ETV Bharat / city

ରାଜ୍ୟର ସମସ୍ତ ସ୍କୁଲରେ ମିଳିବ ନକଲ SLC ସାର୍ଟିଫିକେଟ - duplicate school living certificates will be available in all schools

ଗଣଶିକ୍ଷା ବିଭାଗ ତରଫରୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଏଣିକି ସମସ୍ତ ବିଦ୍ୟାଳୟରେ ନକଲ ସ୍କୁଲ ଲିଭିଙ୍ଗ ସାର୍ଟିଫିକେଟ ମିଳିପାରିବ । ଉପଯୁକ୍ତ ପ୍ରମାଣ ପତ୍ର ଦେଖାଇ ଏହି ସ୍କୁଲ ଲିଭିଙ୍ଗ ସାର୍ଟିଫିକେଟ ନେଇ ପାରିବେ ଛାତ୍ରଛାତ୍ରୀ । ଅଧିକ ପଢ଼ନ୍ତୁ...

ରାଜ୍ୟର ସମସ୍ତ ସ୍କୁଲରେ ମିଳିବ ନକଲ ସ୍କୁଲ ଲିଭିଙ୍ଗ ସାର୍ଟିଫିକେଟ

author img

By

Published : Oct 22, 2020, 9:36 PM IST

ଭୁବନେଶ୍ବର: ରାଜ୍ୟ ଗଣଶିକ୍ଷା ବିଭାଗ ତରଫରୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଏଣିକି ସମସ୍ତ ବିଦ୍ୟାଳୟରେ ନକଲ ସ୍କୁଲ ଲିଭିଙ୍ଗ ସାର୍ଟିଫିକେଟ ମିଳିପାରିବ। ଏନେଇ ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ପୂର୍ବରୁ ରାଜ୍ୟରେ ଏଭଳି କୌଣସି ବ୍ୟବସ୍ଥା ନଥିଲା । ଫଳରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ଛାତ୍ରୀଛାତ୍ରୀ ।

ରାଜ୍ୟର ସମସ୍ତ ସ୍କୁଲରେ ମିଳିବ ନକଲ ସ୍କୁଲ ଲିଭିଙ୍ଗ ସାର୍ଟିଫିକେଟ
ରାଜ୍ୟର ସମସ୍ତ ସ୍କୁଲରେ ମିଳିବ ନକଲ ସ୍କୁଲ ଲିଭିଙ୍ଗ ସାର୍ଟିଫିକେଟ

ଯେଉଁ ଛାତ୍ରଛାତ୍ରୀଙ୍କ କୌଣସି କାରଣ ବସତଃ ସ୍କୁଲ ଲିଭିଙ୍ଗ ସାର୍ଟିଫିକେଟ ହଜି ଯାଇଥାଏ କିମ୍ବା ନଷ୍ଟ ହୋଇ ଯାଇଥାଏ ସେମାନେ ଏଣିକି ନକଲ ଲିଭିଙ୍ଗ ସାର୍ଟିଫିକେଟ ପାଇ ପାରିବେ। ଗତ ବର୍ଷ ବନ୍ୟା ଯୋଗୁଁ ବହୁ ଜିଲ୍ଲାରେ ଛାତ୍ରଛାତ୍ରୀଙ୍କ ସ୍କୁଲ ଲିଭିଙ୍ଗ ସାର୍ଟିଫିକେଟ ନଷ୍ଟ ହୋଇଯାଇଥିଲା। ଫଳରେ ସେହି ଛାତ୍ରଛାତ୍ରୀମାନେ କୌଣସି ସ୍କୁଲରେ ଆଡମିଶନ କରିପାରିନଥିଲେ। ଏଭଳି ସମସ୍ୟାକୁ ଏଡ଼ାଇବାକୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ତେବେ ଉପଯୁକ୍ତ ପ୍ରମାଣ ପତ୍ର ଦେଖାଇ ଏହି ନକଲ ସ୍କୁଲ ଲିଭିଙ୍ଗ ସାର୍ଟିଫିକେଟ ନେଇ ପାରିବେ ଛାତ୍ରଛାତ୍ରୀ। ଏହାକୁ ଅବୈଧ ଭାବେ ନେବାକୁ ଚେଷ୍ଟା କଲେ କିମ୍ବା ଅବୈଧ ଭାବେ ବ୍ୟବହାର କଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ସମୀର ରଞ୍ଜନ ଦାଶ। ଯଥାଶୀଘ୍ର ଏହି ଯୋଜନା କାର୍ଯ୍ୟାକାରୀ କରିବାକୁ ଶିକ୍ଷା ବିଭାଗ ସଚିବଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। ଏନେଇ ଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ଭାବହେ ବିଜ୍ଞପ୍ତି ପ୍ରକାଶ ପାଇଛି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.