ETV Bharat / city

Drink From Tap Project: ଜାତୀୟ ସ୍ତରରେ ମଡେଲ ଭାବେ ଗ୍ରହଣ କଲେ କେନ୍ଦ୍ର ସରକାର - ପାନୀୟ ଜଳ ଯୋଗାଣ ବ୍ୟବସ୍ଥାରେ ଓଡିଶା ଜାତୀୟ ସ୍ତରର ମଡେଲ

ଓଡ଼ିଶାର ସହରାଞ୍ଚଳ ପାଇଁ ଆରମ୍ଭ ହୋଇଥିବା ୨୪ ଘଣ୍ଟିଆ Drink From Tap ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଜାତୀୟ ସ୍ତରରେ ଏକ ମଡେଲ ହୋଇପାରିଛି । ପାଇପରୁ ୨୪ଘଣ୍ଟା ବିଶୁଦ୍ଧ ଜଳ ଯୋଗାଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ । ଅଧିକ ପଢନ୍ତୁ

Drink From Tap Project: ଜାତୀୟ ସ୍ତରରେ ମଡେଲ ଭାବେ ଗ୍ରହଣ କଲେ କେନ୍ଦ୍ର ସରକାର

author img

By

Published : May 10, 2022, 5:21 PM IST

ଭୁବନେଶ୍ବର: ଓଡ଼ିଶାର ସହରାଞ୍ଚଳ ପାଇଁ ଆରମ୍ଭ ହୋଇଥିବା ୨୪ ଘଣ୍ଟିଆ Drink From Tap ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଜାତୀୟ ସ୍ତରରେ ଏକ ମଡେଲ ହୋଇପାରିଛି । ପାଇପରୁ ୨୪ଘଣ୍ଟା ବିଶୁଦ୍ଧ ଜଳ ଯୋଗାଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ । ଭାରତ ସରକାରଙ୍କ ଆବାସ ଓ ସହରୀ କାର୍ଯ୍ୟ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶାର Drink From Tap ମଡେଲକୁ ଅନୁଧ୍ୟାନ କରିବା ପରେ ଅମୃତ-2.0 ଏହାକୁ ଲାଗୁ କରିବାକୁ ବିଜ୍ଞପ୍ତି ଜାରି କରିଛନ୍ତି ।

Drink From Tap Project

ଜାତୀୟ ସ୍ତରରେ ଓଡିଶା ୱାଟର ଏକାଡେମୀକୁ ଏହି ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ପାଇଁ ଏମ୍ପାନେଲ କରାଯାଇଛି । ଓଡ଼ିଶା ୱାଟର କର୍ପୋରେସନ (ୱାଟକୋ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମଧ୍ୟ ଜାତୀୟ ଟାସ୍କ ଫୋର୍ସର ସଦସ୍ୟ ଭାବରେ ଅନ୍ତର୍ଭୂକ୍ତ କରାଯାଇଛି । Drink From Tap ମଡେଲକୁ ଅନୁଧ୍ୟାନ କରିବାକୁ ନିକଟରେ କର୍ଣ୍ଣାଟକର ଏକ ଉଚ୍ଚସ୍ତରୀୟ ପ୍ରଶାସନିକ ପ୍ରତିନିଧି ଟିମ୍‌ ଆସିଥିଲେ ।

Drink From Tap Project: ଜାତୀୟ ସ୍ତରରେ ମଡେଲ ଭାବେ ଗ୍ରହଣ କଲେ କେନ୍ଦ୍ର ସରକାର
Drink From Tap Project: ଜାତୀୟ ସ୍ତରରେ ମଡେଲ ଭାବେ ଗ୍ରହଣ କଲେ କେନ୍ଦ୍ର ସରକାର

ଓଡିଶା ସରକାରଙ୍କ ଅଧିକାରୀଙ୍କ ମଧ୍ୟରେ ଆୟୋଜିତ ଏକ ମିଳିତ ଆଲୋଚନାଚକ୍ରରେ ଏହା ଜଣାପଡିଛି । ୱାଟକୋର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକରୀ ପ୍ରଦୀପ୍ତ କୁମାର ସ୍ବାଇଁ ଇଟିଭି ଭାରତକୁ ଏନେଇ ସ୍ବତନ୍ତ୍ର ଭାବେ ସୂଚନା ଦେଇଛନ୍ତି । କେବଳ କର୍ଣ୍ଣାଟକ ନୁହେଁ ପୂର୍ବରୁ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଭଳି ରାଜ୍ୟରୁ ସରକାରୀ ପ୍ରତିନିଧି ମଣ୍ଡଳ ଆସି Drink From Tap ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ।

Drink From Tap Project
Drink From Tap Project

ଉତ୍ତର-ପୂର୍ବାଞ୍ଚଳର ଆଉ 5ଟି ରାଜ୍ୟ ଆସନ୍ତ 13 ତାରିଖରୁ ଏହି ବ୍ୟବସ୍ଥା ଅନୁଧ୍ୟାନ କରିବାକୁ ଆସୁଛନ୍ତି । ଏପ୍ରିଲ 21 ଓ 22 ତାରିଖରେ କର୍ଣ୍ଣଟକର ସହରାଞ୍ଚଳ ଉନ୍ନୟନ ବିଭାଗର ସଚିବ ଡ. ଅଜୟ ନାଗଭୂଷଣ ଏବଂ କର୍ଣ୍ଣାଟକ ଜଳ ଯୋଗାଣ ଓ ଡ୍ରେନେଜ୍‌ ବୋର୍ଡ ନିର୍ଦ୍ଦେଶକ ମୋହନ ରାଜଙ୍କ ନେତୃତ୍ବରେ ଏକ 20ଜଣିଆ ଉଚ୍ଚପଦସ୍ଥ ପ୍ରଶାସନିକ ଦଳ ଓଡ଼ିଶା ଗସ୍ତରେ ଆସିଥିଲେ। ଏହି ଦଳ ଓଡିଶାର ୱାଟର ଏକାଡେମୀରେ ବିଭାଗର ବରିଷ୍ଠ ଅଧିକାରୀ ଓ ଗୃହ ଏବଂ ନଗର ଉନ୍ନୟନ ବିଭାଗର ମୁଖ୍ୟ ସଚିବ ଜି ମାଥିଭଥାନନଙ୍କ ସହ Drink From Tap ମଡେଲକୁ ନେଇ ଏକ ଆଲୋଚନା ଚକ୍ରରେ ସାମିଲ ହୋଇଥିଲେ ।

ମୁଖ୍ୟତଃ ମିଶନର ବୈଷୟିକ ଦିଗ, ଏହାକୁ କାର୍ଯ୍ୟକ୍ଷମ, ରକ୍ଷଣାବେକ୍ଷଣ କରାଯିବା ସହ କିଭଳି ଓଡ଼ିଶା ମଡେଲ ଅନୁଯାୟୀ ନିଜ ରାଜ୍ୟରେ ଏହାକୁ ରୂପାୟନ କରିବା ନେଇ ଆଲୋଚନା ହୋଇଥିଲା । ୱାଟକୋର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସ୍ବାଇଁ ଓ ପରିଚାଳନା ନିର୍ଦ୍ଦେଶକ ଶରତ କୁମାର ମିଶ୍ରଙ୍କ ସହ ବିଭାଗର ବରିଷ୍ଠ ଇଞ୍ଜିନିୟରମାନେ ମିଶନ ସମ୍ପର୍କରେ କର୍ଣ୍ଣାଟକ ଟିମ ସହ ଅଲୋଚନା କରିଥିଲେ । ପୁରୀ ଓ ଭୁବନେଶ୍ବରରେ 8ଟି ସ୍ଥାନରେ ଚାଲୁଥିବା Drink From Tap ର ପ୍ରକଳ୍ପକୁ କର୍ଣ୍ଣାଟକ ଟିମ୍ ଯାଇ ଅନୁଧ୍ୟାନ କରିଥିଲେ ।ବର୍ତ୍ତମାନ, ପୁରୀର ପ୍ରାୟ 2.5 ଲକ୍ଷ ଜନସଂଖ୍ୟା ପାଣିକୁ ସିଧାସଳଖ ଟ୍ୟାପରୁ ପିଇବା ଏବଂ ରୋଷେଇ ପାଇଁ ବ୍ୟବହାର କରୁଛନ୍ତି । ଭୁବନେଶ୍ୱର ଏବଂ କଟକ ସହରରେ ଏହି ପ୍ରକଳ୍ପ ଆରମ୍ଭ ହୋଇଛି । ମିଶନ ପାଇଁ ଭୁବନେଶ୍ୱରକୁ 98ଟି ଜୋନରେ ବିଭକ୍ତ କରାଯାଇଛି । 10ଟି ଜୋନରେ 24x7 DFT କାମ ଆରମ୍ଭ ହୋଇସାରିଛି । ଭୁବନେଶ୍ବର ଡିଏଫଟି ଜଳ ପାଇଥିବା ଅଞ୍ଚଳ ମଧ୍ୟରେ ନିଳାଦ୍ରି ବିହାର, ସହିଦ ନଗର, କଳିଙ୍ଗ ନଗର, ଇଶାନେଶ୍ୱର ବସ୍ତି, ସାଲିଆ ସାହି ବସ୍ତି, ପୁଲେଶ୍ୱର ବସ୍ତି, ଭିଏସଏସ ନଗର ଏବଂ ରସୁଲଗଡର ସତ୍ୟ ବିହାର ରହିଛି ।

ଡିସେମ୍ବର 2023 ସୁଦ୍ଧା ଭୁବନେଶ୍ୱର ପ୍ରାୟ 11 ଲକ୍ଷ ଜନସଂଖ୍ୟା ପାଇଁ ଜଳ ଯୋଗାଣ ଲକ୍ଷ୍ୟ ପୂରଣ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ସେହିଭଳି କଟକ ସହରରେ DFT ପାଇଁ 14ଟି ଜୋନରେ ବିଭକ୍ତ କରାଯାଇଛି, ଯେଉଁଥିରୁ 2ଟି ଜୋନ୍ ସମ୍ପୂର୍ଣ୍ଣ ହୋଇଛି । ଅଗଷ୍ଟ 2023 ସୁଦ୍ଧା ବ୍ରହ୍ମପୁର ସହରରେ ପ୍ରକଳ୍ପ ଶେଷ କରିବା ପାଇଁ କାର୍ଯ୍ୟ ଚାଲିଛି । ସୁନ୍ଦରଗଡ, ମୟୂରଭଞ୍ଜ ଏବଂ ଯାଜପୁର ଜିଲ୍ଲାର ବିଭିନ୍ନ ସହରାଞ୍ଚଳରେ ପ୍ରକଳ୍ପ ଏକକାଳୀନ କାର୍ଯ୍ୟକାରୀ କରିବା ପାଇଁ କାମ ଜାରି ରହିଛି । ଡିସେମ୍ବର 2023 ସୁଦ୍ଧା ମିଶନ ଅଧୀନରେ ରାଜ୍ୟର ପ୍ରମୁଖ 17ଟି ସହରକୁ କାର୍ଯ୍ୟକ୍ଷମ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି ।

Drink From Tap ମିଶନ ଅଧୀନରେ, ISN-10500ର ପାରାମିଟର ଆନୁଯାୟୀ ଜଳକୁ ବିଶୋଧନ କରାଯାଏ, ତା’ପରେ 24x7 ଆଧାରରେ ଗ୍ରାହକଙ୍କୁ ଯୋଗାଇ ଦିଆଯାଏ । ଯେଗାଣ ପୂର୍ବରୁ ପାଇପ ଲାଇନଗୁଡିକ ଭଲ ଭାବରେ ଯାଞ୍ଚ କରାଯାଏ । ରାଜ୍ୟରେ ପୂର୍ବରୁ ସ୍ଥାପିତ ଏବଂ କାର୍ଯ୍ୟକ୍ଷମ ହୋଇଥିବା ଏକ ଅତ୍ୟାଧୁନିକ ଜଳ ପରୀକ୍ଷଣ ଲାବ୍ରୋଟୋରୀ ମାଧ୍ୟମରେ ଜଳର ନିୟମିତ ପରୀକ୍ଷା ଏବଂ ଗୁଣାତ୍ମକ ମନିଟରିଂ କରାଯାଇଥାଏ । ବିଶୁଦ୍ଧ ଜଳ ଯେପରି ମିଳିପାରିବ, ସେଥିପାଇଁ ଯୋଗାଣ ବିଭିନ୍ନ ପଏଣ୍ଟରେ ସ୍ୱୟଂଚାଳିତ ପ୍ରୋଗ୍ରାମେବଲ୍ ଲଜିକ୍ କଣ୍ଟ୍ରୋଲର୍ (PLCs) ସହିତ କ୍ଲୋରାଇନ୍ ଡୋଜିଂ ସିଷ୍ଟମ୍ ଲଗାଯାଇଛି ।

କୌଣସି ସ୍ଥାନରେ ଜଳ ଅବରୋଧ ହେବାର ସମସ୍ୟାକୁ Drink From Tap ସିଷ୍ଟମରେ ହଟାଇବାକୁ ସମସ୍ତ ବ୍ୟବସ୍ଥା ମଧ୍ୟ ରହିଛି । ତେବେ ଯଦି କୌଣସି ଜାଗାରେ ଏଭଳି ସମସ୍ୟା ସୃଷ୍ଟି ହୁଏ ସ୍ୱୟଂଚାଳିତ PLC ଗୁଡିକ କଣ୍ଟ୍ରୋଲ ରୁମକୁ ତୁରନ୍ତ ସଙ୍କେତ ମିଳିଥାଏ ଓ ସ୍ୱୟଂଚାଳିତ ସଂଶୋଧନ ବ୍ୟବସ୍ଥା କଣ୍ଟ୍ରୋଲ ରୁମରୁ ସିଗନାଲ ସହିତ ସକ୍ରିୟ ହୋଇଯାଏ ।

ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.