ଭୁବନେଶ୍ବର: ନକଲି ଔଷଧ(Duplicate Medicine) କାରବାର ଅଭିଯୋଗ ପରେ ତତ୍ପର ହେଲା ଡ୍ରଗ ବିଭାଗ । ଡ୍ରଗ କଣ୍ଟ୍ରୋଲଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଜାରି ରହିଛି ଚଢାଉ। ଔଷଧର ନକଲି ବ୍ରାଣ୍ଡ କରି ବିକ୍ରି କରାଯାଉଥିବା ଖବର ମିଳିବା ପରେ ସହରର ମଙ୍ଗଳାବାଗ ଓ ବାଦାମବାଡ଼ି ସମେତ ଖୋର୍ଦ୍ଧା ପରେ ଆଜି ଭୁବେଶ୍ବରରେ ଚଢାଉ କରାଯାଇଛି । କଟକ ଓ ଖୋର୍ଦ୍ଧାରେ ନକଲି ଔଷଧ ପ୍ରସ୍ତୁତିକୁ ନେଇ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ ଲଗାତାର ଭାବରେ ଚଢ଼ାଉ କରାଯାଉଛି (Drug control Administration raids on medicine stockists)।
ଏହା ମଧ୍ୟ ପଢନ୍ତୁ: କଟକରେ ଚାଲିଛି ବିଷାକ୍ତ ଔଷଧ କାରବାର, ଖୋଳତାଡ କରୁଛି ଡ୍ରଗ୍ସ କଣ୍ଟ୍ରୋଲର ବିଭାଗ
ରକ୍ତଚାପ ରୋଗୀଙ୍କ ପାଇଁ ବ୍ୟବହାର ହେଉଥିବା ଟେଲମା - ୪୦(Telma 40 Tablet) ଓ ଟେଲମା ଏ.ଏମ(Telma-AM Tablet)ଔଷଧର ନକଲି ବ୍ରାଣ୍ଡ କରି ବିକ୍ରି କରାଯାଉଥିବା ଖବର ମିଳିବା ପରେ ସହରର ମଙ୍ଗଳାବାଗ ଓ ବାଦାମବାଡ଼ି ସମେତ ଖୋର୍ଦ୍ଧା ପରେ ଆଜି ଭୁବନେଶ୍ବରରେ ଚଢାଉ କରାଯାଇଛି । ଭୁବନେଶ୍ବରରେ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଏଗୁଡିକ ଲ୍ୟାବକୁ ପଠାଯାଉଛି । ଯଦି ନକଲି ଔଷଧ ବୋଲି ପ୍ରମାଣିତ ହୁଏ ତେବେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ଆଗକୁ ଆବଶ୍ୟକ ପଡ଼ିଲେ ପୋଲିସ ଓ ସିବିଆଇର ମଧ୍ୟ ସାହାରଯ୍ୟ ନିଆଯିବ । ତେବେ ଏହାର ଚେର କେଉଁଆଡେ ଲମ୍ବିଛି ସେନେଇ ଖୋଳତାଡ କରିବା ସହ ତଦନ୍ତ ଜାରି ରଖିଛି ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ । ଯେଉଁ ମାନେ ବି ଏଥିରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଗୁରୁବାର ଡ୍ରଗ କଣ୍ଟ୍ରୋଲ ବିଭାଗ(Drug control Administration raids on medicine stockists) ଟିମ ପକ୍ଷରୁ କଟକର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା ।ଏକ ନାମିଦାମୀ କମ୍ପାନୀର ଔଷଧକୁ ନକଲି କରାଯାଉଥିବା କଥା ସାମ୍ନାକୁ ଆସିଛି । ନକଲି ଔଷଧ କାରବାର ଅଭିଯୋଗରେ ଡ୍ରଗ କଣ୍ଟ୍ରୋଲର ବିଭାଗ ପକ୍ଷରୁ କଟକର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି । ଫଳସ୍ବରୂପ ଚଢାଉ ସମୟରେ ଜବତ ହୋଇଥିବା ଔଷଧର ନମୁନା ସଂଗ୍ରହ କରି ସେଗୁଡ଼ିକୁ ପରୀକ୍ଷା ପାଇଁ ଡ୍ରଗ କଣ୍ଟ୍ରୋଲର ବିଭାଗ ପରୀକ୍ଷାଗାରକୁ ପଠାଇଛି । ତେବେ ପ୍ରାଥମିକ ସ୍ତରରେ ଜବତ ହୋଇଥିବା ଔଷଧଗୁଡ଼ିକ କେବଳ ନକଲି ନୁହେଁ ବରଂ ବିଷାକ୍ତ ବୋଲି ସନ୍ଦେହ ପ୍ରକାଶ କରିଛି ବିଭାଗ ।
ଇଟିଭି ଭାରତ, ଭୁବନେଶ୍ବର