ETV Bharat / city

ବଡଗଡରେ ଡବଲ ଏନକାଉଣ୍ଟର, 2 ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର - ବରଗଡରେ ଏନକାଉଣ୍ଟର

ଗତକାଲି ଟଙ୍କପାଣି ରଙ୍ଗବଜାର ଠାରେ ୨ ଅପରାଧୀଙ୍କୁ ଏନକାଉଣ୍ଟର ପରେ ପୁଣି ଆଉ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର କରିଛି କମିଶନରେଟ ପୋଲିସ । ଏଥିରେ 2 ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର ଆହତ ହୋଇଛନ୍ତି ।

ଡିଜାଇନ ଫଟୋ
author img

By

Published : Aug 4, 2019, 9:41 AM IST

ଭୁବନେଶ୍ବର: ରାଜଧାନୀରେ ପୁଣି ଏନକାଉଣ୍ଟର । ଗତକାଲି ଟଙ୍କପାଣି ରୋଡରେ ଏନକାଉଣ୍ଟର ପରେ ଆଜି ବଡଗଡ ଥାନା ଚିଲି ପୋଖରୀ ନିକଟରେ 2 ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର କରିଛି କମିଶନରେଟ ପୋଲିସ । ଏଥିରେ ସିପୁନ କୁମାର କବି ଓରଫ ଚିନୁ ଏବଂ ହରିଆ ସ୍ବାଇଁ ଓରଫ ହରି ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କ ଗୋଡରେ ବାଜିଛି ଗୁଳି । ରବିବାର ଭୋର ସମୟରେ ଏହି ଏନକାଉଣ୍ଟର ହୋଇଛି ।

ତେବେ ପୋଲିସ ସେମାନଙ୍କ ନିକଟରୁ ଗୋଟିଏ ମାଉଜର ଓ ଜୀବନ୍ତ ଗୁଳି ଓ ଆଉ ଗୋଟିଏ ନକଲି ବନ୍ଧୁକ ସହ ୫୦ ହଜାର ଟଙ୍କା ଓ ବାଇକ ଜବତ କରିଛି । ଉଭୟେ ଅରୁଣ ଓ ବିବେକାନନ୍ଦ ଗ୍ୟାଙ୍ଗର ବୋଲି ଜଣା ପଡିଛି । ଉଭୟଙ୍କ ନାମରେ ମଞ୍ଚେଶ୍ବର ଥାନା ସମେତ ବିଭିନ୍ନ ଥାନାରେ ଛିନତାଇ, ଡକାୟତି, ଲୁଟ ଓ ରାହାଜାନି ଭଳି ସଙ୍ଗୀନ ମାମଲା ରହିଛି ।

ସୂଚନା ଅନୁଯାୟୀ, ଏମାନେ ବିଳମ୍ବିତ ରାତିରେ ଧଉଳିରୁ ଭୁବନେଶ୍ବର ଆସୁଥିବା ଖବର ପାଇଥିଲା ପୋଲିସ । ଏହାପରେ ଉଭୟଙ୍କୁ କାବୁ କରିବାକୁ ପୋଲିସ ଉଦ୍ୟମ କରିଥିଲା । ଦୁଇ ଅପରାଧି ପୋଲିସ ଉପରକୁ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲେ । ପାଲଟା ଜବାବରେ ପୋଲିସ ମଧ୍ୟ ଗୁଳିମାଡ କରିଥିଲା । ଫଳରେ ପୋଲିସ ଗୁଳିରେ ଉଭୟେ ଗୁରୁତର ହୋଇଛନ୍ତି । ଉଭୟଙ୍କୁ ପ୍ରଥମେ କ୍ୟାପିଟାଲ ମେଡିକାଲ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରିଛି ପୋଲିସ ।

ଅନ୍ୟପଟେ 24 ଘଣ୍ଟା ମଧ୍ୟରେ 4ଟି ଏନକାଉଣ୍ଟର କରିଛି କମିଶନରେଟ ପୋଲିସ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:୨୪ ଭିତରେ ଡବଲ ଏନକାଉଣ୍ଟର,
ବଡଗଡ ଚିଲିପୋଖରିରେ ଗୁଳିମାଡBody:

ଗତକାଲି ଟଙ୍କପାଣି ରଙ୍ଗବଜାର ଠାରେ ୨ ଅପରାଧିଙ୍କୁ ଏନକାଉଣ୍ଟର ପରେ ପୁଣି ଆଉ ଦୁଇ ଅପରାଧିଙ୍କୁ ଏନକାଉଣ୍ଟର କରିଛି କମିସନରେଟ ପୋଲିସ।୨୪ ଘଣ୍ଟା ଭିତରେ ୪ଟି ଏନକାଉଣ୍ଟର କମିସନରେଟ ପୋଲିସ ଅପରାଧିଙ୍କୁ ମଧ୍ଯରେ ଭୟ ସୃଷ୍ଟି କରିଛି। ଯାହାକୁ ନେଇ ଆଜି ଭୋରୁ ବଡଗଡ ଥାନା ଅଂଚଳରେ ଗତକାଲି ଗ୍ଯାଙ୍ଗର ଦୁଇ ସଦସ୍ଯଙ୍କୁ ଖସିଯାଉଥିବା ବେଳେ ପୋଲିସ ହାବୁଡରେ ପଡିଛନ୍ତି। ସିପୁନ କୁମାର କବି ଓରଫ ଚିନୁ ଏବଂ ହରିଆ ସ୍ବାଇଁ ଓରଫ ହରି ଦୁଇ ଅପରାଧିଂକୁ ବଡଗଡ ଥାନା ଚିଲିପୋଖରି ନିକଟରେ ଏନକାଉଣ୍ଟର କରିଛି କମିସନରେଟ ପୋଲିସ।ରାତି ପ୍ରାୟ୨ଟା୪୫ ମିନିଟରେ ଧଉଳି ଥାନାରୁ ଅଂଚଳରୁ ରାଜଧାନି ଅଭିମୁଖେ ଆସୁଥିବା ବେଳେସୁଚନା ପାଇଥିଲା ପୋଲିସ ଏନେଇ ଧଉଳି ଆଇଆଇସି ବଡଗଡ ଥାନା ଆଇଆଇସିଙ୍କୁ ଜଣାଇବା ପରେ ଆରମ୍ଭ ହୋଇଥିଲା ଅପରେସନ। କିଛି ସମୟ ଧରି ଚେଜ କରିବା ପରେ ପୋଲିସ ଉପରକୁ ଗୋଟିଏ ରାଉଣ୍ଡ ଗୁଳି କରିଥିଲେ। ପରେ ପାଲଟା ଫାୟରି ରେ ଦୁଇ ଅପରାଧିଙ୍କ ଗୋଡରେ ବାଜିଥିଲା ଗୁଳି।ଆହତ ଅବସ୍ଥାରେ ପ୍ରଥମେ କାପିଟାଲ ପରେ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରିଥିଲା ପୋଲିସ। ତେବେ ସେମାନଙ୍କ ନିକଟରୁ ଗୋଟିଏ ମାଉଜର ଓ ଜିବନ୍ତ ଗୁଳି ଓ ଆଉ ଗୋଟିଏ ନକଲି ବନ୍ଧୁକ ସହ ୫୦ ହଜାର ଟଙ୍କା ଓ ବାଇକ ଜବତ କରିଛି ପୋଲିସ। ତେବେ ଉଭୟ ଗତକାଲି ଅରୁଣ ଓବିବେକାନନ୍ଦ ଗ୍ଯାଙ୍ଗର ବୋଲି ଜଣାପଡିଛି। ସେମାନଙ୍କ ନାରେ ମଂଚେଶ୍ବର ଥାନା ସମେତ ଅନେକ ଥାନାରେ ଛିନତାଇ ,ଡକାୟତି,ଲୁଟ ଓ ରାହାଜାନି ଭଳି ସଙ୍ଗିନ ମାମଲା ରହିଛି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.