ETV Bharat / city

ଦୁର୍ବଳ ହେଉଛି ୱେଲମାର୍କ ଲୋ ପ୍ରେସର, 8 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

author img

By

Published : Oct 1, 2021, 10:51 AM IST

Updated : Oct 1, 2021, 8:11 PM IST

ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ୱେଲମାର୍କ ଲୋ ପ୍ରେସର ଦୁର୍ବଳ ହେଉଛି । କିନ୍ତୁ ରାଜ୍ୟର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ 12 ଘଣ୍ଟା ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ଅଧିକ ପଢନ୍ତୁ...

ଦୁର୍ବଳ ହେଉଛି ୱେଲମାର୍କ ଲୋ ପ୍ରେସର, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ଲାଗିରହିବ ବର୍ଷା
ଦୁର୍ବଳ ହେଉଛି ୱେଲମାର୍କ ଲୋ ପ୍ରେସର, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ଲାଗିରହିବ ବର୍ଷା ଦୁର୍ବଳ ହେଉଛି ୱେଲମାର୍କ ଲୋ ପ୍ରେସର, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ଲାଗିରହିବ ବର୍ଷା

ଭୁବନେଶ୍ବର: ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ୱେଲମାର୍କ ଲୋ ପ୍ରେସର ଦୁର୍ବଳ ହେଉଛି । ଫଳରେ ରାଜ୍ୟରେ ବର୍ଷାର ପରିମାଣ କମିବ । ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଝାଡଖଣ୍ଡ ଉପରେ ୱେଲ୍‌ମାର୍କ ଲୋ ପ୍ରେସର ହୋଇରହିଛି ।

ଦୁର୍ବଳ ହେଉଛି ୱେଲମାର୍କ ଲୋ ପ୍ରେସର, 8 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଏହାର ପ୍ରଭାବ ଓଡିଶା ଉପକୂଳରେ ପଡିବ ନାହିଁ । କିନ୍ତୁ ରାଜ୍ୟର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ 12 ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡିକ ମଧ୍ୟରେ ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ ଏବଂ ଅନୁଗୋଳ ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତର ପୂର୍ବ ଓଡ଼ିଶାର କେତେକ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇଛି । ସୁନ୍ଦରଗଡ଼ି ଜିଲ୍ଲାର ବଡ଼ ଗାଁରେ ସର୍ବାଧିକ ୭୦.୦୪ ମିମି ବର୍ଷା ରେକର୍ଡ କରାଯାଇଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବିଶେଷ କରି ପଶ୍ଚିମ ଓଡ଼ିଶାରେ ଏହି ବର୍ଷା ହେବା ସମ୍ଭବନା ରହିଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Oct 1, 2021, 8:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.