ETV Bharat / city

କର୍ଫ୍ୟୁ ଓ ସାପ୍ତାହିକ ବନ୍ଦରେ ବି ଖୋଲା ରହିବ ଶିଳ୍ପାନୁଷ୍ଠାନ - industry open during Curfew and weekly close

ରାତ୍ରିକାଳୀନ କର୍ଫ୍ୟୁ ଓ ସାପ୍ତାହିକ ବନ୍ଦ ନେଇ ନିର୍ଦ୍ଦେଶ ଦେଇଛନ୍ତି ସରକାର । ତେବେ ରାତ୍ରିକାଳୀନ କର୍ଫ୍ୟୁ ଓ ସାପ୍ତାହିକ ବନ୍ଦ ସମୟରେ ଶିଳ୍ପାନୁଷ୍ଠାନ ଖୋଲା ରହିବ । ଅଧିକ ପଢନ୍ତୁ...

କର୍ଫ୍ୟୁ ଏବଂ ସାପ୍ତାହିକ ବନ୍ଦରେ ବି ଖୋଲା ରହିବ ଶିଳ୍ପାନୁଷ୍ଠାନ

author img

By

Published : Apr 17, 2021, 8:56 PM IST

ଭୁବନେଶ୍ବର : ବଢ଼ୁଥିବା ସଂକ୍ରମକୁ ଦୃଷ୍ଟିରେ ରଖି କୋଭିଡ କଟକଣାକୁ କଡାକଡି କରିଛନ୍ତି ସରକାର । ରାତ୍ରିକାଳୀନ କର୍ଫ୍ୟୁ ଓ ସାପ୍ତାହିକ ବନ୍ଦ ନେଇ ନିର୍ଦ୍ଦେଶ ଦେଇଛନ୍ତି ସରକାର । ତେବେ ରାତ୍ରିକାଳୀନ କର୍ଫ୍ୟୁ ଓ ସାପ୍ତାହିକ ବନ୍ଦ ସମୟରେ ଶିଳ୍ପାନୁଷ୍ଠାନ ଖୋଲା ରହିବ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର ।

ରାଜ୍ୟରେ ଜାରି କୋରୋନାର ଦ୍ଵିତୀୟ ଲହରୀ । ପ୍ରତ୍ୟେକ ଦିନ ରାଜ୍ୟରେ ଚିହ୍ନଟ ହେଉଛନ୍ତି 3 ହଜାରରୁ ଅଧିକ ସଂକ୍ରମିତ । ଏହାକୁ ଦୃଷ୍ଟିରେ ରଖି କୋଭିଡ କଟକଣାକୁ କଡାକଡି କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ନାଇଟ କର୍ଫ୍ୟୁ ଘୋଷଣା କରିଛନ୍ତି ସରକାର । ଏହା ସହ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ଜିଲ୍ଲାରେ ସାପ୍ତାହିକ ବନ୍ଦ ଘୋଷଣା ହୋଇଛି । ତେବେ ଏହି ସମୟରେ ସମସ୍ତ ଶିଳ୍ପ ଏବଂ ଆନୁଷଙ୍ଗିକ କାର୍ଯ୍ୟକଳାପ ଜାରି ରହିବ ବୋଲି ମୁଖ୍ୟ ସଚିବ ସୁରେଶ ମହାପାତ୍ର ସ୍ପଷ୍ଟ କରିଛନ୍ତି । ସମସ୍ତ ଶିଳ୍ପଗୁଡିକ ସେମାନଙ୍କ କାର୍ଯ୍ୟ ସ୍ଥାନ ଏବଂ କ୍ୟାମ୍ପସରେ କୋଭିଡ୍ ସଂକ୍ରମଣ ଯାଞ୍ଚ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.