ଭୁବନେଶ୍ବର: ଆରମ୍ଭ ହୋଇଛି ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ । କୋରୋନା କାରଣରୁ ବନ୍ଦ ରହିଥିବା ଡିଏଲ୍ ଟେଷ୍ଟ ପୁଣି ଥରେ ଆରମ୍ଭ ହୋଇଛି । ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।
ଆଜି 7ଟାରୁ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ଆରମ୍ଭ ହୋଇଛି । ଲର୍ଣ୍ଣିଂ ଓ ଡ୍ରାଇଭିଂ ଲାଇସେନ୍ସ ପାଇଁ ବହୁ ଜଣ ଆବେଦନ କରିଥିଲେ ତାଙ୍କର ଟେଷ୍ଟ ହୋଇନାହିଁ । ଯେଉଁମାନେ ଆବେଦନ କରିଥିଲେ ସେମାନଙ୍କ ପାଖକୁ ମେସେଜ୍ ପଠାଯିବ । କୋରୋନା ପାଇଁ ସବୁ ବନ୍ଦ ଥିଲା । ଧିରେ ଧିରେ ସ୍ଥିତି ସ୍ବାଭାବିକ ହେବ ବୋଲି ସେ ଦର୍ଶାଇଛନ୍ତି ।
ସେହିପରି ବିଭିନ୍ନ ଜିଲ୍ଲାରେ ଟ୍ରାକିଂ ଟେଷ୍ଟ ପାଇଁ ବ୍ୟବସ୍ଥା ହୋଇଛି । ସାମାଜିକ ଦୂରତା ପାଳନ କରି ଟେଷ୍ଟ ଦେବାପରେ ଲୋକେ ଲାଇସେନ୍ସ ନେବେ । ଡ୍ରାଇଭିଂ ଲାଇସେନ୍ସର ମହତ୍ତ୍ବ ଦେଖି ଆଜିଠାରୁ ସ୍ଲଟ ବୁକିଂ ଆରମ୍ଭ କରାଯାଇଛି । କିଛି ସମୟ ପରେ ସ୍ଥିତି ସରଳୀକରଣ ହେବ । ଟେଷ୍ଟିଂ ପାଇଁ ତାରିଖ ଦିଆଯିବ । ପେଣ୍ଡିଂ କାମ ପ୍ରଥମେ କରାଯିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ