ଭୁବନେଶ୍ବର: ମହାମାରୀ କୋରୋନା ଯୋଗୁଁ ରାଜ୍ୟରେ ଲକଡାଉନ ଜାରି ରହିଛି । କୋରୋନା କୋପରେ ମଞ୍ଚ କଳାକାରଙ୍କଠାରୁ ନେଇ ମେଲୋଡି କଳାକାର ସମସ୍ତେ ଜୀବିକା ହରାଇ ହାତ ବାନ୍ଧି ବସିଛନ୍ତି । ଭୋକ ଉପାସରେ ଦିନ କାଟୁଛି କଳାକାର । କଳାକାରର ଏହି ଦୁଃଖ ସମୟରେ ସେମାନଙ୍କୁ ସହାୟତାର ହାତ ବଢାଇଛି ବିଜୁ ଯୁବ ସଂଗଠନ ।
ମେଲୋଡି କଳାକାରଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ ଭୁବନେଶ୍ବର ଜିଲ୍ଲା ସମ୍ପାଦକ ମିଲନ କୁମାର ପାଇକରାୟ ଓ ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ମାନଭଞ୍ଜନ ବେହେରାଙ୍କ ସମେତ ଅନ୍ୟ ସଦସ୍ୟମାନେ ମିଶି ମେଲୋଡି କଳାକାର, ଶାସ୍ତ୍ରୀ ନଗରର ବସ୍ତିରେ ଥିବା ଅସହାୟ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି । ପ୍ରାୟ ୨୦୦ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଶୈଳୀରେ ଅନୁପ୍ରାଣିତ ହୋଇ ଏଭଳି କରିଥିବା କହିଛନ୍ତି ଭୁବନେଶ୍ବର ଜିଲ୍ଲା ସମ୍ପାଦକ ମିଲନ କୁମାର ।
ଭୁବନେଶ୍ବରରୁ ଦେବଶ୍ମିତା ରାଉତ, ଇଟିଭି ଭାରତ