ଭୁବନେଶ୍ବରରୁ: ଆଜିଠାରୁ ରାଜ୍ୟରେ ୧୮ରୁ ୪୪ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଟୀକାକରଣ ଆରମ୍ଭ ହୋଇଛି । ଗ୍ରାମାଞ୍ଚଳରେ ୪୫ରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ଟୀକାକରଣ ଚାଲୁ ରହିଛି । ତେବେ ରାଜ୍ୟରେ ଟିକା କମ ଥିବାରୁ କମ କେନ୍ଦ୍ରରେ ଟୀକାକରଣ ଚାଲିବ । ମୋଟ ୧୫୦୦ କେନ୍ଦ୍ରରୁ ମାତ୍ର ୨୫୬ କେନ୍ଦ୍ରରେ ଟୀକାକରଣ କରାଯିବ ଓ 1244 କେନ୍ଦ୍ରରେ ଟୀକାକରଣ ବନ୍ଦ ରହିବ ।
ଏବେ ରାଜ୍ୟରେ ମୋଟ ୪୬ ହଜାର ୨୨୦ କୋଭିସିଲ୍ଡ ଟିକା ମହଜୁଦ ରହିଥିବା ବେଳେ ୩ ଲକ୍ଷରୁ ଅଧିକ କୋଭାକ୍ସିନ ଟିକା ଅଛି । ଆସନ୍ତା ୨ ଦିନ ମଧ୍ୟରେ ଆଉ ଟିକା ଆସିବା ସମ୍ଭାବନା ରହିଛି । ଆହୁରି ଅଧିକ ୨୫ ଲକ୍ଷ ଟିକା ପାଇଁ ଅର୍ଡର କରିଛନ୍ତି ରାଜ୍ୟ ସରକାର । ଯଦି ଟିକା ପହଞ୍ଚେ ତେବେ ପୁଣି ସବୁ କେନ୍ଦ୍ରରେ ଟିକାକରଣ ବ୍ୟାପକ କରାଯିବ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ