ETV Bharat / city

ଏଥର ଚାନ୍ଦି ମୁକୁଟରେ ଝଲସିବେ ହରପାର୍ବତୀ - ମହାଦେବ ପୂଜା କମିଟି

ଶାରଦୀୟ ପୂଜାରେ ୟୁନିଟ 1 ସ୍ଥିତ ମହାଦେବ ପୂଜା କମିଟି ପକ୍ଷରୁ ପ୍ରଥମ ଥର ପାଇଁ ମା’ଙ୍କ ମୁକୁଟ ଚାନ୍ଦିରେ ତିଆରି କରିବାକୁ ଯୋଜନା କରାଯାଇଛି । ଏଥର ମା’ ପାର୍ବତୀଙ୍କ ମଥାରେ ଝଲସିବ ଚାନ୍ଦିର ମୁକୁଟ ସାଙ୍ଗକୁ ମହାଦେବ ଶିବଙ୍କ ଖଡୁ ଆଉ ତ୍ରିଶୁଳ। ଏହାସହ 70 ଫୁଟ ଉଚ୍ଚତା ବିଶିଷ୍ଟ ତୋରଣ କରାଯିବ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Aug 18, 2019, 11:40 PM IST

ଭୁବନେଶ୍ବର: ପାଖେଇ ଆସୁଛି ଶାରଦୀୟ ଦୁର୍ଗା ପୂଜା । ପୂଜା କମିଟି ପକ୍ଷରୁ ଆରମ୍ଭ ହେଲା ପ୍ରସ୍ତୁତି । ଏଥର ମା’ ପାର୍ବତୀଙ୍କ ମଥାରେ ଝଲସିବ ଚାନ୍ଦିର ମୁକୁଟ ସାଙ୍ଗକୁ ମହାଦେବ ଶିବଙ୍କ ଖଡୁ ଆଉ ତ୍ରିଶୁଳ । କାରଣ ଏଥର ଶାରଦୀୟ ପୂଜାରେ ୟୁନିଟ 1 ସ୍ଥିତ ମହାଦେବ ପୂଜା କମିଟି ପକ୍ଷରୁ ପ୍ରଥମ ଥର ପାଇଁ ମା’ଙ୍କ ମୁକୁଟ ଚାନ୍ଦିରେ ତିଆରି କରିବାକୁ ଯୋଜନା ହୋଇଛି। ଯେଉଁଥିରେ 3କେଜିରୁ ଊର୍ଦ୍ଧ୍ବ ରୁପା ବ୍ୟବହାର ହେବ ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଏହା ସହିତ ଏଥର 70 ଫୁଟ ଉଚ୍ଚତା ବିଶିଷ୍ଟ ତୋରଣ କରାଯିବ । ଯାହାକି କାଚ ଓ ଶାମୁକାରେ ପ୍ରସ୍ତୁତ ହେବ ବୋଲି ପୂଜା କମିଟି ପକ୍ଷରୁ କୁହାଯାଇଛି । ଶାରଦୀୟ ଦୁର୍ଗା ପୂଜା ପାଖେଇ ଆସୁଥିବା ବେଳେ ବିଭିନ୍ନ ପୂଜା କମିଟି ପକ୍ଷରୁ ଏନେଇ ତତ୍ପରତା ପ୍ରକାଶ ପାଇଛି । ସେହି କ୍ରମରେ ୟୁନିଟ 1ସ୍ଥିତ ଶ୍ରୀ ଶ୍ରୀ ମହାଦେବ ପୂଜା କମିଟି ପକ୍ଷରୁ ସ୍ଥାନୀୟ କସ୍ତୁରବା ନାରୀ ମହଲ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।

ଯେଉଁଥିରେ ଚଳିତ ପୂଜାରେ ଏହି ତୋରଣ ଓ ଚାନ୍ଦି ମୁକୁଟ ହେବ ବୋଲି ସ୍ଥିର ହୋଇଥିବା ପୂଜା କମିଟିର ସଭାପତି ଗୟାଧର ସ୍ବାଇଁ ପ୍ରକାଶ କରିଛନ୍ତି । ଆଜିର ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କମିଟିର ସମ୍ପାଦକ ଦେବରାଜ ମହାନ୍ତି, ମନୋଜ କୁମାର ସେଠୀ, ଅଶୋକ ଦାସ, ବଦ୍ରୀ ମହାନ୍ତି ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

ଭୁବନେଶ୍ରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.