ETV Bharat / city

ପାଟ୍ରୋଲିଂ କରିବ ଡ୍ରୋନ, ଫୋକସରେ ମାସ୍କ ଓ ସାମାଜିକ ଦୂରତ୍ବ - ଡ୍ରୋନ ପାଟ୍ରୋଲିଂ

ଏକ ସ୍ବତନ୍ତ୍ର ଡ୍ରୋନ ପାଟ୍ରୋଲିଂ କରିବ ଟ୍ବିନ ସିଟିର ଗହଳି ସ୍ଥାନରେ । ଏହିସବୁ ଜାଗାର ଭିଜୁଆଲକୁ ଆଧାର କରି ଡ୍ରୋନରେ ଲାଗିଥିବା ମାଇକ ଜରିଆରେ ସଚେତନ କରାଯିବ । ଅଧିକ ପଢନ୍ତୁ...

ପାଟ୍ରୋଲିଂ କରିବ ଡ୍ରୋନ, ଫୋକସରେ ମାସ୍କ ଓ ସାମାଜିକ ଦୂରତ୍ବ

author img

By

Published : May 29, 2020, 9:59 PM IST

Updated : May 30, 2020, 12:21 PM IST

ଭୁବନେଶ୍ବର: ଚତୁର୍ଥ ପର୍ଯ୍ୟାୟ ଲକଡାଉନ ସରିବାକୁ ଯାଉଛି । ଲୋକଙ୍କ ଭିଡ ଧିରେ ଧିରେ ବଢିବାର ଆଶଙ୍କା ରହିଛି । ତେବେ ଏହି ସମୟରେ ଲୋକଙ୍କୁ ଜଗିବାକୁ ସରକାର ଡ୍ରୋନର ସାହାରା ନେଇଛନ୍ତି ।

କାରଣ ସ୍ବାଭାବିକ ପରିସ୍ଥିତି ଫେରାଇବାକୁ ସରକାର ଦୋକାନ ବଜାର ଖୋଲିବାକୁ ଅନୁମତି ଦେଇଛନ୍ତି । କିନ୍ତୁ ଭିଡକୁ ଦୃଷ୍ଟିରେ ରଖି କିଏ କେଉଁଠି କଣ କରିବ ତାହା ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡିବ । ଫଳରେ ସଂକ୍ରମଣର ଭୟ ବ୍ୟାପିପାରେ । ଏଥିପାଇଁ ପୋଲିସ ପାଟ୍ରୋଲିଂ ବଦଳରେ ଡ୍ରୋନ କରିବ ପାଟ୍ରୋଲିଂ । ସରକାର ମାସ୍କ ଓ ସୋସିଆଲ ଡିଷ୍ଟାନ୍ସକୁ ଗୁରୁତ୍ବ ଦେଉଛନ୍ତି । ଯାହା ଉପରେ ଡ୍ରୋନ ଦ୍ବାରା ରଖାଯିବ ନଜର ।

ପାଟ୍ରୋଲିଂ କରିବ ଡ୍ରୋନ, ଫୋକସରେ ମାସ୍କ ଓ ସାମାଜିକ ଦୂରତ୍ବ

ଏନେଇ ଏକ ସ୍ବତନ୍ତ୍ର ଡ୍ରୋନ ପାଟ୍ରୋଲିଂ କରିବ ଟ୍ବିନ ସିଟିର ଗହଳି ସ୍ଥାନରେ । ଏହିସବୁ ଜାଗାର ଭିଜୁଆଲକୁ ଆଧାର କରି ଡ୍ରୋନରେ ଲାଗିଥିବା ମାଇକ ଜରିଆରେ ସଚେତନ କରାଯିବ । ନିୟମ ଉଲ୍ଲଂଘନ କଲେ ଭିଜୁଆଲକୁ ଆଧାର କରି ସ୍ପଟରେ ପୋଲିସ ଭ୍ୟାନ ପହଞ୍ଚି କାର୍ଯ୍ୟାନୁଷ୍ଠାନ ନେବ । ଏନେଇ ଡ୍ରୋନ ପାଟ୍ରୋଲିଂର ଟ୍ରାଏଲ ରନ କରିଛନ୍ତି ପୋଲିସ କମିଶନର ।

ତେବେ ଅନେକ ଲୋକ ସାମାଜିକ ଦୂରତ୍ବ ଓ ମାସ୍କକୁ ଗୁରୁତ୍ବ ଦେଉନଥିବା ଦେଖିବାକୁ ମିଳୁଛି । ଯେପରି ସଂକ୍ରମଣ ନ ବ୍ୟାପେ ସେନେଇ ଏ ଦିଗରେ ଡ୍ରୋନ ଜଗିବ । ଏହାସହ କମ ସମୟ ବ୍ୟବଧାନରେ ଅଧିକ ଅଞ୍ଚଳ ଆକାଶ ମାର୍ଗରୁ ଦେଖି ମାଇକ ଓ ସାଇରନ ଯୋଗେ ଲୋକଙ୍କୁ ସଚେତନ କରିବ । ତେବେ ଅନ୍ୟପଟେ ନିୟମ ଉଲ୍ଲଂଘନ କଲେ ଫାଇନକୁ କଡାକଡି କରିଛି ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : May 30, 2020, 12:21 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.