ଭୁବନେଶ୍ବର: ଜଳେଶ୍ବର ବେପାରୀ ସହ ଜଗତସିଂହପୁର ବେପାରୀଙ୍କ ବ୍ରାଉନସୁଗାର ଡିଲ୍। ମିଡିଲମେନ ସାଜିଥିଲା ଖୋର୍ଦ୍ଧା ବ୍ରାଉନସୁଗାର ବେପାରୀ। ବରୁଣେଇ ପାହାଡ ନିକଟରେ ହାଇ ପ୍ରୋଫାଇଲ ଡିଲ ବେଳେ ରେଡ କଲା ଏସଟିଏଫ ଟିମ । ଏଥିରେ 5 ବେପାରୀଙ୍କୁ ଗିରଫ କରାଯାଇଥିବାବେଳେ ୧କିଲୋ ୫ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି, ଯାହାର ମୂଲ୍ୟ ଏକ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।
ଏଥି ସହ ଗୋଟିଏ କାର ଓ ଡିଲ ପାଇଁ ଆଣିଥିବା ୫ଲକ୍ଷ ୩୦ ହଜାର ଟଙ୍କା ଜବତ କରିଛି ପୋଲିସ । ଗିରଫ ବ୍ୟକ୍ତି ହେଉଛନ୍ତି ବାଲେଶ୍ବର ଜଳେଶ୍ବରର ଏସ କେ ଜୁମାନ ଓ ଜଗତସିଂହପୁରର ସୌମ୍ୟଜିତ ପରିଜା, ମସାଗର ବେହେରା, ସପନ ଭଟାଚାର୍ଯ୍ୟ ସହ ଖୋର୍ଦ୍ଧା ବରୁଣେଇର ବିଜୟ ମହାନ୍ତି । ତେବେ ବିଗତ ଏକ ବର୍ଷ ମଧ୍ୟରେ ୨୯ କେଜି ବ୍ରାଉନସୁଗାର ଜବତ କରିଛି ଏସଟିଏଫ ଟିମ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ