ଭୁବନେଶ୍ବର: ଦେଶ ତଥା ରାଜ୍ୟ ପାଇଁ ମେଡାଲ ମେଡାଲ ଆଣିବା ସହ ନିଜ ଟାଇମିଂ ପ୍ରତି ବିଶେଷ ଧ୍ୟାନ ଦେବି ବୋଲି କହିଛନ୍ତି ଦୂତୀ । ବିଶ୍ବ ଚାମ୍ପିଅନସିପରେ ସ୍ଥାନ ପକ୍କା ହେବା ପରେ ଏହି ପ୍ରତିକ୍ରିୟା ଦେଇଛନ୍ତି ଦୌଡରାଣୀ ଦୂତୀ ଚାନ୍ଦ । ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆଥଲେଟ ଫେଡେରେସନ ଅଫ୍ ଇଣ୍ଡିଆ ବିଶ୍ବ ଚାମ୍ପିଅନସିପ୍ରେ ଦୂତୀଙ୍କୁ ସ୍ଥାନ ଦେଇଛି ।
ଆସନ୍ତା ସେପ୍ଟେମ୍ବର 27 ତାରିଖରେ ଦୋହାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ବ ଚାମ୍ପିଅନସିପ୍ରେ ଦୂତୀ ଚାନ୍ଦ 100 ମିଟର ପ୍ରତିଯୋଗିତାରେ ଭାଗ ନେବେ । ସେପଟେ ତାଙ୍କୁ ଏହି ପ୍ରତିଯୋଗିତାରେ ସ୍ଥାନ ମିଳିବା ପରେ ସେ ନିଜ ଟ୍ରେନିଙ୍ଗ୍କୁ 2 ଗୁଣା ବଢେଇ ଦେଇଛନ୍ତି । ଦୂତି ଏହା 2ୟ ଥର ପାଇଁ ବିଶ୍ବ ଚାମ୍ପିଅନସିପ୍ରେ ଭାଗ ନେବେ । ଏଥିରେ ସେ ନିଜ ଭଲ ପ୍ରଦର୍ଶନ କରିବାକୁ ଆଶା ରଖିଛନ୍ତି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ