିବା ବେଳେ ବଡ଼ବଡ଼ ସେଲିବ୍ରିଟି ମାନେ ଏଥିପାଇଁ ଫଟୋ ସୁଟ କରାଇଥାନ୍ତି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ