ଭୁବନେଶ୍ବର: ଆଜି ଓଡିଶା ଗସ୍ତରେ ଆସିଛନ୍ତି ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୂର୍ମୁ । ଅତିଥି ଭବନରେ ଦଳୀୟ କର୍ମକର୍ତ୍ତାଙ୍କ ସହ କରିଛନ୍ତି ଆଲୋଚନା । ବୈଠକରେ ଦ୍ରୌପଦୀଙ୍କ ସହ ବିଜେପିର ସମସ୍ତ ବିଧାୟକ ଓ ସଂସାଦ ଉପସ୍ଥିତ ଥିବା ଜଣାଯାଇଛି ।
ବିମାନବନ୍ଦରରେ ଦ୍ରୌପଦୀଙ୍କୁ ସ୍ବାଗତ କରିବା ପାଇଁ ଉଭୟ ବିଜେପି ଓ ବିଜେଡିର ନେତା ଓ କର୍ମୀଙ୍କ ସହ ବହୁ ଜନ ସମାଗମ ହୋଇଥିଲା । ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପରେ ରାଜ୍ୟ ଅତିଥି ଭବନରେ ପହଞ୍ଚିଥିଲେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୂର୍ମୁ । ସେଠାରେ ବିଜେପିର ବିଧାୟକ ଓ ସଂସାଦମାନଙ୍କ ସହ ବୈଠକର ଆୟୋଜନ କରାଯାଇଥିଲା । ତେବେ ଏଥିରେ ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗ ସହିତ ଦଳୀୟ କାର୍ଯ୍ୟକ୍ରମ ବାବଦରେ ଆଲୋଚନା ହୋଉଥିବା ସୂଚନା ମିଳିଛି ।
ଇଟିଭି ଭାରତ, ଭୁବନେଶ୍ବର