ETV Bharat / city

ଭୁବନେଶ୍ବର ସମେତ ଦେଶର 10 ଟି ସହରରେ ଆରମ୍ଭ ହେବ ପାନୀୟ ଜଳ ସର୍ବେକ୍ଷଣ ପାଇଲଟ ପ୍ରକଳ୍ପ - ଜଳ ସର୍ବେକ୍ଷଣ ପାଇଲଟ ପ୍ରକଳ୍ପ

ଭାରତ ସରକାରଙ୍କ ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ବର ସମେତ ଦେଶର 10 ଟି ସହରରେ ( ପାନୀୟ ଜଳ ସର୍ବେକ୍ଷଣ ପାଇଲଟ) ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ଅଧିକ ପଢନ୍ତୁ....

ରାଜଧାନୀ ସମେତ ଦେଶର 10 ଟି ସହରରେ ଆରମ୍ଭ ହେବ ପାନୀୟ ଜଳ ସର୍ବେକ୍ଷଣ ପାଇରାଜଧାନୀ ସମେତ ଦେଶର 10 ଟି ସହରରେ ଆରମ୍ଭ ହେବ ପାନୀୟ ଜଳ ସର୍ବେକ୍ଷଣ ପାଇଲଟ ପ୍ରକଳ୍ପଲଟ ପ୍ରକଳ୍ପ
ରାଜଧାନୀ ସମେତ ଦେଶର 10 ଟି ସହରରେ ଆରମ୍ଭ ହେବ ପାନୀୟ ଜଳ ସର୍ବେକ୍ଷଣ ପାଇଲଟ ପ୍ରକଳ୍ପ
author img

By

Published : Feb 16, 2021, 9:58 PM IST

ଭୁବନେଶ୍ବର : ଭାରତ ସରକାରଙ୍କ ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ବର ସମେତ ଦେଶର 10 ଟି ସହରରେ ( ପାନୀୟ ଜଳ ସର୍ବେକ୍ଷଣ ପାଇଲଟ) ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । କେନ୍ଦ୍ର ସରକାରଙ୍କ ବିଭାଗୀୟ ସଚିବ ଦୁର୍ଗା ଶଙ୍କର ମିଶ୍ର ଆଜି ଏହି ମିଶନର ଶୁଭାରମ୍ଭ କରିଛନ୍ତି ।

ସହରାଞ୍ଚଳରେ ପାନୀୟ ଜଳର ଉପଯୁକ୍ତ ବିତରଣ ଓ ବର୍ଜ୍ୟଜଳର ପୁନଃଉପଯୋଗ ସମ୍ପର୍କରେ ସୂଚନା ସଂଗ୍ରହ କରିବା ତଥା ପ୍ରତିଯୋଗିତାମୂଳକ ପ୍ରକ୍ରିୟାରେ ଜଳର ପରିମାଣ ଓ ଗୁଣବତ୍ତା ସମ୍ପର୍କରେ ଜାଣିବା ଲାଗି ଜଳ ଉତ୍ସଗୁଡ଼ିକର ମ୍ୟାଫି କରିବା ଉଦ୍ଦେଶ୍ୟରେ ଏହି ସର୍ବେକ୍ଷଣ କରାଯିବ ବୋଲି ବିଭାଗୀୟ ସଚିବ ସୂଚନା ଦେଇଛନ୍ତି ।ମନ୍ତ୍ରଣାଳୟ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ଦଶଟି ସହର ଭୁବନେଶ୍ବର, ଆଗ୍ରା, ବଦଲାପୁର, ବୁରୁ, କୋଚ୍ଚି, ମଦୁରାଇ, ପଟିଆଲା, ରୋହତକ, ସୁରତ ଏବଂ ତୁମକୁରରେ ପାଇଲଟ୍ ପ୍ରକଳ୍ପ ସ୍ବରୂପ ଏହି ସର୍ବେକ୍ଷଣ ଆରମ୍ଭ କରାଯିବ ।

ସରକାରୀ ଘରୋଇ ଭାଗିଦାରୀକୁ ପ୍ରୋତ୍ସାହନ ଦେବା ଲାଗି 10 ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରରେ ମୋଟ ପ୍ରକଳ୍ପ ବ୍ୟୟର 10 ପ୍ରତିଶତ ଅର୍ଥ ପର୍ଯ୍ୟନ୍ତ ପିପିପି ପ୍ରକଳ୍ପ ଆରମ୍ଭ କରାଯିବ । ଉତ୍ତର ପୂର୍ବାଞ୍ଚଳ ଏବଂ ପାର୍ବତ୍ୟାଞ୍ଚଳ ରାଜ୍ୟ ପାଇଁ ୨୦ % କେନ୍ଦ୍ରୀୟ ଅନୁଦାନ ଯୋଗାଇ ଦିଆଯିବ । କେନ୍ଦ୍ରଶାସିତ ପ୍ରଦେଶ ପାଇଁ 100 % , 1 ଲକ୍ଷରୁ କମ ଜନସଂଖ୍ୟା ଥିବା ସହରରେ 50 % କେନ୍ଦ୍ରୀୟ ଅନୁଦାନ ଯୋଗାଇ ଦିଆଯିବ 1 ରୁ 10 ଲକ୍ଷ ପର୍ଯ୍ୟନ୍ତ ଜନସଂଖ୍ୟା ଥିବା ସହର ପାଇଁ ଏକ ତୃତୀୟାଂଶ ଏବଂ 10 ଲକ୍ଷରୁ ଅଧୁକ ଜନସଂଖ୍ୟା ପାଇଁ 25 ପ୍ରତିଶତ କେନ୍ଦ୍ରୀୟ ଅନୁଦାନ ଯୋଗାଇ ଦିଆଯିବା ନେଇ ସ୍ଥିର କରାଯାଇଥିବା ଜଣାପଡିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.