ଭୁବନେଶ୍ବର: କଠୋର ହେବ ପୋଲିସ । ବିନା ହେଲମେଟରେ ଗାଡି ଚଳାଇଲେ ଏଣିକି ବାତିଲ ହେବ ଲାଇସେନ୍ସ । ସବୁ ପୋଲିସକୁ ଦିଆଯାଇଛି ଏହି କ୍ଷମତା । ଏନେଇ ସବୁ ଏସପିଙ୍କୁ ଚିଠି ଲେଖିଛନ୍ତି କ୍ରାଇମବ୍ରାଞ୍ଚର ସିଆଇଡି ବିଭାଗ ।

ଏଥିସହିତ ଡ୍ରାଇଭିଂ ସମୟରେ ମୋବାଇଲ ବ୍ୟବହାର, ମଦ୍ୟପାନ କରି ଗାଡି ଚଳାଇବା, ଆବଶ୍ୟକ ଠାରୁ ଅଧିକ ମାଲ ପରିବହନ, ମାଲ ବାହୀ ଗାଡ଼ିରେ ଯାତ୍ରୀ ନେବା, ଆବଶ୍ୟକତା ଠାରୁ ଅଧିକ ବେଗରେ ଗାଡି ଚଳାଇବା କ୍ଷେତ୍ରରେ ଲାଇସେନ୍ସ 3 ମାସ ପାଇଁ ବାତିଲ ହେବ । ତେବେ ପ୍ରଥମେ ଉଲଙ୍ଘନକାରୀଙ୍କ ଲାଇସେନ୍ସ ଜବତ କରି 7 ଦିନ ମଧ୍ୟରେ ବାତିଲ ପାଇଁ ଆରଟିଓଙ୍କୁ ପଠାଇବ ପୋଲିସ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ