ETV Bharat / city

ଭୁବନେଶ୍ବରରେ ଦ୍ରୌପଦୀ ମୁର୍ମୁ, ପାରମ୍ପାରିକ ନୃତ୍ୟଗୀତରେ ଦୁଲୁକିଲା ବିମାନବନ୍ଦର

author img

By

Published : Jul 8, 2022, 11:16 AM IST

Updated : Jul 8, 2022, 12:19 PM IST

ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଲେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ । ବିଧାନସଭାର ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ଦ୍ରୌପଦୀ ମୁର୍ମୁ । ଅଧିକ ପଢନ୍ତୁ

ଭୁବନେଶ୍ବରରେ ପହଞ୍ଚିଲେ ଦ୍ରୌପଦୀ ମୁର୍ମୁ
ଭୁବନେଶ୍ବରରେ ପହଞ୍ଚିଲେ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଲେ NDA ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ । ପାରମ୍ପାରିକ ନୃତ୍ୟ ଓ ବାଦ୍ୟରେ ଦ୍ରୌପଦୀଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ବିଜେପି ଓ ବିଜେଡ଼ି ବିଧାୟକ ତଥା ନେତା ଓ କର୍ମୀ ଦ୍ରୌପଦୀଙ୍କୁ ଭବ୍ୟ ସ୍ବାଗତ କରିଛନ୍ତି । ଏହାପରେ କଡା ସୁରକ୍ଷା ବଳୟରେ ରାଜ୍ୟ ଅତିଥି ଭବନ ଅଭିମୁଖେ ଗସ୍ତ କରିଛନ୍ତି ଦ୍ରୌପଦୀ ମୁର୍ମୁ ।

ଭୁବନେଶ୍ବରରେ ଦ୍ରୌପଦୀ ମୁର୍ମୁ, ପାରମ୍ପାରିକ ନୃତ୍ୟଗୀତରେ ଦୁଲୁକିଲା ବିମାନବନ୍ଦର

ତେବେ ଅତିଥି ଭବନରେ ପହଞ୍ଚିବା ପରେ ସେଠାରୁ ବିଧାନସଭା ଯିବେ ଦ୍ରୌପଦୀ ମୁର୍ମୁ । ବିଧାନସଭାର ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଧାୟକ, ସାଂସଦଙ୍କ ବୈଠକ ବସିବ । ଅନୁଷ୍ଠିତ ବୈଠକରେ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ ବିଜେଡି ବିଧାୟକ ଓ ସାଂସଦଙ୍କୁ ଭେଟିବେ । ଆୟୋଜିତ ଏହି ବୈଠକରେ ଦଳ ଦ୍ରୌପଦୀଙ୍କୁ ସ୍ୱାଗତ କରିବେ ।

Last Updated : Jul 8, 2022, 12:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.